By Our Correspondent January 18, 2018 at 16:10:03


ଭୁବନେଶ୍ୱର: ଦିଲ୍ଲୀରେ ଆୟୋଜିତ ଫୁଡ୍ ଫେଷ୍ଟିଭାଲ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କନକ ନ୍ୟୁଜ୍ ମୁଖ୍ୟ ମନୋରଂଜନ ମିଶ୍ର ଯାଇନାହାନ୍ତି । ବ୍ରିଟିଶ୍ ଏମ୍ବାସିର ଏକ ଫେଲୋସିପ୍ ଇଣ୍ଟରଭ୍ୟୁ ପାଇଁ ସେ ଦିଲ୍ଲୀ ଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ତାଙ୍କର ଦିଲ୍ଲୀଗସ୍ତ ସମ୍ପର୍କରେ ଜାଣିଥିବା କିଛି ବନ୍ଧୁ ତାଙ୍କୁ ଫୁଡ୍ ଫେଷ୍ଟିଭାଲ୍ କୁ ନିମନ୍ତ୍ରଣ କରିଥିଲେ ବୋଲି ସେ ସ୍ୱୀକାର କରିଛନ୍ତି । ‘ସାମ୍ବାଦିକଙ୍କୁ ଚୁଙ୍ଗୁଡ଼ି, ମାଟିହାଣ୍ଡି ମଟନ୍ ଖୁଆଇଲେ ଧର୍ମେନ୍ଦ୍ର’ ଶୀର୍ଷକରେ ପ୍ରକାଶିତ ଖବରରେ ତାଙ୍କ ନାଁ ସ୍ଥାନିତ ହୋଇଥିବାରୁ ସେ ଏହାର ପ୍ରତିବାଦ କରିଛନ୍ତି । ସେ ଜଣେ ସାକାହାରୀ ଏବଂ କୌଣସି ମନ୍ତ୍ରୀଙ୍କ ଭୋଜି ପ୍ରତି ତାଙ୍କର ଆଗ୍ରହ ନାହିଁ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଫୁଡ୍ ଫେଷ୍ଟିଭାଲ୍ ରେ ମନୋରଂଜନ ମିଶ୍ରଙ୍କ ଉପସ୍ଥିତିର ଏକ ଫଟୋଚିତ୍ର ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫେସବୁକ୍ ୱାଲରେ ପୋଷ୍ଟ ହୋଇଛି । ଆମେ ଏଠାରେ ତାହାର ସ୍କ୍ରିନସଟ୍ ରଖିଛୁ । ତେବେ ମନୋରଂଜନ ତାଙ୍କ ଦିଲ୍ଲୀ ଗସ୍ତର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।
SHARE

LEAVE A REPLY

8 + nine =