Sunday, June 15, 2025 02:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଟ ହୁଡ଼ିଲା ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ !

by Our Correspondent
20 May, 2020- 11:56 PM
in Latest News, News
1 min read
0
ବାଟ ହୁଡ଼ିଲା ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ !
ଭୁୁବନେଶ୍ୱର: ଟୁଇଟ୍ ମାଷ୍ଟର୍ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ତାଙ୍କର ଏକ ଟୁଇଟ୍ କୁ ନେଇ ଅଡୁଆରେ ପଡ଼ିଛନ୍ତି । ‘ଅମ୍ଫନ’ ର ତାଣ୍ଡବ ବେଳେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀର ଜଣେ ମୃତ ବ୍ୟକ୍ତିଙ୍କୁ ଟୁଇଟ୍ ଜରିଆରେ ବାତ୍ୟାର ପ୍ରଥମ କାଜୁଆଲିଟି ଦର୍ଶାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଏହା ଧରାପଡ଼ିଯିବାରୁ ବୈଜୟନ୍ତ ଅଡୁଆରେ ପଡ଼ିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ନିଜ ତଥ୍ୟକୁ ସଂଶୋଧନ କରି ଆଉ ଏକ ଟୁଇଟ୍ କରିବାକୁ ବାଧ୍ୟ ହେଲେ । ଘଟଣାଟି ଆଜି ବେଶ୍ ଚର୍ଚ୍ଚା ହୋଇଛି ।
ଘଟଣା ଏମିତି । କେନ୍ଦ୍ରାପଡ଼ା ସାତଭାୟା ଅଞ୍ଚଳର ଜଣେ ୫୭ ବର୍ଷୀୟା ମହିଳା କୋଇଲି ବେହେରା ନିଜ କଚ୍ଚା ଘରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇ ନ ଥିବାରୁ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା ବୈଜୟନ୍ତ ଆଜି ସକାଳେ ଟୁଇଟ୍ କରିଥିଲେ । ଏହାକୁ ରାଜ୍ୟର ପ୍ରଥମ ବାତ୍ୟା ଆଜୁଆଲିଟି ବୋଲି ଦାବି କରିବା ସହ ଜିଲ୍ଲାପାଳଙ୍କୁ ଫୋନ୍ କରି ସହାୟତା ଦେବାକୁ କହିଥିବା ଟୁଇଟ୍ ରେ ଜଣାଇଥିଲେ । ବୈଜୟନ୍ତଙ୍କ ଏହି ଟୁଇଟ୍ କୁ ତାଙ୍କ ଟିଭି ବ୍ରେକିଂ ଖବର କରି ଜୋରସୋର ପ୍ରଚାର କରିଥିଲା ।
ତେବେ ଟିଭିରୁ ସ୍ଥାନୀୟ ଅଞ୍ଚଳବାସୀ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତାଙ୍କର କଚ୍ଚା ଘର ନୁହେଁ ବରଂ ସେ ଛାତ ଘରେ ରୁହନ୍ତି । ତାଙ୍କର ଅସୁସ୍ଥତା ଯୋଗୁଁ ସେ ମୃତ୍ୟୁବରଣ କରିଛନ୍ତି ଏବଂ ବାତ୍ୟା ସହିତ ମୃତ୍ୟୁର ସମ୍ପର୍କ ନାହିଁ ବୋଲି ଜଣାପଡ଼ିଲା । ଜିଲ୍ଲାପାଳ ସମର୍ଥ ବର୍ମା ଅନୁସନ୍ଧାନ କରି ସତ୍ୟତା ଜାଣିବା ପରେ କାଉଣ୍ଟର୍ ଟୁଇଟ୍ କରି ସ୍ପଷ୍ଟ କରିଥିଲେ । ମୃତ ମହିଳାଙ୍କ ପରିବାରକୁ ୧୨ ହଜାର ଟଙ୍କାର ସହାୟତା ବି ପଠାଇଲେ ।
ଅସଲ ତଥ୍ୟ ସାମନାକୁ ଆସିବା ପରେ ବୈଜୟନ୍ତଙ୍କୁ ଅଡୁଆ ହୋଇଥିଲା । ନିଜେ ଛାଡ଼ିଥିବା ତଥ୍ୟକୁ ଓଲଟାଇବାକୁ ବାଧ୍ୟହେଲେ । ସଂପୃକ୍ତା ମହିଳା ପକ୍କା ଘରେ ରହୁଛନ୍ତି ଏବଂ ଛାତିରେ ଯନ୍ତ୍ରଣା ହୋଇ ହସ୍ପିଟାଲ୍ ନେବା ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ସ୍ୱାଭାବିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଦ୍ୱିତୀୟ ଟୁଇଟ୍ କରି ଜଣାଇଲେ ବୈଜୟନ୍ତ ।
ଅବଶ୍ୟ ପ୍ରଥମ ଭୁଲ୍ ର କ୍ଷତି ଭରଣା କରିବା ଭଳି କାମ କରିଥିଲେ ବୈଜୟନ୍ତ । ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଜଣେ ୩ ମାସର ଶିଶୁ କାନ୍ଥଭୁଷୁଡ଼ି ମରିଥିବା ସେହି ଟୁଇଟ୍ ରେ ଯୋଡିଥିଲେ ସେ ।
ବୈଜୟନ୍ତଙ୍କ ଭଳି ଅନୁଭବୀ, ବିଜ୍ଞ ବ୍ୟକ୍ତି ଏକ ସମ୍ବେଦନଶୀଳ ଘଟଣାର ସତ୍ୟତା ଯାଞ୍ଚ ନ କରି କାହାରି କାନକୁହା କଥାରେ ଏମିତି ଟୁଇଟ୍ କରିଥିବେ କାହାରି ବିଶ୍ୱାସ ହେଉନାହିଁ । ବରଂ ଏହା ପଛରେ ରାଜନୀତି ରହସ୍ୟ ଥିବା ଚର୍ଚ୍ଚା ହେଉଛି । ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ମିସନ୍ ଉପରେ କଳା ବୋଳିବାକୁ ବୈଜୟନ୍ତ ଏହି ହୀନ ଉଦ୍ୟମ କରିଥିବା ବିରୋଧୀମାନେ କହୁଛନ୍ତି ।

Previous Post

ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

Next Post

ରାଜ୍ୟରେ ଆଉ ୫୧ ପଜିଟିଭ୍, ଜଣେ ମୃତ

Next Post
ରାଜ୍ୟରେ ଆଉ ୫୧ ପଜିଟିଭ୍, ଜଣେ ମୃତ

ରାଜ୍ୟରେ ଆଉ ୫୧ ପଜିଟିଭ୍, ଜଣେ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA