ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି । ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କ ସମେତ କଟକ, ପୁରୀ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଥିଲା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ୧୯ ଜିଲ୍ଲାରୁ ୫୭୦ ପଜିଟିଭ୍ ଙ୍କ ମଧ୍ୟରୁ ୩୮୪ କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୧୮୬ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୩୪ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧,୮୯୨ ସୁସ୍ଥ ହୋଇଥିବା ବେଳେ ୧,୭୦୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୫୨୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୭,୯୭୨ ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୪୭୫ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୧, ବାଲେଶ୍ୱର-୩, ଭଦ୍ରକ-୨, ବୌଦ୍ଧ-୩, କଟକ-୪୬, ଗଜପତି-୨୫, ଗଞ୍ଜାମ-୨୧୮, ଜଗତସିଂହପୁର-୧୬, ଯାଜପୁର-୪୦, ଝାରସୁଗୁଡ଼ା-୩୧, କେନ୍ଦ୍ରାପଡ଼ା-୬, କେନ୍ଦୁଝର-୧୪, ଖୋର୍ଦ୍ଧା-୩୭, କୋରାପୁଟ-୧୧, ମୟୁରଭଞ୍ଜ-୧୦, ନୟାଗଡ଼-୩୭, ପୁରୀ-୧୫, ସମ୍ବଲପୁର-୧, ସୁନ୍ଦରଗଡ଼-୪୪ ।