ନୂଆଦିଲ୍ଲୀ: ସ୍ୱର୍ଗରେ ଥିବା ନିର୍ଭୟାଙ୍କୁ ଦୀର୍ଘ ୭ ବର୍ଷ ପରେ ଶାନ୍ତି ମିଳିବ । ନିର୍ଭୟାଙ୍କୁ ବର୍ବୋରିଚିତ ଗଣଦୁଷ୍କର୍ମ କରିଥିବା ୪ ରାକ୍ଷସ ଅକ୍ଷୟ ସିଂହ, ମୁକେଶ, ପାୱନ ଗୁପ୍ତା ଏବଂ ବିନୟ ଶର୍ମା ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀରେ ଝୁଲିବେ । ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଆଜି ଏମାନଙ୍କର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ତିହାର ଜେଲ୍ ରେ ଥିବା ଦୋଷୀମାନଙ୍କୁ ଫାଶୀରେ ଚଢ଼ାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଡେଥ୍ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବ । ୭ ବର୍ଷ ପରେ ମୋ ଝିଅକୁ ନ୍ୟାୟ ମିଳିବ ।
୨୦୧୨ ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂ(ନିର୍ଭୟା)ଙ୍କୁ ଏକ ଚଳନ୍ତା ବସ୍ ରେ ଗଣଦୁଷ୍କର୍ମ କରାଯାଇଥିଲା । ବସ୍ ଡ୍ରାଇଭର, କଣ୍ଡକ୍ଟର, ହେଲପର୍ ସମେତ ୬ ଜଣ ତାଙ୍କୁ ନିର୍ଭୟା କଲା ପରେ କିଲବିଲ୍ କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଡାକ୍ତରଖାନାରେ ୧୨ ଦିନ ଧରି ଜୀବନ ସଂ ସଂଘର୍ଷ କଲା ପରେ ଆଖି ବୁଜିଦେଇଥିଲେ ନିର୍ଭୟା । ଏହି ବର୍ବରକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲ୍ ରେ ଆତ୍ମହତ୍ୟା କରିଥିଲେ । ଅନ୍ୟ ଅଭିଯୁକ୍ତଙ୍କ ଟ୍ରାଏଲ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ହୋଇଥିଲା । ୨୦୧୩ ସେପ୍ଟମ୍ବର ୧୩ ରେ ଫାଷ୍ଟ ଟ୍ରାକ୍ କୋର୍ଟ ଅଭିଯୁକ୍ତ ଅକ୍ଷୟ, ମୁକେଶ, ପୱନ ଏବଂ ବିନୟ ଶର୍ମାକୁ ଫାଶୀଦଣ୍ଡ ଶୁଣାଇଥିବା ବେଳେ ଅନ୍ୟ ନାବାଳକ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଇଥିଲେ । ଫାଷ୍ଟ ଟ୍ରାକ୍ କୋର୍ଟ ରାୟ ବିରୋଧରେ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥଇଲା । ୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ।
ତେବେ ଅନ୍ୟତମ ଦୋଷୀ ଅକ୍ଷୟ ସିଂ ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନ କରିବାରୁ ଦଣ୍ଡାଦେଶରେ ବିଳମ୍ବ ହୋଇଥିଲା । ଡିସେମ୍ବର ୧୮ରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ସେହି ଆବେଦନକୁ ଖାରଜ କରିଥିଲେ ।