Tuesday, May 13, 2025 11:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳା ଓ ଯୁବଶକ୍ତିକୁ ନେଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ

by Our Correspondent
10 Jan, 2019- 11:23 PM
in Latest News, News
1 min read
0
ମହିଳା ଓ ଯୁବଶକ୍ତିକୁ ନେଇ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ମହିଳା ଏବଂ ଯୁବବର୍ଗ ବିଭିନ୍ନ କ୍ଷେତ୍ରରେ ନିଜର ଅପୂର୍ବ ଶକ୍ତି ଓ ପାରଦର୍ଶିତା ଦେଖାଇ ଚାଲିଛନ୍ତି । ସମାଜର ସେବାରେ ନିଜକୁ ନିୟୋଜିତ କରି ଏକ ପରିବର୍ତ୍ତନର ଆଶା ରଖିଛନ୍ତି । ଏହି ସଶକ୍ତ ଭାବନାକୁ ଧରି ମୋ ଓଡ଼ିଶା ଆଜି ଦ୍ରୁତ ପରିବର୍ତ୍ତନ ପଥରେ ଆଗେଇ ଚାଲିଛି । ଆସନ୍ତୁ ଏହି ପରିବର୍ତ୍ତନର ସଂକଳ୍ପରେ ସମସ୍ତଙ୍କୁ ସାମିଲ କରିବା । ଏହି ସୁନ୍ଦର ଜଗତରେ ନିଜ ଚାରିପଟର ମଣିଷଙ୍କ ମୁହଁରେ ହସ ଫୁଟାଇ ନିଜ ପୀଢ଼ି ପାଇଁ ଉଦାହରଣ ସୃଷ୍ଟି କରିବା । ଏହା ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ରଖିପାରିବ । ମୁଁ ଜାଣିଛି ଆପଣମାନେ ପାରିବେ ।
ଏମିତି କିଛି ପ୍ରଗଳ୍ପତାକୁ ଆଜି ନିଜ ଭାଷାରେ ସଜାଇ ବେଶ୍ ଭାବୁକ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସର ଥିଲା ଇଣ୍ଡିଆ ଟୁଡେ ର ମାଇଣ୍ଡ ରକସ୍ ଇଭେଣ୍ଟ । ନିକଟ ଅତୀତର ଚର୍ଚ୍ଚିତ ତିନୋଟି ଉଦାହରଣରୁ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ପ୍ରଥମଟି ହେଲା, କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଏବଂ ସବିତା । ଦ୍ୱିତୀୟ, ମାଲକାନଗିରି ଜିଲ୍ଲାର ମମତା ପଢ଼ିଆମୀ ଯିଏ ୬ ମାସ ତଳେ ତାଙ୍କୁ(ମୁଖ୍ୟମନ୍ତ୍ରୀ) ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଯାହାର ଫଳସ୍ୱରୂପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟସେବା ରାଶି ୭ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ତୃତୀୟ, ସୁନ୍ଦରଗଡ଼ର ଜୟନ୍ତୀ ଏକ୍କା । ନିଜର ଦକ୍ଷତା ଓ ନେତୃତ୍ୱ ଯୋଗୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଶହ ଶହ ସଫଳ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ତିନୋଟି ଉଦାହରଣ ମହିଳା ଶକ୍ତିରେ ଓଡ଼ିଶାରେ ବିଶାଳ ପରିବର୍ତ୍ତନର ଆଭାସ ଦେଉଛି । ଏଥିରେ ସାହାସ, ସମବେଦନା, ମାନବିକତା, ସେବା, ଅଧିକାର, ସଶକ୍ତିକରଣ ଏବଂ ନେତୃତ୍ୱର ଛାପ ବାରିହୋଇପଡୁଛି । ସାମଗ୍ରିକ ଭାବେ ଓଡ଼ିଶାରେ ଏହି ପରିବର୍ତ୍ତନର ଚିତ୍ର ଆସିଛି । ଓଡ଼ିଶାର ମହିଳା ଓ ଯୁବଶକ୍ତି ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଦେଖାଉଛନ୍ତି । ୟଙ୍ଗ ଓଡ଼ିଶା ପାଖରେ ପ୍ରେରଣା ଓ ସାମର୍ଥ ଭରପୂର ରହିଛି । ଜାତି ଓ ଦେଶ ପାଇଁ ଏକ ନୂଆ ମାଇଲଖୁଣ୍ଟସ୍ଥାପନ କରିବାକୁ ସେମାନେ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଓଡ଼ିଶାରେ ୪୦ ପ୍ରତିଶତରୁ ଅଧିକ ଲୋକଙ୍କ ବୟସ ୧୫ରୁ ୨୫ ବର୍ଷ । ଜାତୀୟସ୍ତରରେ ଆମର ଅର୍ଦ୍ଧାଧିକ ଯୁବକ/ଯୁବତୀଙ୍କ ବୟସ ୨୫ ବର୍ଷରୁ କମ । ଆମ ଯୁବବର୍ଗଙ୍କ ପାଖରେ ସାମର୍ଥ୍ୟ ଭରି ରହିଛି । ସେମାନେ ନିଜ ପସନ୍ଦର ଯେ କୌଣସି କ୍ଷେତ୍ରରେ ଉକ୍ରର୍ଷତା ଦେଖାଇପାରିବେ । ମୁଖ୍ୟମନ୍ତ୍ରୀ ଏହି ପରିସଂଖ୍ୟାନ ଓ ବିଶ୍ୱାସ ରଖି ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ- ତମେ ଜୀବନରେ ଯାହା ବି କରନା କାହିଁକି, ତମ ପରିଧିରେ ଥିବା ମଣିଷମାନଙ୍କୁ ଭଲ ପାଅ । ସେମାନଙ୍କ ସାଙ୍ଗରେ ଛିଡ଼ା ହୁଅ । ଏହା ହିଁ ସମାଜରେ ଭଲ ମଣିଷପଣିଆର ପରିଚୟ ଆଣିବ । ସମାଜ ପାଇଁ କିଛି କରିବାକୁ ଆମେ ଜନ୍ମ ନେଇଛେ । ଏହି ସୁନ୍ଦର ଦୁନିଆକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବାକୁ ଆମେ ଆସିଛେ । ନିରନ୍ତର ଉଦ୍ୟମ ବଳରେ ଏହା ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା

Next Post

ସରକାରୀ ଚାକିରୀରେ ଫିକ୍ସିଂ ଅଭିଯୋଗ ଆଣିଲା କଂଗ୍ରେସ

Next Post
ସରକାରୀ ଚାକିରୀରେ ଫିକ୍ସିଂ ଅଭିଯୋଗ ଆଣିଲା କଂଗ୍ରେସ

ସରକାରୀ ଚାକିରୀରେ ଫିକ୍ସିଂ ଅଭିଯୋଗ ଆଣିଲା କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA