Tuesday, May 13, 2025 04:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

by Our Correspondent
10 Feb, 2018- 05:29 PM
in Latest News, Politics
1 min read
0
ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା ପଛରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୋତ୍ସାହନ ଅଛି । ଘଟଣା ପୂର୍ବରୁ ଓ ଘଟଣା ସମୟରେ ବୈଜୟନ୍ତଙ୍କ ଟିଭି ଚାନେଲର ଉପସ୍ଥିତି ଏବଂ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା ଏହା ଏକପ୍ରକାର ସ୍ପଷ୍ଟ କରିଦେଉଛି । ବୈଜୟନ୍ତ କହିଛନ୍ତି, ‘ପ୍ରତିବାଦ କରିବା ପାଇଁ କାହା ଘରେ ପଶିବାକୁ ମୁଁ ଠିକ୍ ଭାବୁନି । କିନ୍ତୁ ଅତୀତରେ ପାଣ୍ଡିଆନ୍ ଲୋକ ଲଗାଇ ମୋ ଉପରେ ଅଣ୍ଡା ଓ ପଥରମାଡ଼ କରାଇଥିଲେ । ତାଙ୍କ ବିରୋଧରେ ଦୁର୍ନୀତି ଓ ଗୁଣ୍ଡାପୋଷିବା ଅଭିଯୋଗ ଅଛି । ପାଣ୍ଡିଆନ୍ ତାହାର ଉତ୍ତର ଦେବା ଆବଶ୍ୟକ ।’ ଅର୍ଥାତ୍ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ପାଣ୍ଡିଆନ୍ ଙ୍କ ଉପରେ ଯାହା ହୋଇଛି ଠିକ୍ ହୋଇଛି ବୋଲି ବୈଜୟନ୍ତ ତାଙ୍କ ପ୍ରତିକ୍ରିୟାରେ କହିବାକୁ ଚାହିଁଛନ୍ତି ।
ରାଜନୈତିକ ମହଲର ମତ ଅନୁଯାୟୀ, କ୍ଷମତା ନିଶାରେ ଚୁର୍ ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ମୂଳରୁ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରି ଚାଲିଥିବା ବେଳେ ବିଜେପିମୁହାଁ ବୈଜୟନ୍ତ ତାହା ଆଗକୁ ନେଉଛନ୍ତି । ପରିଣାମ ହୋଇଛି ସରକାରୀ ଅଫିସର ପାଣ୍ଡିଆନ୍ ଙ୍କ ଘରେ ପଶି ବିଜେପି କର୍ମୀଙ୍କ ଆକ୍ରମଣ ଉଦ୍ୟମ । ଆକ୍ରମଣକାରୀମାନେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିବାରୁ ତାହା ପଛରେ କାହାର ହାତ ଅଛି ତାହା କାହାରିକୁ ବୁଝିବାରେ ବାକି ନାହିଁ । ତେବେ ଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କ ପ୍ରତି ଏଭଳି ବ୍ୟକ୍ତିଗତ ଆଚରଣକୁ ସବୁସ୍ତରରେ ନିନ୍ଦା କରାଯାଇଛି । ବ୍ୟକ୍ତିଗତ/ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ଓ ବୈଜୟନ୍ତ କିଭଳି ଭୟଙ୍କର ଖେଳ ଖେଳିପାରନ୍ତି ତାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ବିଜେପି ନେତୃତ୍ୱ ସମର୍ଥନ ଘୋଷଣା କରିଥିବା ବେଳେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷର ଏହା ପ୍ରତିଫଳନ ବୋଲି ବୈଜୟନ୍ତଙ୍କ ଟିଭି ଦାବି କରିଛି । ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଦାଦାଗିରିକୁ ସମାଲୋଚନା କରିଥିବା ବେଳେ ବୈଜୟନ୍ତଙ୍କ ଭୂମିକାକୁ ଅଙ୍ଗୁଳି ଉଠାଇଛନ୍ତି । ଘଟଣାପୂର୍ବରୁ ତାଙ୍କ ଚାନେଲର ପ୍ରତିନିଧି କ’ଣ ପାଇଁ ପାଣ୍ଡିଆନ୍ ଙ୍କ ଘରେ ଚକ୍କର କାଟୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଉପରେ ପୁରୁଣା ଆକ୍ରମଣ ଘଟଣାକୁ ମନେପକାଇ ପାଣ୍ଡିଆନ୍ ଙ୍କ ଉପରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣ ଉଦ୍ୟମ ଘଟଣାକୁ ସମର୍ଥନ କରିଛନ୍ତି । ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମ ହେଲେ ବିଜେଡ଼ି ହୃତପିଣ୍ଡକୁ କାହିଁକି ବାଧୁଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ତେବେ ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣ ଉଦ୍ୟମକୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ସରକାରୀ ଅଫିସର ଓ କର୍ମଚାରୀ ସଂଗଠନଗୁଡ଼ିକ ତୀବ୍ର ନିନ୍ଦା କରିଛନ୍ତି । ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଜଣେ ସରକାରୀ ଅଫିସରଙ୍କ ଘରେ ପଶି ଆକ୍ରମଣ ଉଦ୍ୟମ ଏକ ଘୃଣ୍ୟ ଆଚରଣ । ବିଜେପିର ଦାଦାଗିରି ହରିଆଣା, ଉତ୍ତରପ୍ରଦେଶ ଦେଇ ଏବେ ଓଡ଼ିଶାରେ ପହଞ୍ଚିଛି । ଲୋକଙ୍କୁ ଭୟଭୀତ କରି ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
ଘଟଣାକୁ ଆଇଏଏସ୍ ସଂଘ ତୀବ୍ର ନିନ୍ଦା କରିଛି । ସଂଘର ସମ୍ପାଦକ ବିଶାଳ ଦେବ କହିଛନ୍ତି ଆମେ ସରକାରୀ ଅଫିସରମାନେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥାଉ । ବ୍ୟକ୍ତିଗତ ଭାବେ କାହାରିକୁ ଟାର୍ଗେଟ୍ କରିବା ଅନୁଚିତ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଆଇପିଏସ୍ ସଂଘ ଘଟଣାକୁ ତୀବ୍ର ନିନ୍ଦା କରିଛି । ସଂଘର ସମ୍ପାଦକ ଅରୁଣ ବୋଥ୍ରା କହିଛନ୍ତି, ଜଣେ ସରକାରୀ ଅଫିସରଙ୍କୁ ଧମକ ଓ ଆକ୍ରମଣ ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଓଏଏସ୍ ସଂଘ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛି । ପାଣ୍ଡିଆନ୍ ଙ୍କ ଭଳି ଜଣେ ଦକ୍ଷ ସରକାରୀ ଅଫିସରଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଟାର୍ଗେଟ୍ କରିବାକୁ ସଂଘର ସମ୍ପାଦକ ଜ୍ୟୋତିରଂଜନ ମିଶ୍ର କଡ଼ା ସମାଲୋଚନା କରି ଅପରାଧୀଙ୍କ ଗିରଫ ଦାବି କରିଛନ୍ତି । ଓଡ଼ିଶା ସଚିବାଳୟ କର୍ମଚାରୀ ସଂଘ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି, ଓଡ଼ିଶା ସୂଚନା ସେବା ସଂଘ, ଓଡ଼ିଶା ପୁଲିସ ସଂଘ ପ୍ରଭୃତି ଘଟଣାର ତୀବ୍ର ନିନ୍ଦା କରି ପାଣ୍ଡିଆନ୍ ଙ୍କ ସପକ୍ଷରେ ବାହାରିଛନ୍ତି । ଏଭଳି ଘୃଣ୍ୟ ଆଚରଣ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି ।
ବିଜେପିକର୍ମୀଙ୍କ ଗୁଣ୍ଡାଗିରି ବିରୋଧରେ ବିଜେଡ଼ି ଶିବିରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡ଼ି କର୍ମୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ଭୁବନେଶ୍ୱରରେ ବିଜେଡ଼ି କର୍ମୀମାନେ ପାର୍ଟି ଅଫିସରୁ ଏକ ବିରାଟ ମଟରସାଇକେଲ ରାଲିରେ ଶିଶୁଭବନ, ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ଡିଜିଙ୍କ ଅଫିସ ଯାଇଥିଲେ । ବିଜେଡ଼ି ମହିଳା କର୍ମୀମାନେ ମଧ୍ୟ ବିଜେପିର ଦାଦାଗିରି ବିରୋଧରେ ରାଲି କରିଥିଲେ । ସମସ୍ତ ଆସାମୀଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
Previous Post

ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ

Next Post

ଓଟିଭିକୁ ବିପିନ୍ ମିଶ୍ର ଝଟକା

Next Post

ଓଟିଭିକୁ ବିପିନ୍ ମିଶ୍ର ଝଟକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA