Wednesday, May 20, 2026 02:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିକଳ୍ପ ରାସ୍ତାରେ ହତାଶ ସୌମ୍ୟ !

by Our Correspondent
19 Jun, 2020- 01:37 PM
in Latest News, News, Politics
1 min read
1
ବିକଳ୍ପ ରାସ୍ତାରେ ହତାଶ ସୌମ୍ୟ !
ଭୁବନେଶ୍ୱର: ନିଜ ଖବରକାଗଜର ଆମ ଘରର ହାଲଚାଲ୍ ସ୍ତମ୍ଭରେ ସୌମ୍ୟ ରଂଜନ ପଟ୍ଟନାୟକ ‘ଚତୁର୍ଥ ସ୍ତମ୍ଭ ନା ତୃତୀୟ ନୟନ’ ଶୀର୍ଷକରେ ଅତି ସୁନ୍ଦର ଉପସ୍ଥାପନା କରିଛନ୍ତି । ଗଣମାଧ୍ୟମର ଦାୟିତ୍ୱ ବର୍ଣ୍ଣନା କରିବାକୁ ଯାଇ ଭାବ ଓ ଆଦର୍ଶର ମନ୍ତ୍ର ଦେଇଛନ୍ତି । ତାଙ୍କ ଲେଖନୀରୁ ସୁବାସ ବୋଷ, ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁଙ୍କ ଚିନ୍ତାଧାରା ଉଦ୍ରେକ ହେଉଛି । ସୌମ୍ୟବାବୁ ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି ଯେ ଗଣମାଧ୍ୟମକୁ ତୃତୀୟ ନୟନ ଏବଂ ଭଗବାନ ଶିବଙ୍କ ଅବତାରରେ ରଖି ଲୋକଙ୍କ ସେବାରେ ଉତ୍ସର୍ଗ କରିବେ । ସରକାରଙ୍କଠାରୁ ଅନୁଗ୍ରହ ଅପେକ୍ଷା କରିବେ ନାହିଁ । କରୋନା ମହାମାରୀର ପ୍ରଭାବ ଗଣମାଧ୍ୟମ ସମ୍ପର୍କରେ ନୂଆ କରି ଚିନ୍ତା କରିବାକୁ ତାଙ୍କୁ ବାଧ୍ୟ କରିଛି । ଅନ୍ୟମାନେ ମଧ୍ୟ ଏହି ନୀତି ଆପଣେଇବାକୁ ପରାମର୍ଶ ଦେଇଛନ୍ତି ।
୩୫ ବର୍ଷର ମିଡ଼ିଆ ମାଲିକ ଗଣମାଧ୍ୟମର ଦାୟିତ୍ୱ ସମ୍ପର୍କରେ ଏବେ ସଚେତନ ହୋଇଛନ୍ତି । କରୋନା ସଙ୍କଟର ଆର୍ଥିକ ମାନ୍ଦାବସ୍ଥା ଓ ଗଣମାଧ୍ୟମର ନିର୍ଭରଶୀଳତା ସୌମ୍ୟଙ୍କୁ କୁଆଡେ ବିଚଳିତ କରିଛି । ବିଜ୍ଞାପନ ଉପରେ ନିର୍ଭରଶୀଳ ଖବରକାଗଜକୁ ସରକାର ନିଜ ସପକ୍ଷରେ ଲଗାଇବାର ସହଜ କୌଶଳ ଧରିଥିବାରୁ ତାହା ସମାଜର ହିତ ପାଇଁ ସମ୍ପୂର୍ଣ୍ଣ ଆତ୍ମଘାତୀ ହୋଇପାରେ ବୋଲି ବୁଝିଛନ୍ତି । ସରକାରଙ୍କ ଉପରେ ନିର୍ଭର ନ କରି ତୃତୀୟ ନୟନ ହୋଇପାରିଲେ ଯାଇ ସମାଜର ମଙ୍ଗଳ ହେବ । ଏହା ତାଙ୍କର ହୃଦବୋଧ ହୋଇଛି । ଏଣିକି ଭଗବାନ ଶିବଙ୍କ ରୂପରେ ଆସିବେ ସୌମ୍ୟ । ତ୍ରିଶୂଳ ଧରି ଦୁର୍ନୀତି, ଅନ୍ୟାୟ, ଅରାଜକତା ବିରୋଧରେ ପାଠକମାନଙ୍କୁ ଚେତେଇବେ । ଗଣତନ୍ତ୍ରକୁ ସୁରକ୍ଷା ଦେବେ ।
ସୌମ୍ୟଙ୍କ ବ୍ୟକ୍ତିତ୍ୱ, ଆଦର୍ଶ ଓ ଚିନ୍ତାଧାରାକୁ ଜାଣିଥିବା ଲୋକ ଏହାକୁ ପଢ଼ି ଖାଲି କୌତୁହଳ ପ୍ରକାଶ କରିନାହାନ୍ତି ବରଂ ନିଜକୁ ଲଜ୍ଜିତ ମଣିଛନ୍ତି । ୩୫ ବର୍ଷ ଧରି ସେ ବିକ୍ରୀ ହୋଇଥିବା ପରୋକ୍ଷରେ ଜଣାଇ ଦେଇଛନ୍ତି । ତେବେ ହଠାତ କାହିଁକି ପୁଣି ପରିବର୍ତ୍ତନର ଆବଶ୍ୟକତା ପଡ଼ିଲା, ଶିବରୂପରେ ତ୍ରିଶୂଳ ଧରିବାକୁ ମନସ୍ଥ କଲେ, ତାହା ପଛର ଗୁମର କ’ଣ?
ସୌମ୍ୟଙ୍କ ରାଜନୈତିକ ଉଚ୍ଚାକାଂକ୍ଷା, ବ୍ୟବସାୟିକ ପୃଷ୍ଠଭୂମି ଜାଣିଥିବା ଲୋକଙ୍କ ପାଇଁ ଏହା ଦିନବେଳା ଲଣ୍ଠନ ଦେଖାଇଲା ଭଳି କଥା ହୋଇଛି । ବୁଦ୍ଧିଜୀବୀମହଲର କହିବା ଅନୁଯାୟୀ ସୌମ୍ୟଙ୍କ ପାଇଁ କ୍ଷମତା, ବ୍ୟବସାୟ ଆଗରେ ଅନ୍ୟସବୁ ତୁଚ୍ଛ । ଏଥିପାଇଁ ନୀତି, ନୈତିକତାକୁ ଜଳାଞ୍ଜଳି ଦେବାର ସେ ହେଉଛନ୍ତି ସର୍ବୋକୃଷ୍ଟ ଉଦାହରଣ । ଯେଉଁ ବିଜେଡ଼ି ଏବଂ ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ୧୮ ବର୍ଷ ଧରି କମ୍ପମାନ କରୁଥିଲେ, ସେଠି ରାତାରାତି ଶରଣ ପଶିଗଲେ । ସରକାରଙ୍କ ସବୁ କଳଙ୍କକୁ ସାବୁନରେ ସଫା କରିବାର କଥା ଦେଇ ସାଂସଦ, ବିଧାୟକ ହେବାରେ ସଫଳ ହେଲେ ।
ରାଗ ହୋଇଛି, ନବୀନ କାହିଁକି ତାଙ୍କୁ ମନ୍ତ୍ରୀ କଲେ ନାହିଁ । ମିଡ଼ିଆ ଅସ୍ତ୍ର ଦେଖାଇ ବ୍ଲାକ୍ ମେଲିଂରେ ନବୀନ ପଟ୍ଟନାୟକଙ୍କୁ ପାରିହେବନି, ଏକଥା ଭଲଭାବେ ବୁଝିଯିବା ପରେ ବିଚଳିତ ହୋଇପଡ଼ିଛନ୍ତି । ତେଣୁ ପୁଣି ରଙ୍ଗ ବଦଳେଇବାକୁ ମନସ୍ଥିର କରିଛନ୍ତି ଅସ୍ଥିର ସୌମ୍ୟ ।
ସୂଚନାଥାଉକି, ବିଜେଡ଼ି ଶରଣର ମାତ୍ର ୬ ଘଣ୍ଟା ଭିତରେ ରାଜ୍ୟସଭା ଟିକେଟ ହାତେଇଥିବା ସୌମ୍ୟଙ୍କୁ ତାଙ୍କ ‘ସମ୍ବାଦ’ ଅଫିସରେ ସମ୍ବର୍ଦ୍ଧିତ କରାଯିବା ବେଳେ ଏହାର ସମସ୍ତ ଶ୍ରେୟ ଦେଇଥିଲେ ସମ୍ବାଦ ପରିବାରକୁ । ସମ୍ବାଦ ଯୋଗୁଁ ତାଙ୍କୁ ଏହି ପୁରସ୍କାର ମିଳିଛି ବୋଲି ମୁକ୍ତ କଣ୍ଠରେ କହିଥିଲେ । ବର୍ଷେ ପରେ ଖଣ୍ଡପଡ଼ାରୁ ବିଧାନସଭା ଆସନରୁ ବିଜେଡ଼ି ଟିକେଟ ପାଇ ନିର୍ବାଚିତ ହେଲା ପରେ ସମାନ କଥା ଦୋହରାଇଥିଲେ ।
ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ, ସୌମ୍ୟ ତାଙ୍କ ଖବରକାଗଜ ଓ ଟିଭିକୁ ଆୟୂଧ କରି ରାଜନୀତି କରୁଛନ୍ତି । ସେହି ବଳରେ କ୍ଷମତାର ଶିଡ଼ୀ ଚଢ଼ିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସୁତରାଂ ତାଙ୍କୁ ଆପଣୋଉଥିବା ଦଳ ଏବଂ ସରକାରର କ’ଣ ଅପେକ୍ଷା ତାହା ସୌମ୍ୟଙ୍କ ଭଳି ବୁଦ୍ଧିମାନ ବ୍ୟକ୍ତି ଏତେ ଡେରିରେ ବୁଝିଲେ କାହିଁକି ?
ଏହା ସ୍ପଷ୍ଟ ଯେ ମନ୍ତ୍ରୀ ନ ହେବାର ରାଗରେ ଜଳୁଥିବା ସୌମ୍ୟ ବାବୁ ବିଜେଡ଼ି ପ୍ରତି ବୀତସ୍ପୃତ ଆଜି ନୁହେଁ, ମନ୍ତ୍ରୀମଣ୍ଡଳ ଗଠନ ହେବା ଦିନୁଁ ହୋଇଛନ୍ତି । ନିଜର କାଗଜ ଓ ଟିଭି ଜରିଆରେ ସେ ସରକାରଙ୍କୁ ନାଲି ଆଖି ଦେଖାଇବା ପୁରୁଣା ହୋଇଗଲାଣି । ବିକଳ୍ପ ରାସ୍ତାରେ ଯିବା ପାଇଁ ସୁଯୋଗ ଉଣ୍ଡିଥିଲେ । ବିଜେଡ଼ି ଛାଡ଼ିଦେବେ ବୋଲି କରୋନା ପୂର୍ବରୁ ନିଜ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଖାସ୍ କର୍ମୀମାନଙ୍କୁ କହିସାରିଛନ୍ତି । ଏବେ ‘ଆମ ଘରର ହାଲଚାଲ୍’ ସ୍ତମ୍ଭ ଜରିଆରେ ରେ ନିଜର ପରିବର୍ତ୍ତିତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ଖବରକାଗଜକୁ ରାଜନୈତିକ ସଂପୃକ୍ତିରୁ ଭିନ୍ନ ଦେଖାଇବାକୁ ଚେଷ୍ଟା କରିବା ଭିତରେ ନିଜ କଥା ଉହ୍ୟ ରଖିଥିଲେ ମଧ୍ୟ ତାଙ୍କର ଚାଲ୍ ଧରାପଡ଼ିଯାଇଛି । ଗଣମାଧ୍ୟମକୁ ଜାଗ୍ରତ ପ୍ରହରୀ ଓ ତୃତୀୟ ନୟନର ବାହାନା ଦେଖାଇ ସୌମ୍ୟ ଗୋଟିଚାଳନା କରିଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ସରକାରଙ୍କୁ ଆଉ ତେଲ ମାରିବେ ନାହିଁ । ନିଜ ଗୋଡରେ ନିଜେ ଛିଡା ହୋଇ ତାକତ୍ ଦେଖାଇବେ ବୋଲି ଧମକ ଦେଇଛନ୍ତି ।
ତାଙ୍କର ସହଯୋଗୀ ଭାବେ କାମ କରିଥିବା ଜଣେ ପ୍ରତିଷ୍ଠିତ ସାମ୍ବାଦିକ ନିଜ ନାଁ ଗୋପନ ରଖିବା ସର୍ତ୍ତ କହିଛନ୍ତି, ସୌମ୍ୟବାବୁ ଏକ ବହୁରୂପୀ ମଣିଷ । ତାଙ୍କୁ ଚିହ୍ନିବା କଷ୍ଟ । ଅନ୍ୟଙ୍କୁ ଆଦର୍ଶବାଣୀ ଦେବେ ଅଥଚ ନିଜେ ଆଦର୍ଶବିହୀନ କାର୍ଯ୍ୟ କରିବେ । ନିଜର ସ୍ୱାର୍ଥ ହାସଲ ପାଇଁ ମିଡ଼ିଆକୁ ଢ଼ାଲ୍ କରିବେ ଅଥଚ ଅଥଚ ସାମ୍ବାଦିକମାନଙ୍କୁ ନିରପେକ୍ଷ, ନିଷ୍ଠାବାନର ମନ୍ତ୍ର ପଢ଼ାଇବେ । ନିଜେ ମାଲିକ ହୋଇ କ୍ଷମତା ଭୋଗିବେ, ଅନ୍ୟ ସାମ୍ବାଦିକମାନେ ପେଟରେ ଓଦାକନା ପକାଇ ସେବକ ହେବେ । ଓଡ଼ିଆ ଭାଷା, ସଂସ୍କୃତି ପାଇଁ ଆନ୍ଦୋଳନ କରିବେ ଅଥଚ ନିଜେ ବିଲାତି ହେବେ । ଚାଷୀଙ୍କ ପାଇଁ ଆନ୍ଦୋଳନ କରିବେ ଅଥଚ ଚାଷୀଙ୍କୁ ଦେଖିଲେ ନାକ ଟେକିବେ ଇତ୍ୟାଦି ଇତ୍ୟାଦି ।
ମୋଟାମୋଟି ଭାବେ, ଗଣମାଧ୍ୟମକୁ ନିରପେକ୍ଷତା ଏବଂ ସାମ୍ବାଦିକଙ୍କୁ ସେବକ ହେବାର ମନ୍ତ୍ର ପଢ଼ାଉଥିବା ସୌମ୍ୟଙ୍କର ଏହା ବ୍ୟକ୍ତିଗତ ହତାଶାର ପ୍ରତିଫଳନ ବୋଲି କୁହାଯାଉଛି । ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ଆଞ୍ଚ ଆସିଲେ, ଅନ୍ୟମାନଙ୍କୁ ସଂଗ୍ରାମୀ ହେବାର ପାଠ ପଢ଼ାଇବାର ମାନସିକତାକୁ ବିଭିନ୍ନ ମହଲରେ କଟାକ୍ଷ କରାଯାଉଛି ।
ଯାହା ଖବର ମିଳୁଛି, ସୌମ୍ୟ ବାବୁ କରୋନା ସଙ୍କଟରେ ବ୍ୟବସାୟିକ କ୍ଷତି ସହୁଥିବାରୁ ଅତ୍ୟନ୍ତ ବିଚଳିତ ଅଛନ୍ତି । ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିବେନି ବୋଲି ଜଣାଇ ଖବରକାଗଜର ମୂଲ୍ୟବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଗଣମାଧ୍ୟମ ବୃତ୍ତିକୁ ଆଦରି ନେଇଥିବା ବ୍ୟକ୍ତିମାନଙ୍କୁ ସେବାମୂଳକ ବୃତ୍ତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇ ଆର୍ଥିକ ଅଙ୍କୁଶ ଲଗାଇଛନ୍ତି ।
ସୌମ୍ୟ ବାସ୍ତବରେ କ’ଣ କରିବାକୁ ଯାଉଛନ୍ତି? ତଥାଗତ ଶତପଥୀଙ୍କ ଭଳି ରାଜନୀତିରୁ ସନ୍ୟାସ ନେଇ ନିଜକୁ କେବଳ ଖବରକାଗଜରେ ସୀମିତ ରଖିବେ ନା ବିଜେଡ଼ି ବିକଳ୍ପ ରାସ୍ତାରେ ନିଜର ଶକ୍ତି ପରୀକ୍ଷା ଦେବେ? ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।
ଇତିମଧ୍ୟରେ ତାଙ୍କ ଭାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କ ବିରୋଧରେ ସକ୍ରିୟ ହେବା, ଶାସକ ଦଳର ବିଧାୟକ ଥାଇ ବି ସୌମ୍ୟ ସରକାର ବିରୋଧୀ ଆଭିମୁଖ୍ୟରେ ରହିବା ଏବଂ ଶେଷରେ ସରକାରଙ୍କ ଅନୁଗ୍ରହିତାରୁ ନିଜ ସଂସ୍ଥାକୁ ଦୂରେଇ ରଖିବାର ଘୋଷଣା କରିବା ପଛରେ ଏକ ବଡ଼ ଗେମ୍ ପ୍ଲାନ୍ ରହିଥିବା କୁହାଯାଉଛି । ଏହି ଗେମ୍ ପ୍ଲାନ୍ ଦିଲ୍ଲୀରୁ ନିୟନ୍ତ୍ରଣ ହେଉଥିବା କିଛି ସୂତ୍ର କହୁଛନ୍ତି । ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଟେନସନ୍ ଦେବା ଏବଂ ବିଜେଡ଼ିକୁ କ୍ଷତି ପହଞ୍ଚାଇବା ପାଇଁ କୁଆଡ଼େ ବଡ଼ ଯୋଜନା ହୋଇଛି ।
Previous Post

ରଥଯାତ୍ରା ଅଧ୍ୟାୟ ଶେଷ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

Next Post

ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

Next Post
ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

Comments 1

  1. ବିକ୍ରମ କେଶରୀ ଦେଓ, ଅଧିବକ୍ତାତା says:
    6 years ago

    ମୁଁ ସୌମ୍ୟବାବୁଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଅଧିବାସୀ ଏବଂ ତାଙ୍କୁ ଭଲଭାବରେ ଜାଣେ. ଉପରୋକ୍ତ ବିଷୟଟି ୧୦୦ ପ୍ରତିଶତ ସତ୍ୟ ଅଟେ. ଜୀବନଯାକ ବି.ଜେ.ଡି. ବିରୁଧ୍ଧରେ ଲଢି ବୟସର ଅପରାହ୍ନରେ ଶରଣାପର୍ଣ୍ଣ ହେବାଦିନଠାରୁ ତାଙ୍କ ନୈତିକତାର ଅବସାନ ଘଟିସାରିଛି. ଅନ୍ୟପଟେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଅଂଚଳକୁ ନଆସି ନିଜର କିଛି କର୍ମଚାରୀଙ୍କ ଦ୍ୱାରା ଲୋକମାନଙ୍କ କଥା ବୁଝିବା ତାଙ୍କ ସାମନ୍ତବାଦି ଚିନ୍ତାଧାରାକୁ ଦର୍ଶାଇ ଦେଇଛି.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA