ଭୁବନେଶ୍ୱର: ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ଙ୍କ ବାପା ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ପରଲୋକ ହୋଇଯାଇଛି । ଡାକ୍ତର ରାଉତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ଆଜି ସଂଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ର ବାଲୁରିଆ ଗାଁରେ ଜନ୍ମଗ୍ରହଣ କରିଥିବା ଡାକ୍ତର ରାଉତ ୧୯୭୨ ମସିହାରେ ଏସସିବି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରୁ ଡାକ୍ତରୀ ପାଠ ସାରି ଜାମସେଦପୁରରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ ତାଙ୍କର ବିଶେଷ ଖ୍ୟାତି ଥିଲା । ଟେଲକୋରେ ଥିବା ତାଙ୍କର କ୍ଲିନିକ୍ ରେ ଗରିବ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରି ବେଶ୍ ସୁନାମ ଅର୍ଜନ କରିଥିଲେ ।
ସ୍ୱର୍ଗତ ରାଉତଙ୍କର ପତ୍ନୀ ପୁଷ୍ପା ରାଉତ ଏବଂ ତିନି ଝିଅ ଅଛନ୍ତି । ବଡ଼ଝିଅ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ୍ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ମିଶନ୍ ଶକ୍ତି ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଆଇଏଏସ୍ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କର ସେ ପତ୍ନୀ । ମଝିଆ ଝିଅ ସୁସ୍ମିତା ଜଣେ ଭେଟେନାରି ବିଶେଷଜ୍ଞ ହୋଇଥିବା ବେଳେ ସାନ ଝିଅ ସୁଚିତ୍ରା ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲ୍ ।
ଡାକ୍ତର ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।