By Our Correspondent February 7, 2020 at 19:34:44


ଭୁବନେଶ୍ୱର: ଉତ୍ତମ କହୁଚି । ଧନ୍ୟବାଦ ଆପକୋ ।

ଭାରତର ମହାମହିମ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କର ଏହି ଦୁଇପଦ ହାତଲେଖା ଚିଠାଟିଏ ପାଇଛନ୍ତି ବିଜେଡ଼ି ଯୁବ ସାଂସଦ ଡ. ସସ୍ମିତ୍ ପାତ୍ର । ଆଜି ରାଜ୍ୟସଭାରେ ସସ୍ମିତ୍ ନିଜ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରଖିଥିବା ଓଡ଼ିଆ ଅଭିଭାଷଣରେ ମୁଗ୍ଧ ହୋଇପଡ଼ିଥିବା ଅଧ୍ୟକ୍ଷ ତାଙ୍କୁ ସାବାସି ଜଣାଇ ହାତଲେଖା ଚିଠାଖଣ୍ଡେ ଦେବାକୁ କୁଣ୍ଠାବୋଧ କରିନାହାନ୍ତି । ସସ୍ମିତ୍ ଙ୍କ ପରଫରମାନସ୍ ରେ ଭେଙ୍କେୟା କେତେ ପ୍ରଭାବିତ ତାହା ଏହି ଚିଠା ଖଣ୍ଡିକରେ ଲିପିବଦ୍ଧ ହୋଇଯାଇଛି । ଅଧ୍ୟକ୍ଷଙ୍କଠାରୁ ଏଭଳି ସାର୍ଟିଫିକେଟ୍ ପାଇବା ପରେ ସସ୍ମିତ୍ ତାଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇବା ସହ ତାଙ୍କ ଅନୁମତିକ୍ରମେ ତାହାକୁ ନିଜ ଟୁଇଟରରେ ଛାଡ଼ିଛନ୍ତି ।

ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ଏବଂ ପୋଲାଭରମ୍ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ୍ । ବିଭିନ୍ନ ପ୍ରସଙ୍ଗରେ ଗଭୀର ଅଧ୍ୟବସାୟ ସାଙ୍ଗକୁ ଇଂରାଜୀରେ ବିଚକ୍ଷଣ ବକ୍ତୃତା ଦେଇ ରାଜ୍ୟସଭାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିସାରିଥିବା ନବାଗତ ସସ୍ମିତ୍ ନିଜ ମାତୃଭାଷାରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିବାକୁ ଆଗ୍ରହୀ ହୋଇଥିଲେ । ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସସ୍ମିତ୍ ଙ୍କୁ ମନଦେଇ ଶୁଣିବା ପରେ ନିଜକୁ ସମ୍ଭାଳି ରଖି ନ ଥିଲେ । ନିଜ ଚେୟାର ଉପରୁ ଏକ କାଗଜରେ ସସ୍ମିତ୍ ଙ୍କ ଉଦ୍ଦେଶ୍ୟରେ ‘ଉତ୍ତମ କହୁଚି’ ବୋଲି ଉଭୟ ଇଂରାଜୀ ଏବଂ ହିନ୍ଦୀରେ ଲେଖିଥିଲେ । ‘ଧନ୍ୟବାଦ ଆପକୋ’ ମଧ୍ୟ ଲେଖିଥିଲେ । ଶ୍ରୀ ସସ୍ମିତ୍ ପାତ୍ର ଲେଖି ତଳେ ଦସ୍ତଖତ ମାରିଥିଲେ ଭେଙ୍କେୟା । ଆଉ ସେହି କାଜଟିକୁ ପଠାଇଥିଲେ ସସ୍ମିତ୍ ଙ୍କ ପାଖକୁ ।
ରାଜ୍ୟସଭା ଅଧ୍ୟକ୍ଷଙ୍କଠାରୁ ଏଭଳି ପ୍ରଶଂସାପତ୍ର ପାଇ ସସ୍ମିତ୍ ନିଜକୁ ଧନ୍ୟ ମଣିଛନ୍ତି । ତାଙ୍କ ଭଳି ଜଣେ ଯୁବ ସାଂସଦଙ୍କୁ ଅଧ୍ୟକ୍ଷ ଉତ୍ସାହିତ କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଏହା ତାଙ୍କୁ ଆଗକୁ ବଢ଼ିବାରେ ଯଥେଷ୍ଟ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସସ୍ମିତ୍ ।
SHARE

LEAVE A REPLY