Thursday, May 21, 2026 04:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ମୁମ୍ବାଇ ସୁପରକପ୍

by Our Correspondent
11 May, 2018- 05:54 PM
in Latest News, News
1 min read
0
ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ମୁମ୍ବାଇ ସୁପରକପ୍
ମୁମ୍ବାଇ: ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଏଟିଏସ୍(ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍) ମୁଖ୍ୟ ହିମାଂଶୁ ରାୟ(୫୪) ଆଜି ଆତ୍ମହତ୍ୟା କରିଛନ୍ତି । ଅପରାହ୍ନ ୧.୪୦ ମିନିଟ୍ ସମୟରେ ନିଜ ସରକାରୀ ବାସଭବନରେ ସେ ନିଜର ସର୍ଭିସ୍ ରିଭଲଭର୍ ରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟସ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦୀର୍ଘଦିନ ଧରି ସେ କ୍ୟାନସର୍ ରେ ପୀଡ଼ିତ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ହିମାଂଶୁଙ୍କ ଭଳି ଜଣେ ଦକ୍ଷ ପୁଲିସ ଅଫିସରଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
୧୯୮୮ ବ୍ୟାଚ୍ ର ଆଇପିଏସ୍ ହିମାଂଶୁ ମହାରାଷ୍ଟ୍ର ପୁଲିସରେ ସୁପରକପ୍ ନାଁରେ ନାମିତ ଥିଲେ । ୨୦୧୪ ମସିହାରେ ସେ ଜେସିପି(କ୍ରାଇମ୍) ଭାବରେ ଅବସ୍ଥାପିତ ଥିବା ବେଳେ ବହୁ ଚର୍ଚ୍ଚିତ ଆଇପିଏଲ୍ ବେଟିଂ ମାମଲାର ତଦନ୍ତ ମୁଖ୍ୟ ଥିଲେ । ପରେ ତାଙ୍କୁ ଏଟିଏସ୍ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ମୁମ୍ବାଇରେ ୨୬/୧୧ ଆତଙ୍କ ହମଲାରେ ଜଡ଼ିତ ଲସ୍କର-ଇ-ତୋଇବା ଆତଙ୍କବାଦୀ ଡାଭିଡ୍ ହେଡ଼ଲି ର ରେକି ମିଶନ୍ ର ସେ ପର୍ଦ୍ଦାଫାସ୍ କରିଥିଲେ । ସେହିଭଳି ବାନ୍ଦ୍ରାର କୁର୍ଲା କମ୍ପ୍ଲେକ୍ସରେ ଥିବା ଆମେରିକା ସ୍କୁଲକୁ ଉଡ଼ାଇ ଦେବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ମୁଖ୍ୟ ଆନିସ୍ ଆନସାରୀକୁ ସେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଅତିରିକ୍ତ ଡିଜି(ଏଷ୍ଟାବ୍ଲିସମେଣ୍ଟ) ଭାବେ କାର୍ଯ୍ୟରତ ହିମାଂଶୁ କ୍ୟାନସରରେ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ୨୦୧୬ ମସିହାରୁ ଛୁଟିରେ ଥିଲେ ।
ହିମାଂଶୁ ଜଣେ ମିଷ୍ଟଭାଷୀ, ଶୃଙ୍ଖଳିତ ଏବଂ ବିଚକ୍ଷଣ ପୁଲିସ ଅଫିସର ଥିଲେ ବୋଲି ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ କହିଛନ୍ତି ।
Previous Post

ଡିଜିପି ଶର୍ମାଙ୍କୁ ‘ପୁଲିସ ଏକ୍ସଲେନ୍ସ ଆୱାର୍ଡ’

Next Post

ଆସନ୍ତାବର୍ଷରୁ ସିବିଏସଇ ଢ଼ାଞ୍ଚାରେ ମାଟ୍ରିକ୍ ପରୀକ୍ଷା

Next Post
ଆସନ୍ତାବର୍ଷରୁ ସିବିଏସଇ ଢ଼ାଞ୍ଚାରେ ମାଟ୍ରିକ୍ ପରୀକ୍ଷା

ଆସନ୍ତାବର୍ଷରୁ ସିବିଏସଇ ଢ଼ାଞ୍ଚାରେ ମାଟ୍ରିକ୍ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA