Wednesday, May 20, 2026 04:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଥ୍ୟା ବିଜ୍ଞାପନ ହମଲା ଜାରି

by Our Correspondent
27 Sep, 2018- 07:46 PM
in Latest News, News
1 min read
0
ମିଥ୍ୟା ବିଜ୍ଞାପନ ହମଲା ଜାରି
ଭୁବନେଶ୍ୱର: ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଦେଉଥିବା ବିଜ୍ଞାପନଗୁଡ଼ିକ ମିଛ ଓ ବିଭ୍ରାନ୍ତିକର ବୋଲି ଆଜି ପୁଣି ହମଲା କରିଛନ୍ତି ପିସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ସତ୍ୟପ୍ରକାଶ ନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଫଳତା ବଖାଣିଥିବା ବିଜ୍ଞାପନକୁ ଚାଲେଂଜ କରିଛନ୍ତି । ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଓଲଟି ତଥ୍ୟ ଉପସ୍ଥାପନ କରିଛନ୍ତି ।
ଉଚ୍ଚଶିକ୍ଷାରେ ସରକାରଙ୍କ ବିଫଳତାର ଲମ୍ବା ଫର୍ଦ୍ଦ ରଖିଛନ୍ତି ଶ୍ରୀ ନାୟକ । ସେ ଦର୍ଶାଇଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ମଂଜୁରୀପ୍ରାପ୍ତ ମହାବିଦ୍ୟାଳୟରେ ୪୧.୬ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡ଼ିଛି । ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୯୮୬ଗୋଟି ମଂଜୁରୀପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ୪୦୫ ଗୋଟି ପଦବୀ ଖାଲି ପଡ଼ିଛି । ସେହିପରି ୨୫୪୧ଟି ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମୋଟ ୧୯୮୬ ମଂଜୁରୀପ୍ରାପ୍ତ ଶିକ୍ଷକରୁ ୭୨୦ ଶିକ୍ଷକ ପଦବୀ ଖାଲି ପଡ଼ିଛି । ନବୀନ ବାବୁଙ୍କ ୧୮ ବର୍ଷ ଶାସନ କାଳରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏଯାଏ ଏକାଡେମିକ୍ ଅଡିଟ୍ ହୋଇନାହିଁ । ୨୦୧୫-୧୬ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟରେ ସମୁଦାୟ ୧ ଲକ୍ଷ ୫୬ ହଜାର ୧୮୬ ସିଟ୍ ବୃଦ୍ଧି କରାଯାଇଥିଲେ ମଧ୍ୟ ଜଣେ ହେଲେ ନୂଆ ଅଧ୍ୟାପକ ନିଯୁକ୍ତି କରାଯାଇନାହିଁ ।
ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୧୩-୧୪ ରୁ ଦୀର୍ଘ ୫ ବର୍ଷ ମଧ୍ୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୭୫ ହଜାର ଲାପଟପ୍ ପ୍ରଦାନ କରାଯାଇଛି ବୋଲି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଇଛନ୍ତି । ଏହି ସୂଚନାକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ସଶକ୍ତିକରଣ କରାଯାଇଥିବା ସରକାର ଡିଣ୍ଡିମ୍ ପିଟିଛନ୍ତି । ମାତ୍ର ଉପରୋକ୍ତ ତଥ୍ୟକୁ ଦେଖିଲେ ଏହା ସରକାରଙ୍କ ବିଶ୍ୱାସଘାତକତା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।
Previous Post

ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ଅକ୍ଟୋବର ୫ ଯାଏଁ ବୃଦ୍ଧି

Next Post

ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

Next Post
ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA