By Our Correspondent August 18, 2017 at 22:23:41


ନୂଆଦିଲ୍ଲୀ: ଆଉଟଲୁକ୍ ସ୍ପିକ୍ ଆଉଟ୍ ଆୱାର୍ଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଛି । ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ସମ୍ମାନ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ସମ୍ମାନକୁ ରାଜ୍ୟର ୪ କୋଟି ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜ୍ୟ ସରକାର ଠିକଣା ବାଟରେ ଯାଉଛନ୍ତି । ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେଲେ ସେ ଆତ୍ମସନ୍ତୋଷ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ବିଜେଡ଼ି ସରକାର ଶାସନ କ୍ଷମତାକୁ ଆସିବା ଦିନଠୁଁ ରାଜ୍ୟର ପ୍ରଗତି ଓ ସରକାରର ସଫଳତାର ପରିସଂଖ୍ୟାନ ରଖିଥିଲେ ମୁଖ୍ୟମନ୍ତ୍ରୀ ।
ଆଉଟଲୁକ୍ ସ୍ପିକ୍ ଆଉଟ୍ ଆୱାର୍ଡ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ହୋଇଥିବା ଚୟନରେ ନବୀନ ପଟ୍ଟନାୟକ ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ବାଜି ମାରିନେଇଛନ୍ତି । ତେବେ ନବୀନଙ୍କ ଏହି ସଫଳତାକୁ ବିଜେପି ଓ କଂଗ୍ରେସ ଗ୍ରହଣ କରିପାରିନାହାନ୍ତି । ଏହା ପ୍ରାୟୋଜିତ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
SHARE

LEAVE A REPLY

3 × four =