Thursday, June 25, 2026 08:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

by Our Correspondent
14 Jan, 2022- 08:57 PM
in Latest News, News, Politics
1 min read
0
ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

ଭୁବନେଶ୍ୱର: ଭୁବନେଶ୍ୱର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ନ ପାଉଣୁ ବିଭିନ୍ନ ଦଳର ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ବିଭିନ୍ନ ଦଳରୁ ଆଶାୟୀଙ୍କ ତାଲିକା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହା ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ କେହି ନୁହଁନ୍ତି, ଖୋଦ୍ ଅପରାଜିତା କୁଆଡ଼େ ଭୁବନେଶ୍ୱରରୁ ମେୟର ପ୍ରାର୍ଥୀ ହେଉଛନ୍ତି । ଅପରାଜିତା ଏକା ବିଜେଡ଼ିକୁ ସାମନା କରିବାର ଶକ୍ତି ରଖିଥିବାରୁ ତାଙ୍କ ମେୟର ପ୍ରାର୍ଥୀତ୍ୱକୁ ନେଇ ଦଳରେ ମନ୍ତ୍ରଣା ଆରମ୍ଭ ହୋଇଥିବା କୁହାଯାଉଛି ।

ଅପରାଜିତାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ଯୁକ୍ତି ବାଢ଼ୁଥିବା କିଛି ଦଳୀୟ ନେତାଙ୍କ କହିବା କଥା ହେଲା, ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନ ଉପରେ ତ ନିଶ୍ଚିତ ଗୁରୁତ୍ୱ ବହନ କରିବ । ସାଙ୍ଗକୁ ବିଏମସି ମେୟର ନିର୍ବାଚନ ଫଳାଫଳ ମଧ୍ୟ ରାଜ୍ୟ ରାଜନୀତି ଉପରେ ଗୁରୁତ୍ୱ ରଖୁଛି । ରାଜଧାନୀର ମେୟର ଆସନ ବିଜେପି ଅକ୍ତିଆର କରିପାରିଲେ ଏହା ଭୋଟରଙ୍କ ଉପରେ ଅନୁକୂଳ ପ୍ରଭାବ ପକାଇବାରେ ସାହାଯ୍ୟ କରିବ । ସୁତରାଂ ବିଜେପିର ଉଜ୍ଜଳ ଭବିଷ୍ୟତ ଦୃଷ୍ଟିରୁ ଅପରାଜିତା ହିଁ ଯୋଗ୍ୟ ମେୟର ପ୍ରାର୍ଥୀ! ଅପରାଜିତାଙ୍କ ଛଡ଼ା ଅନ୍ୟ କିଏ ପ୍ରାର୍ଥୀ ହେଲେ ବିଜେଡ଼ିକୁ ସାମନା କରିବା ସହଜ ହେବ ନାହିଁ ବୋଲି ସେମାନଙ୍କର ମତ ।

ତେବେ ଅପରାଜିତାଙ୍କ ଅନ୍ୟ ସମର୍ଥକ ଗୋଷ୍ଠୀ ମେୟର ଥିଓରିକୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ମ୍ୟାଡାମ୍ ଙ୍କୁ ମୁଖ୍ୟମନ୍ତ୍ରୀ ମ୍ୟାଟେରିଆଲ୍ ଦର୍ଶାଇ ସେମାନେ ଭିନ୍ନ ଯୁକ୍ତି ରଖିଛନ୍ତି । ତାଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବାକୁ ଚାହୁଁଥିବାରୁ ମେୟର ନାଁ ଶୁଣି ଚିହିଁକି ଉଠିଛନ୍ତି । ସେମାନଙ୍କର ଯୁକ୍ତି, ଭୁବନେଶ୍ୱରରେ ମ୍ୟାଡାମ୍ ମେୟର ମେକର୍ ହେବେ, ମେୟର୍ ନୁହଁନ୍ତି ।

ଅନ୍ୟ ଏକ ସମର୍ଥକ ଗୋଷ୍ଠୀର ଯୁକ୍ତି, ମ୍ୟାଡାମ୍ ଯଦି ମେୟର ଲଢ଼ିବାକୁ ଚାହାଁନ୍ତି ଏବଂ ଜିତନ୍ତି ତେବେ ସାଂସଦ ପଦ ବଜାୟ ରଖିବାରେ ଅସୁବିଧା ନାହିଁ । ପିପୁଲସ୍ ରିପ୍ରେଜେଣ୍ଟେସନ୍ ଆକ୍ଟ ଏହି ଡୁଆଲ୍ ମ୍ୟାନଟେଡ୍ ଅନୁମତି ଦେଇଛି । ଅତୀତରେ କୋଲକତା ମେୟର ସୁବ୍ରତ ମୁଖାର୍ଜୀଙ୍କ କ୍ଷେତ୍ରରେ ଏହି ବିତର୍କ ସୃଷ୍ଟି କରିଥିଲା ବୋଲି ସେମାନେ କହିଛନ୍ତି ।

ତେବେ ସେ ଯାହା ହେଉ, ବିଏମସି ନିର୍ବାଚନ ଘୋଷଣା ହେବାକୁ ବାକିଥିଲେ ମଧ୍ୟ ଏହି ମେୟର ଅଙ୍କକଷା ରାଜନୈତିକ ପାଣିପାଗକୁ ଏବେଠାରୁ ଉଷ୍ମ କରିଛି । କିଛି ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟରଙ୍କୁ ଅପରାଜିତା ନିଜ ସପକ୍ଷରେ ମନେଇବାର ପୂର୍ବ ଯୋଜନା କାର୍ଯ୍ୟକାରୀ କରିବାକୁ ପୁଣି ଥରେ ଅଣ୍ଟା ଭିଡ଼ିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତେବେ ଅପରାଜିତା ଦଳୀୟ ପରିଚୟ ଅପେକ୍ଷା ନିଜସ୍ୱ ପରିଚୟରେ ଆଗକୁ ବଢ଼ୁଥିବାରୁ ତାଙ୍କ ଯୋଜନାର ସଫଳତା ନେଇ ସଂଶୟ ସୃଷ୍ଟି ହୋଇଛି । ସର୍ବୋପରି ଅପରାଜିତାଙ୍କ ଭିନ୍ନ ଗୋଠ ଏବଂ ଅହଂକାରୀ ସ୍ୱଭାବକୁ ଅନେକ ନାପସନ୍ଦ କରୁଥିବାରୁ ଆଗାମୀ ଦିନରେ ସମୀକରଣ କେଉଁ ରୂପ ନେବ ସମୟ କହିବ ।

ଏହି ସବୁ ଚର୍ଚ୍ଚା ଉପରେ ମ୍ୟାଡାମ୍ ଅପରାଜିତାଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ ।

Previous Post

‘ସମ୍’ ରେ ଲାଞ୍ଜ ଥିବା ନବଜାତର ବିରଳ ଅସ୍ତ୍ରୋପଚାର

Next Post

୫୪ ଆସନରେ ମହିଳା ଅଧ୍ୟକ୍ଷ, ୪୨ ଆସନ ଅଣସଂରକ୍ଷିତ

Next Post
୫୪ ଆସନରେ ମହିଳା ଅଧ୍ୟକ୍ଷ, ୪୨ ଆସନ ଅଣସଂରକ୍ଷିତ

୫୪ ଆସନରେ ମହିଳା ଅଧ୍ୟକ୍ଷ, ୪୨ ଆସନ ଅଣସଂରକ୍ଷିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA