Sunday, June 15, 2025 02:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ଗୋଡେଇଲା ଖଣି ଜରିମାନା ଭୂତ

by Our Correspondent
09 Aug, 2017- 02:09 PM
in Latest News, Politics
1 min read
0
ବିଜେପିକୁ ଗୋଡେଇଲା ଖଣି ଜରିମାନା ଭୂତ
ଭୁବନେଶ୍ୱର: ଖଣି ମହାଦୁର୍ନୀତି ପ୍ରସଙ୍ଗରେ ବର୍ଷ ବର୍ଷ ଧରି ଧରି ବିଜେଡ଼ି ସରକାରଙ୍କ ବିରୋଧରେ ଚିଲୋଉଥିବା ବିଜେପି ଏବେ ସଙ୍କଟରେ ପଡ଼ିଛି । ବେଆଇନ ବାଟରେ ବେଧଡ଼କ ଖଣି ଲୁଟିଥିବା ଖଣିମାଲିକଙ୍କ ଉପରୁ ଶତପ୍ରତିଶତ ଜରିମାନା ଆଦାୟ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ବିଜେପି ନେତାଙ୍କୁ ଛାନିଆଁ କରିଦେଇଛି । ଖଣି ମହାଦୁର୍ନୀତି କଥା ଭୁଲି ଖଣିମାଲିକଙ୍କଠାରୁ ଜରିମାନା ଆଦାୟ ତାରିଖ ଘୁଞ୍ଚାଇ ଦେବାକୁ ସେମାନେ ସହଯୋଗର ହାତ ବଢ଼ାଇବେ । ଅଭିଯୁକ୍ତ ଖଣି ମାଲିକମାନେ ସୁପ୍ରିମ୍ କୋର୍ଟରେ ରିଟ୍ ପିଟିସନ୍ କରିବାକୁ ସେମାନେ ପାଲୋଉଛନ୍ତି । ସେଥିପାଇଁ ଖର୍ଚ୍ଚ ପାଣି ଦେବାକୁ ବି ଇସାରା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଏହା ପଛର ରହସ୍ୟ ବିଶ୍ୱାସ ନହେଲେ ବି ନିରାଟ ସତ । ସମସ୍ତଙ୍କୁ ଏହା ଜଣା ଯେ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) ବେଆଇନ ଖଣି ମାଲିକଙ୍କଠାରୁ ୧୭,୫୭୬ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ସୁପାରିଶ କରିଥିଲେ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପ୍ରିମ କୋର୍ଟର ଶତ ପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ଉପରେ ତର୍ଜମା କରାଯାଇଥିଲା । ଦଣ୍ଡିତ ଖଣି ଲିଜଧାରୀମାନଙ୍କଠାରୁ ସିଇସି ସ୍ଥିର କରିଥିବା ଜରିମାନା ଆଦାୟ ପାଇଁ ସେଥିରେ ନିଷ୍ପତ୍ତି ହୋଇଛି । ୧୦ ଦିନ ମଧ୍ୟରେ ଖଣିମାଲିକଙ୍କୁ ନୋଟିସ୍ ଦିଆଯିବ ଏବଂ ଡିସେମ୍ବର ୩୧ ତାରିଖ ସୁଦ୍ଧା ସେମାନେ ୧୭, ୫୭୬ କୋଟି ଟଙ୍କା ଜରିମାନା ସରକାରଙ୍କୁ ପୈଠ କରିବେ ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଜେପି ଶିବିରକୁ ଏଇଥିପାଇଁ ଛନକା ଆଣିଛି ଯେ ରାଜ୍ୟ ରାଜକୋଷକୁ ୧୭ ହଜାର କୋଟିର ଜରିମାନା ରାଶି ଆସିଗଲେ ସେମାନଙ୍କ ଭେଳା ବୁଡ଼ିଯିବ । ସାଧାରଣ ନିର୍ବାଚନ ବେଳକୁ ଏହି ଅପ୍ରତ୍ୟାଶିତ ରାଶି ସରକାରଙ୍କ ଚାଲୁ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ଅଧିକ ଦୌଡାଇବା ସହ ନୂଆ ନୂଆ ଯୋଜନା ପ୍ରଣୟନର ବାଟ ଫିଟାଇଦେବ ।  ଭୋଟ ସମୟକୁ ରାଜ୍ୟ ସରକାର ତାଙ୍କର ଅତିରିକ୍ତ କୁବେର ଭଣ୍ଡାର ରାଜ୍ୟବାସୀଙ୍କ ଦୁଃଖବିନାଶନ କାର୍ଯ୍ୟ ପାଇଁ ଖୋଲିଦେବେ । ଯାହାକି ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା, ଭଲପାଇବା ଓ ସମର୍ଥନ ଦ୍ୱିଗୁଣିତ କରିପାରେ ବୋଲି ବିଜେପି ମୁଣ୍ଡିଆଳ ଆଶଙ୍କା କରୁଛନ୍ତି । ପେଟ୍ରୋଲ୍ ପଇସାକୁ ଭରସା କରିଥିବା ଦଳର ଦୁର୍ବଳ ସଂଗଠନ ବିଜେଡ଼ିର ସୁଦୃଢ଼ ନେତୃତ୍ୱ, ସାଂଗଠନିକ ଶକ୍ତି ଓ ସରକାରୀ ଅର୍ଥ ବ୍ୟୟର ମୁକାବିଲା କରିପାରିବ ନାହିଁ ବୋଲି ସେମାନଙ୍କର ଭୟ ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଆମେ ୪/୫ ପ୍ରତିଶତ ଅଧିକ ଭୋଟ ପାଇ ଡେଉଁଛୁ । ଆଗକୁ ସାଧାରଣ ନିର୍ବାଚନ । ଖଣି ଜରିମାନା ଦେୟ ୧୭ ହଜାର କୋଟି ଛାଡ଼ନ୍ତୁ, ରାଜ୍ୟ ସରକାର ୧୦ ହଜାର କୋଟି ଆଦାୟ କରି ସେହି ଟଙ୍କାକୁ ଲୋକଙ୍କ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କଲେ ଆମର ମୂଳ ଉଡିଯିବ ।  ଅନ୍ତତଃପକ୍ଷେ ନିର୍ବାଚନ ପର୍ଯ୍ୟନ୍ତ ଜରିମାନା ଆଦାୟରେ ରୋକ୍ ନ ଲଗାଇଲେ ଆମେ ହଜିଯିବୁ ବୋଲି ସେ ସ୍ୱୀକାର କରିଛନ୍ତି ।

 

Previous Post

ଭୋଟ୍ ପାଇଁ ଭୂଆଁ ?

Next Post

ମଉନେ ସମ୍ମତି ଲକ୍ଷଣ

Next Post
ମଉନେ ସମ୍ମତି ଲକ୍ଷଣ

ମଉନେ ସମ୍ମତି ଲକ୍ଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA