Friday, February 20, 2026 11:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

କିଟ୍‍ ଓ ବିସିଆଇ ସହଭାଗିତାରେ ଦେଶର ପ୍ରଥମ ଅନୁଷ୍ଠାନ

by Our Correspondent
29 Jan, 2021- 08:02 PM
in Latest News, News
1 min read
0
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: ଉଭୟ ଆଇନ୍‍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (IIL), ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ସହଯୋଗରେ ଆଇଆଇଏଲ୍‍ ପ୍ରତିଷ୍ଠା ହେବ । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ । ଆଇନ୍‍ ଶିକ୍ଷକ ଓ ଅଧ୍ୟାପକ ତଥା ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଆଇନରେ କୌଣସି ତାଲିମ୍‍ ଅନୁଷ୍ଠାନ ନାହିଁ । ନିରନ୍ତର ଆଇନ୍‍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‍ ଏକ ମଡେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ । ଏହି ଏକାଡେମୀ ପ୍ରାଥମିକ ଭାବେ ଆଇନ୍‍ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।

ଶୁକ୍ରବାର ନୂଆଦିଲ୍ଲୀସ୍ଥିତ କନ୍‍ଷ୍ଟିଚ୍ୟୁସନ୍‍ କ୍ଲବରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍‍ଙ୍କଠାରୁ ଆରମ୍ଭ କରି ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କିଟ୍‍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା ।

ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍‍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନଥିଲା । ଶେଷରେ ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍‍ ଓ କିସ୍‍ କ୍ୟାମ୍ପସ୍‍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍‍, ଦୂରଦ୍ରଷ୍ଟା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ୱରଠାରେ ଆଇଆଇଏଲ୍‍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ । ତଦନୁସାରେ ବିସିଆଇ କିଟ୍‍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ ।

ଏହି ଅନୁଷ୍ଠାନ ଆଇନଜୀବି, ଶିକ୍ଷାବିତ ଏବଂ ବିଚାରପତିଙ୍କ ପାଇଁ ମଧ୍ୟ ବିଭିନ୍ନ ସମୟରେ ଆଲୋଚନାଚକ୍ର, କର୍ମଶାଳା, ତାଲିମ କାର୍ଯ୍ୟକ୍ରମ ଆଦି ଆୟୋଜନ କରିବ । ଆଇଆଇଏଲ୍‍ ଭାରତ ଓ ଭାରତ ବାହାରେ ଥିବା ଜାତୀୟ ଲ ସ୍କୁଲ୍‍, ଅନ୍ୟାନ୍ୟ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ, ବୃତ୍ତିଗତ ସଂସ୍ଥା, ନ୍ୟାୟିକ ସଂସ୍ଥା, ସରକାରୀ ବିଭାଗ ଏବଂ ଏନଜିଓ ସମେତ ବିଭିନ୍ନ ବାର ଆସୋସିଏସନ୍‍, ରାଜ୍ୟ ବାର୍‍ କାଉନ୍‍ସିଲ୍‍, ଦେଶ ଓ ବିଦେଶରେ ଥିବା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ, ଆଇନ୍‍ର ବିକାଶ ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହ ସହଯୋଗ ସ୍ଥାପନ କରିବ ।

ପ୍ରାଥମିକ ପର୍ଯ୍ୟାୟରେ ଆଇଆଲଏଲରେ ନିମ୍ନ ଲିଖିତ ବିଭାଗ କାର୍ଯ୍ୟ କରିବ ।
୧) ଏକାଡେମିକ୍‍ ଷ୍ଟାଫ୍‍ କଲେଜ (ASC)
୨) ସ୍କୁଲ୍‍ ଅଫ୍‍ କଣ୍ଟିନିଉଇଂ ଏଜୁକେସନ୍‍ (SCE)
୩) ଆଇଆଇଏଲ୍‍ ଟ୍ରେନିଂ ସେଣ୍ଟର (IIL-TC)
୪) ସେଣ୍ଟର ଫର୍‍ ଲିଗାଲ ଏଡ୍‍ (CLA)
୫) ବ୍ରିଜ୍‍ କୋର୍ସେସ୍‍ ଫର୍‍ ଫରେନ୍‍ ଡିଗ୍ରୀ ହୋଲ୍‍ଡର୍‍ସ

ଆଇଆଇଏଲ୍‍ ପରିଚାଳନା ପାଇଁ ସାଧାରଣ ପରିଷଦ, କାର୍ଯ୍ୟକାରୀ ପରିଷଦ ଏବଂ ଏକାଡେମିକ କାଉନ୍‍ସିଲ୍‍ ଗଠନ କରାଯିବ । ଏ ସବୁଥିରେ ଆବଶ୍ୟକତା ଅନୁସାରେ ଉଚ୍ଚତର ନ୍ୟାୟିକ, ସରକାରୀ, ଶିକ୍ଷା ମନ୍ତ୍ରାଳୟ, ୟୁଜିସି, ଶିକ୍ଷାବିତ୍‍, ବାର୍‍ର ବରିଷ୍ଠ ସଦସ୍ୟ ଓ ଓଡ଼ିଶାର ମୁଖ୍ୟ ବିଚାରପତି ଆଦିଙ୍କ ପ୍ରତିନିଧିତ୍ୱ ରହିବ । ପ୍ରଥମ ୩ବର୍ଷ ପାଇଁ ଆଇଆଇଏଲ୍‍ର ସମସ୍ତ କାର୍ଯ୍ୟକ୍ରମ ବିସିଆଇ ପରିଚାଳନା କରିବ। ପରବର୍ତ୍ତୀ ସମୟରେ କେତେକ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟ / ଉନ୍ନତ ଭିତ୍ତିଭୂମି ଥିବା ଅନ୍ୟାନ୍ୟ ଅନୁଷ୍ଠାନ ଆଇଆଇଏଲ୍‍ ଶୈଳୀରେ ଏହିସବୁ ପାଠ୍ୟକ୍ରମ ପ୍ରଦାନ ପାଇଁ ଅନୁମତି ପାଇବେ ।

ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟର ଆଇନ୍‍ ପ୍ରାଧ୍ୟାପକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାବିତ୍‍ଙ୍କ ବ୍ୟତୀତ ଆଇଆଇଏଲରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ମାନ୍ୟବର ବିଚାରପତି, ପ୍ରତିଷ୍ଠିତ ଆଇନ୍‍ ବିଶାରଦ ଏବଂ ଖ୍ୟାତିସମ୍ପନ୍ନ ବରିଷ୍ଠ ଆଇନ୍‍ଜୀବି, ବାର୍‍ର ପ୍ରମୁଖ ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଂଶ୍ଳିଷ୍ଟ କରାଯିବା ସହ ସେମାନଙ୍କ ପରାମର୍ଶ, ସାହାଯ୍ୟ ଓ ସହଯୋଗ ନିଆଯିବ । ସେମାନେ ଆଇଆଇଏଲରେ ଅଧ୍ୟାପକ, ମାର୍ଗଦର୍ଶକ ଓ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିବେ । ଏହା ବ୍ୟତୀତ ବିସିଆଇ ଟ୍ରଷ୍ଟ ମଧ୍ୟ ପ୍ରତିଷ୍ଠିତ ଆଇନ୍‍ ସ୍କୁଲ୍‍ର ଡିନ୍‍, ବିଚାରପତି ଓ ବିଶ୍ୱର ବିଭିନ୍ନ ଦେଶରେ ଥିବା ବାର୍‍ର ସଦସ୍ୟଙ୍କୁ ମଧ୍ୟ ଏହି ସବୁ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିବ । ଉପରୋକ୍ତ ଆଇନ୍‍ ବିଶାରଦମାନେ ସେମାନଙ୍କ ଅଗାଧ ଜ୍ଞାନ ଓ ଅଭିଜ୍ଞତାରୁ କେବଳ ଯେ ଆଇନ୍‍ ଶିକ୍ଷକ ଏବଂ ଆଇନ୍‍ ପେଶାରେ ଥିବା ଆଇନଜୀବିମାନେ ଉପକୃତ ହେବେ ତା ନୁହେଁ, ସେମାନେ ମଧ୍ୟ ଏହି ବିଶିଷ୍ଟ ଆଇନ୍‍ ବିଶାରଦମାନଙ୍କ ସହ ମିଶିବା ସହ ସେମାନଙ୍କଠାରୁ ଶିଖିବାର ସୁଯୋଗ ପାଇବେ ।

Previous Post

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Next Post

‘ମହିଳା ସଂରକ୍ଷଣ ବିଲ୍ ପାରିତ କର’

Next Post
‘ମହିଳା ସଂରକ୍ଷଣ ବିଲ୍ ପାରିତ କର’

'ମହିଳା ସଂରକ୍ଷଣ ବିଲ୍ ପାରିତ କର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA