Thursday, May 21, 2026 03:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

by Our Correspondent
27 Mar, 2019- 08:18 PM
in Latest News, News, Politics
1 min read
0
ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

– ୯ ଲୋକସଭା ଓ ୩୬ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା
– ୬ ସାଂସଦ, ୬ ବିଧାୟକଙ୍କ ଟିକେଟ କଟିଲା
– ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ବିଜୟଶ୍ରୀଙ୍କ ପୁଅଙ୍କୁ ମିଳିଲା ଟିକେଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅନୁଭବ ମହାନ୍ତିଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ବୈଜୟନ୍ତ ପଣ୍ଡାଙ୍କ ସହ ସେ ଲଢ଼େଇ କରିବେ । ଅନୁଭବଙ୍କ ଭଳି ରାଜନୀତିରେ କମ ଅଭିଜ୍ଞ ଓ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ରିସ୍କ ନେଇଛନ୍ତି । ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ନବୀନ ୯ ଟି ଲୋକସଭା ଓ ୩୬ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଲୋକସଭା ପ୍ରାର୍ଥୀ ତାଲିକାରେ ଅନୁଭବଙ୍କୁ ମିଶାଇ ୭ ଜଣଙ୍କୁ ନୂଆ କରି ପ୍ରାର୍ଥୀ କରାଯାଇଛି । ଏଥିରେ ତିନି ମହିଳା ପ୍ରାର୍ଥୀ ଅଛନ୍ତି ।
ଭୁବନେଶ୍ୱର ଲୋକସଭା ଆସନରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଆଉ ଦେଖିବାକୁ ମିଳିବନି । ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୁପ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କମିଶନର ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ସହ ତାଙ୍କର ଲଢ଼େଇ ହେବ । ମୟୁରଭଞ୍ଜ ଆସନରେ ରାମଚନ୍ଦ୍ର ହାଁସଦାଙ୍କ ଜାଗାରେ ଡାକ୍ତର ଦେବାଶିଷ ମାରାଣ୍ଡି, ଜଗତସିଂହପୁରରେ ଡ. କୁଳମଣି ସାମଲଙ୍କ ଜାଗାରେ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଯାଜପୁର ଆସନରେ ଶ୍ରୀମତୀ ରୀତା ତରାଇଙ୍କ ଜାଗାରେ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ସମ୍ବଲପୁର ଆସନରେ ନଗେନ୍ଦ୍ର ପ୍ରଧାନଙ୍କ ଜାଗାରେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଏବଂ ଭଦ୍ରକ ଆସନରେ ଅର୍ଜୁନ ଚରଣ ସେଠୀଙ୍କ ଜାଗାରେ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି । ପୁରୀ ଆସନରେ ପିନାକୀ ମିଶ୍ର ଏବଂ ବାଲେଶ୍ୱର ଆସନରେ ରବୀନ୍ଦ୍ର କୁମାର ଜେନା ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ।
ଘୋଷିତ ୩୬ ବିଧାନସଭା ଆସନର ପ୍ରାର୍ଥୀ ତାଲିକାରେ ସେଭଳି ବିଶେଷ ପରିବର୍ତ୍ତନ କରାଯାଇନାହିଁ । ୯ଟି ଆସନକୁ ଛାଡ଼ିଦେଲେ ଅବଶିଷ୍ଟ ଆସନରେ ବର୍ତ୍ତମାନର ବିଧାୟକଙ୍କୁ ପୁନର୍ବାର ଟିକେଟ ଦିଆଯାଇଛି । ତାଲିକାରେ ମାତ୍ର ତିନି ମହିଳାଙ୍କୁ ସ୍ଥାନ ମିଳିଛି । ବିଧାୟିକା ପ୍ରମିଳା ମଲ୍ଲିକ ଓ ସୀମାରାଣୀ ନାୟକଙ୍କ ଟିକେଟ ଅପରିବର୍ତ୍ତିତ ଥିବା ବେଳେ କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ୍ ଙ୍କୁ ପ୍ରଥମ ଥର ପାଇଁ ଟିକେଟ ମିଳିଛି ।
ବାଙ୍କୀ, କଟକ-ଚୌଦ୍ୱାର ଏବଂ ବାସୁଦେବପୁର ଆସନରେ ବର୍ତ୍ତମାନର ବିଧାୟକଙ୍କ ପୁଅମାନଙ୍କୁ ଟିକେଟ ମିଳିଛି । ଚିଟଫଣ୍ଡ ମାମଲାରେ ଫସି ଜେଲ୍ ଦଣ୍ଡ ଭୋଗିଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ନୈତିକତା କାରଣରୁ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ । ସେହି ଦୁଇଟି ଆସନରେ ସେମାନଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ୍ ବିଶ୍ୱାଳ ଟିକେଟ ପାଇଛନ୍ତି । ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ନିଜ ପୁଅ ପାଇଁ ଟିକେଟ ଚାହିଁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ । ନବୀନ ତାଙ୍କୁ ନିରାଶ କରିନାହାନ୍ତି । ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ସେଠାରୁ ପ୍ରାର୍ଥୀ ହୋଇଛନ୍ତି ।
ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କ ଟିକେଟ କଟାଯାଇ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଦିଆଯାଇଛି ।
ଢ଼େଙ୍କାନାଳରେ ସରୋଜ ସାମଲଙ୍କ ଜାଗାରେ ସୁଧୀର କୁମାର ସାମଲ, ତେଲକୋଇରେ ବେଦବ୍ୟାସ ନାଏକଙ୍କ ଜାଗାରେ ପ୍ରେମାନନ୍ଦ ନାଏକ, ପାଟଣାରେ ହୃଷିକେଶ ନାଏକଙ୍କ ଜାଗାରେ ଜଗନ୍ନାଥ ନାଏକ, କେନ୍ଦୁଝରରେ ଅଭିରାମ ନାୟକଙ୍କ ଜାଗାରେ ମାଧବ ସର୍ଦ୍ଦାର ଏବଂ କରଞ୍ଜିଆରେ ବିଜୟ କୁମାର ନାୟକଙ୍କ ଜାଗାରେ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଙ୍କୁ ପ୍ରାର୍ଥୀ କରାଯାଇଛି ।
Previous Post

ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍

Next Post

ପରିଚୟ ବଦଳାଇଲେ ବିଜୟ ମହାପାତ୍ର

Next Post
ପରିଚୟ ବଦଳାଇଲେ ବିଜୟ ମହାପାତ୍ର

ପରିଚୟ ବଦଳାଇଲେ ବିଜୟ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA