Monday, May 11, 2026 11:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ଫାୟାରିଂ: ବିଜେଡ଼ି-ବିଜେପି ନିର୍ବାଚନୀ ନାଟ

by Our Correspondent
08 Jan, 2018- 10:54 PM
in Latest News, Politics
1 min read
0
ଭୁବନେଶ୍ୱର: ବିଜେପୁରରେ କିଏ ଗୁଳି ଫୁଟାଇଲା ତାହାକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ସିଧାସଳଖ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଆସାମୀ କରିଦେଇଛି । ସୁଶାନ୍ତଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ଦଳର ଏକ ଉଚ୍ଚ ପ୍ରତିନିଧିଦଳ ଆଜି ଗୃହ ସଚିବଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଗୃହ ସଚିବଙ୍କଠାରୁ ଆଶ୍ୱାସନା ପାଇ ପ୍ରତିନିଧି ଦଳ ଫେରିଥିବା ବେଳେ ସଂଧ୍ୟାରେ ବିଜେପି ଏକ ପ୍ରେସ୍ ମିଟ୍ କରି ଆସନ୍ତାକାଲି ସବୁ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ ବିକ୍ଷୋଭ ଡାକରା ଦେଇଛି ।
ସେପଟେ ଗୁଳିକାଣ୍ଡରେ ସଂପୃକ୍ତି ଅଭିଯୋଗକୁ ବିଜେଡ଼ି ଅସ୍ୱୀକାର କରିଛି । ବିଜେପି ରାଜନୈତିକ ଫାଇଦା ହାସଲ ପାଇଁ ଏଭଳି କାଣ୍ଡ ଭିଆଇପି ଥିବା ଦଳ ଅଭିଯୋଗ କରିଛି । ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଗୁଳିକାଣ୍ଡ ପଛରେ ବିଜେପିର ସଂପୃକ୍ତି ଥିବା ସିଧାସଳଖ ଅଭିଯୋଗ କରିଛନ୍ତି । ନିର୍ବାଚନ ଘୁଞ୍ଚାଇବାକୁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । କିଛି ନେତା ଏହାକୁ ବିଜେପି ଅର୍ନ୍ତଦ୍ୱନ୍ଦର ପରିଣାମ ବୋଲି ଆରୋପ ଲଗାଇଛନ୍ତି ।
ତେବେ ଦୁଇ ଦଳ ନେତାଙ୍କ କଥାରେ ସତ୍ୟତା କେତେ ତାହା ସେମାନଙ୍କୁ ବି ଜଣାନାହିଁ । ରାଜନୈତିକ ଫାଇଦା ରଖି ବିନା ତଥ୍ୟ ପ୍ରମାଣରେ ଦୁଇ ଦଳ ପରଷ୍ପରକୁ ଦାୟୀ କରୁଥିବା ସ୍ପଷ୍ଟ । ବିଜେଡ଼ି-ବିଜେପି ବାଲା ଏଠି ଯେତେ ବାଡ଼ିଆପିଟା ହେଲେ ମଧ୍ୟ ଓଡ଼ିଶାବାସୀ ଯାହା ବୁଝିବା କଥା ବୁଝିସାରିଛନ୍ତି । ବିଜେପୁର ଉପନିର୍ବାଚନ ଜିତିବା ପାଇଁ କିଏ କ’ଣ ଶକ୍ତି ଲଗାଇଛି ତାହା ବି ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ଗଣମାଧ୍ୟମରେ ଖାଲି ବିବୃତି ଦେଇ ଲୋକଙ୍କ ମନ ବୁଝେଇ ହେବ ନାହିଁ ବୋଲି ବିଜେଡ଼ି ଓ ବିଜେପି ନେତାମାନେ ଭଲ ଭାବେ ଜାଣିଥିଲେ ମଧ୍ୟ ପଇସା ଓ କ୍ଷମତା ଥିବାରୁ ଏମିତି ଫାଲତୁ ନାଟ କରିବାକୁ ସେମାନେ ନିଜର ଦାୟିତ୍ୱ ବୋଲି ଭାବିନେଇଛନ୍ତି ।
ବିଜେପୁର ଉପନିର୍ବାଚନର ଗୁରୁତ୍ୱ କାହାରିକୁ ଜଣାଇବାର ଆବଶ୍ୟକତା ନାହିଁ । ବିଜେଡ଼ି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଥିଲା ବେଳେ ବିଜେପି ପାଇଁ କର ବ। ମର ପରିସ୍ଥିତି । ଏହି ଦୁଇ ଦଳର ବାଡ଼ିଆପିଟା ଭିତରେ କଂଗ୍ରେସ ନିଜର ସ୍ଥିତି ବି ସୁଦୃଢ଼ କଲାଣି । ତେଣୁ କିଏ ଏକ ନମ୍ବର, ଦୁଇ ନମ୍ବର କି ତିନି ନମ୍ବର ନିଜେ ନିଜେ ଢ଼ିଣ୍ଡିମ୍ ପିଟିବାର ଆବଶ୍ୟକତା ନାହିଁ । ଏହା ନିରାଟ ସତ ଯେ ଉପନିର୍ବାଚନ ଦିନ ଯେତିକି ଗଡ଼ିବ ହିଂସାକାଣ୍ଡ ସେତିକି ବଢ଼ିବ । ତେଣୁ ଏହା ଭିତରେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି, ଉପନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ । ଏହା ହିଁ ସବୁ ବିବାଦର ମଂଜି । ତାରିଖ କାହିଁକି ଘୋଷଣା ହେଉନି ତାହାର ଜବାବ କାହାରି ପାଖରେ ନାହିଁ । ଏମିତି ବି କୁହାଗଲାଣି ବିଜେଡ଼ି ହେଉ କି ବିଜେପି ହେଉ ବିଜେପୁରରେ ନିଜର ପରାଜୟ ସୁନିଶ୍ଚିତ ଜାଣି, ଉପନିର୍ବାଚନ ତାରିଖ ଗଡ଼ିବାକୁ ଚାହିଁ ବସିଛନ୍ତି । ଏଥିପାଇଁ ନିର୍ବାଚନ କମିଶନଙ୍କ ଉପରେ କିଛି ଅଦୃଶ୍ୟ ଶକ୍ତି ବି କାମ କରୁଥାଇପାରେ । ଉପନିର୍ବାଚନ ତାରିଖ ଘୋଷଣା ହେବାକୁ ବାକି ଥିବା ବେଳେ ବିଜେପୁରରେ ହିଂସାକାଣ୍ଡ ଘଟାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାରିଖ ଟାଳି ଦେବାକୁ ଏହା ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
Previous Post

ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

Next Post

ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା

Next Post
ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା

ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA