Monday, May 18, 2026 05:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ଭାଳେଣି

by Our Correspondent
11 Dec, 2018- 08:50 PM
in Latest News, Politics
1 min read
0
ବିଜେପିରେ ଭାଳେଣି
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ମ୍ୟାଚ୍ ବିବେଚନା କରାଯାଉଥିବା ୫ ଟି ରାଜ୍ୟର ସାଧାରଣ ନିର୍ବାଚନ ଫଳାଫଳ ଆସିଛି । ବିଜେପି ଗଡ଼ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଭୂଇଁ ଚାଟିଛି । ତେଲେଙ୍ଗାନାରେ ଶକ୍ତିଶାଳୀ ଟିଆରଏସ ଆଗରେ ବିଜେପି ପୂରା ଆଣ୍ଠେଇ ପଡ଼ିଛି । ମିଜୋରାମରେ ବି ସମାନ ଅବସ୍ଥା । ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ନେତୃତ୍ୱକୁ ଏହା ଖାଲି ଧକ୍କା ଆଣିନି ବରଂ ଏକ ବୃହତ୍ତ ଆଶଙ୍କା ଭିତରକୁ ଠେଲିଦେଇଛି । ଭାରତର ପୂର୍ବାଞ୍ଚଳ ଦଖଲ ପାଇଁ ଦେଖୁଥିବା ଅତିରିକ୍ତ ସ୍ୱପ୍ନ ଦୁଃସ୍ୱପ୍ନ ହେବାକୁ ବସିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବିଜେପିର ବଡ଼ ପୁଞ୍ଜି । ତେବେ କେନ୍ଦ୍ରରେ ତାଙ୍କ କାର୍ଯ୍ୟକ୍ରମ ତାଙ୍କ ଦଳ ଦ୍ୱାରା ଶାସିତ ରାଜ୍ୟର ଭୋଟରଙ୍କ ଆସ୍ଥା ଜିଣିବାରେ ବିଫଳ ହୋଇଥିବା ଏହି ଫଳାଫଳ ବୟାନ କରୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସେମାନେ ସରକାର ବିରୋଧୀ ହାୱା(ଆଣ୍ଟି ଇନକମ୍ବେନ୍ସି)ର ଶିକାର ହୋଇଥିବା ବିଜେପି ନେତାମାନେ ମନ ବୁଝାଉଛନ୍ତି । କିଛି ନେତା ଭୋଟ ବ୍ୟବଧାନ ଓ ପ୍ରତିଶତକୁ ଅନାଇ ମନ ଖୁସି କରିବାକୁ ଅନାଇଛନ୍ତି । ଟିଭିରେ ବସୁଥିବା କିଛି ବୋଲକରାଙ୍କଠାରୁ ଏମିତି କଥା ଶୁଣି ଶୁଖିଲା ମନରେ କୁତୁକୁତୁ ହେଉଛନ୍ତି । ମାତ୍ର ସବୁ ସତ୍ତ୍ୱେ ୫ଟି ଯାକ ରାଜ୍ୟରେ ବିଜେପି ଶାସନକୁ ଯେ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ହେଉଛି ବାସ୍ତବତା । ଦେଶର ଜନସାଧାରଣଙ୍କ ଆଗରେ ମୋଦୀଙ୍କ ଯାଦୁ ଓ ଶାହାଙ୍କ ଚାଣକ୍ୟ ପାଠ ହାର୍ ମାନିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ସ୍ୱାଭାବିକ ଭାବେ ବିଜେପିରେ ଭାଳେଣି ପକାଇ ଦେଇଛି ।
ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ ଓ ଛତିଶଗଡ଼ରେ ରମଣ ସିଂ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯଦି ସରକାର ବିରୋଧୀ ହାୱାକୁ ପରାଜୟ ପଛର ଏକାକୀ କାରଣ ବୋଲି କୁହାଯାଏ, ତେବେ ଗତ ନିର୍ବାଚନଗୁଡ଼ିକରେ ବିଜେପି ଜିତୁଥିଲା କେମିତି? ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓ ସରକାର ବିରୋଧରେ ଇନକମ୍ବେନ୍ସି ଫ୍ୟାକ୍ଟର କାମ କଲା ନାହିଁ କାହିଁକି? ସେହି ନ୍ୟାୟରେ ଦେଖିଲେ, ଅତୀତରେ ପଶ୍ଚିମବଙ୍ଗରେ ଜ୍ୟୋତି ବସୁ, ତ୍ରିପୁରାରେ ମାଣିକ ସରକାର ଏବଂ ଅବିକା ଓଡ଼ିଶାରେ ନବୀନ ପଟ୍ଟନାୟକ କ୍ରମାଗତ ବିଜୟୀ ହେଉଛନ୍ତି କେମିତି? ପୂର୍ବ ଓ ଦକ୍ଷିଣ ଭାରତ ଦଖଲର ସ୍ୱପ୍ନ ଦେଖୁଥିବା ବିଜେପିକୁ ଏଥିପାଇଁ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି । ସାଧାରଣ ନିର୍ବାଚନ ହାତରେ ଆଉ ୪ ମାସ ବାକି ଥିବା ବେଳେ ଏହି ୫ ଟି ରାଜ୍ୟର ଫଳାଫଳ ବିଜେପି ପାଇଁ ଆଲାରାମିଂ ହୋଇଛି ବୋଲି ସେମାନେ କହିଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଶ୍ରୀ ଶାହାଙ୍କ ନିଜ ରାଜ୍ୟ ଗୁଜୁରାଟରେ ଶାସନ କ୍ଷମତାରେ ରହିବା ପାଇଁ ବିଜେପିକୁ ଝାଳନାଳ ହେବାକୁ ପଡ଼ିଥିଲା । ହାରୁ ହାରୁ ଅଳ୍ପକେ ରକ୍ଷା ପାଇଗଲା ବିଜେପି । ଏବେ ବିଜେପି ବ୍ରାଣ୍ଡ ଲାଗିଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦଳର ବିପର୍ଯ୍ୟୟ ବିଜେପି ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏହି ସବୁ ରାଜ୍ୟରେ କଂଗ୍ରେସର ଉତଥାନ ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସାବାସି ଦିଆଯାଉଛି । ମୋଦୀଙ୍କ ଶାସନଠାରୁ ଭୋଟର ମୁହଁ ଫେରାଇବାକୁ ଆରମ୍ଭ କରିଥିବା ବି ଆଲୋଚନା ହେଲାଣି । କ୍ଷତି ଭରଣା କରିବାକୁ ଆଗକୁ ବିଜେପି କି ରଣ କୌଶଳ ଆପଣୋଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ।
Previous Post

ବିଜେପି ହାତରୁ ଗଲା ରାଜସ୍ଥାନ, ଛତିଶଗଡ଼;ଏମପି ଟଳମଳ

Next Post

ବଦଳିବ ସମୀକରଣ, ଫାଇଦାରେ ବିଜେଡ଼ି

Next Post
ବଦଳିବ ସମୀକରଣ, ଫାଇଦାରେ ବିଜେଡ଼ି

ବଦଳିବ ସମୀକରଣ, ଫାଇଦାରେ ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA