Monday, May 18, 2026 06:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

by Our Correspondent
02 Oct, 2019- 01:07 PM
in Latest News, News, Politics
1 min read
0
ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳରେ ରହିବ ଏକ ସୋସିଆଲ୍ ସର୍ଭିସ୍(ସାମାଜିକ ସେବା) ୱିଙ୍ଗ୍ । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସେବା ଓ ସଂଗ୍ରାମର ପ୍ରତୀକ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଏକ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ୱିଙ୍ଗ୍ ଜରିଆରେ ବୃକ୍ଷରୋପଣ ଏବଂ ପରିବେଶ, ରକ୍ତଦାନ ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯିବ । ଓଡ଼ିଶାକୁ ସ୍ୱଚ୍ଛ, ନିର୍ମଳ ଏବଂ ସବୁଜ କରି ଲୋକଙ୍କୁ ସ୍ୱାସ୍ଥ୍ୟବାନ୍ କରିବା ଏହି ୱିଙ୍ଗ୍ ର ମୁଖ୍ୟ କାର୍ଯ୍ୟ ହେବ । ‘ସମାଜ ସେବା ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମୁଁ ଚାହେଁ ଆମର ଯୁବକ ବନ୍ଧୁମାନେ ସମାଜ ସେବା ପାଇଁ ଆଗେଇ ଆସନ୍ତୁ ଏବଂ ଏହାକୁ ଶକ୍ତିଶାଳୀ ଆନ୍ଦୋଳନ ଭାବେ ଗଢ଼ି ତୋଳନ୍ତୁ’ ବୋଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଫଳତାରେ ଉଦବୁଦ୍ଧ ମୁଖ୍ୟମନ୍ତ୍ରୀ ବିଜେଡ଼ିର ସମାଜସେବା ୱିଙ୍ଗ୍ ଆରମ୍ଭ କରିବାକୁ ଯାଉଥିବା ଜଣାଇଛନ୍ତି । ସେ କହିଛନ୍ତି, କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଏକ ସଫଳ ରକ୍ତଦାନ ଅଭିଯାନ ହୋଇପାରିଛି । ଆମେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୟୁନିଟ୍ ରକ୍ତ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଇପାରିଛୁ । ଆମର ଏହି ଆନ୍ଦୋଳନରେ ୧୦ ଲକ୍ଷ ଲୋକ ସାମିଲ ହୋଇ ଏହାକୁ ଶକ୍ତିଶାଳୀ କରିଛନ୍ତି ।
ଭୁବନେଶ୍ୱରର କାରଗିଲ୍ ରୋଡ଼ଠାରେ ଆୟୋଜିତ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଲଗାଥର ପଞ୍ଚମ ଥର ପାଇଁ ଓଡ଼ିଶାବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ଓଡ଼ିଶାବାସୀଙ୍କ ଆଶିର୍ବାଦ ଓ ଆମର କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ସରକାର ପୁଣି ଥରେ ଲୋକଙ୍କ ସେବାର ସୁଯୋଗ ପାଇଛି । ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ବିଜେଡ଼ିର ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ । ଏହି ପଦଯାତ୍ରା ବେଳେ ଲୋକଙ୍କ ସମସ୍ୟା ବୁଝ ଏବଂ ସରକାରଙ୍କ ଭଲ କାମ ଲୋକଙ୍କୁ ଜଣାଅ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଦେବୀପ୍ରସାଦ ମିଶ୍ର, ପ୍ରଦୀପ୍ତ ପାଣିଗ୍ରାହୀ, ସାଂସଦ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଅମରେଶ ଜେନା, ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ

Next Post

ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା

Next Post
ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା

ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA