Thursday, May 21, 2026 10:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ଅଭିଜିତ୍ ଆୟାରଙ୍କୁ କ୍ଷମା

by Our Correspondent
17 Nov, 2018- 08:34 PM
in Latest News, News
1 min read
0
ବିଧାନସଭାରେ ଅଭିଜିତ୍ ଆୟାରଙ୍କୁ କ୍ଷମା
ଭୁୁବନେଶ୍ୱର: ଓଡ଼ିଶାର ବିଧାୟକଙ୍କ ଉପରେ ଅରୁଚିକର ଟିପ୍ପଣୀ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା କରିଦେଇଛି । ଗୃହ କମିଟି ରିପୋର୍ଟକୁ ଆଧାର କରି ଆଜି ବିଧାନସଭାରେ ଏ ସମ୍ପର୍କିତ ମୋସନ୍ ପାରିତ ହୋଇଛି । ଅଭିଜିତ୍ ଆୟାର ଗୃହ କମିଟି ଆଗରେ ନିଃସର୍ତ୍ତ କ୍ଷମା ମାଗିଥିଲେ । ନିଜର ନିର୍ବୋଧତା ପାଇଁ ଭୁଲ୍ ମାଗିଥିଲେ । ଓଡ଼ିଶା ଦୟା ଓ ସହନଶୀଳତାର ମାଟି । ତେଣୁ ତାଙ୍କୁ କ୍ଷମା କରିଦିଆଯାଉ । ଗୃହ କମିଟି ସଦସ୍ୟ ଦେବୀ ପ୍ରସାଦ ମିଶ୍ରଙ୍କ ଏହି ପ୍ରସ୍ତାବ ସହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ସହମତ ହୋଇଥିଲେ । ପରେ ସର୍ବସମ୍ମତକ୍ରମେ ଏକ ମୋସନ୍ ଜରିଆରେ ଅଭିଜିତ୍ ଙ୍କୁ କ୍ଷମା କରିଦିଆଯାଇଥିଲା ।
ଗତକାଲି ବିଧାନସଭା ଗୃହ କମିଟି ତାହାର ରିପୋର୍ଟ ଦେଇଥିଲା । ଅଭିଜିତ୍ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିବାରୁ ବିଧାନସଭା ଏହାକୁ ବିଚାର କରି ତାଙ୍କୁ କ୍ଷମା କରିଦେଉ ବୋଲି ସୁପାରିଶ କରିଥିଲା । ଖାଲି ସେଇ ଗୋଟିଏ ନୁହେଁ, ଅଭିଜିତ୍ ଓଡ଼ିଶା ଓ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ସମ୍ବନ୍ଧରେ କମିଟି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଯିଏ ଏହି ଅଣଓଡ଼ିଆ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ବୁଲାଇଥିଲେ ସିଏ ଅନ୍ତତଃ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ଏହାର ପୁରାତନ କିର୍ତ୍ତୀରାଜ ସମ୍ପର୍କରେ ତାଙ୍କୁ ଅବଗତ କରାଇବାର ଥିଲା ବୋଲି କମିଟିର ହୃଦବୋଧ ହୋଇଛି । ଅଭିଜିତ୍ ଙ୍କୁ ଓଡ଼ିଶା ସମ୍ପର୍କରେ ଜ୍ଞାନ ଦେବା ପାଇଁ ରାଜ୍ୟ ସରକାର ଦସ୍ତାବିଜ୍ ଯୋଗାଇ ଦିଅନ୍ତୁ ବୋଲି କମିଟି ସୁପାରିଶ କରିଛନ୍ତି ।
ଅଭିଜିତ୍ ଙ୍କ ଟିପ୍ପଣୀକୁ ନେଇ ଗତ ସେପ୍ଟେମ୍ବର ୨୦ ତାରିଖରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା । ଏକ ଟିଭି ଚାନେଲ୍ କୁ ସାକ୍ଷାତକାର ଦେଇ ବିଧାୟକମାନଙ୍କୁ ସେ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଥିବାରୁ ଦଳମତ ନିର୍ବଶେଷରେ ସବୁ ବିଧାୟକ ଏହାର ନିନ୍ଦା କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ମାମଲାର ଅନୁଧ୍ୟାନ ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଥିଲା । ସେଥିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଡ. ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ସଭ୍ୟ ଥିଲେ । ପରବର୍ତ୍ତୀ ବିଧାନସଭା ଅଧିବେଶନ ପୂର୍ବରୁ କିମ୍ବା ଅଧିବେଶନର ପ୍ରଥମ ଦିନରେ କମିଟି ତା’ର ରିପୋର୍ଟ ଦେବାକୁ କୁହାଯାଇଥିଲା ।
ସେପ୍ଟେମ୍ବର ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିଥିଲା । ୨୮ ତାରିଖରେ ଦ୍ୱିତୀୟ ବୈଠକ ବସି ଅଭିଜିତ୍ ଙ୍କୁ ଅକ୍ଟୋବର ୧୧ ତାରିଖରେ ହାଜର ପାଇଁ ସମନ କରାଯାଇଥିଲା । ମାତ୍ର ଅଭିଜିତ୍ ହାଜର ହୋଇ ନ ଥିଲେ । ୧୧ ତାରିଖରେ କମିଟି ବସି ତାଙ୍କୁ ୨୩ ତାରିଖରେ ହାଜର ପାଇଁ ଆଉ ଥରେ ସମନ କରିଥିଲା । ୨୩ ତାରିଖରେ ଅଭିଜିତ୍ ହାଜର ହୋଇ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ । ନିଜକୁ ନିର୍ବୋଧ ବୋଲି କହିଥିଲେ । ତେବେ ତାଙ୍କଠାରୁ ସତ୍ୟପାଠ ମଗାଯାଇ ନଭେମ୍ବର ୨ ତାରିଖକୁ ସମୟ ଦିଆଯାଇଥିଲା । ଅଭିଜିତ୍ ୨ ତାରିଖରେ ହାଜର ହୋଇଥିଲେ ମଧ୍ୟ ସେଦିନ ସତ୍ୟପାଠ ଦେଇପାରି ନ ଥିଲେ । ପରଦିନ( ୩ ତାରିଖ) ସେ ସତ୍ୟପାଠ ଦେଇଥିଲେ । ଗତ ୧୫ ତାରିଖରେ କମିଟି ବସି ପୁଙ୍ଖାନୁପୁଙ୍ଖ ତର୍ଜମା କଲା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲା ।
ସୂଚନାଯୋଗ୍ୟ, ଓଡ଼ିଶା ଓ ଓଡ଼ିଶାର ଅସ୍ମିତା ଉପରେ କଟୁ ଟିପ୍ପଣୀ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଇନଜାଲରେ ପଡ଼ିସାରିଛନ୍ତି । ଥାନାରେ ହୋଇଥିବା ମାମଲା ଆଧାରରେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍ ରେ ଅଛନ୍ତି । ତାଙ୍କୁ ଜାମିନ୍ ମିଳିପାରୁନାହିଁ ।
Previous Post

ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ମଂଜୁର

Next Post

ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !

Next Post
ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !

ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA