ଭୁବନେଶ୍ୱର: ଭୁବନେଶ୍ୱର ବକ୍ସିଂ ସଂଘ ଓ ଓଡ଼ିଶା ବକ୍ସିଂ ସଂଘର ମିଳିତ ଉଦ୍ୟମରେ ସ୍ଥାନୀୟ ଚିନ୍ତାମଣୀଶ୍ୱର ବାଳିକା ହାଇସ୍କୁଲ ପରିସରରେ ଓଡ଼ିଶା ମହିଳା ବକ୍ସିଂ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ୮ ଜଣ ବକ୍ସର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଭୁବନେଶ୍ୱରର ବର୍ଷା ନାଥ, ରାଉରକେଲାର ସୁଲୋଚନା ମୁଖୀ, ଗଂଜାମର କେ.କାରୁନ୍ୟା, କଟକର ଏସ.ଏସ. ସଂଘମିତ୍ରା, ଗଂଜାମର ସୁପ୍ରଭା ମହାନ୍ତି, ଭୁବନେଶ୍ୱରର ପ୍ରଣତି ପ୍ରଧାନ, ପିଜାଲିନ୍ ତରାଇ ଏବଂ ଦାମିନୀ ପାଲ୍ ।
ଉଦଘାଟନୀ ଉତ୍ସବରେ ବିଧାୟକ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ମିଲନ୍ କାନୁନଗୋ, ଆଡଭୋକେଟ ରତିକାନ୍ତ ଦାସ, ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ପଣ୍ଡା, ଅନିଲ ବହିଦାର, ଦିବେନ୍ଦୁ ଚକ୍ରବର୍ତ୍ତୀ, ପନ୍ମନାଭ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ତଥା ପରିଚାଳକ ଥିଲେ ସ୍ଥାନୀୟ କର୍ପୋରେଟର ତଥା ବକ୍ସର ଅମରେଶ(ବାଇଁଆ) ଜେନା ।