Friday, February 20, 2026 10:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିକୁ ଭାଣ୍ଡିଆ କରିଦେଲେ ବିଧାୟକ !

ବୋଲଗଡ଼ ବିଡିଓ ହଟାଅ ଆନ୍ଦୋଳନ

by Samar Pradhan
20 Feb, 2026- 03:55 PM
in Latest News, News, Politics
1 min read
0
ବିଜେଡିକୁ ଭାଣ୍ଡିଆ କରିଦେଲେ ବିଧାୟକ !

ଭୁବନେଶ୍ୱର: ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ବିରୋଧରେ ବିଜେଡିର ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା । ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅସମ୍ମାନ, ଅସହଯୋଗ କରୁଥିବାରୁ ତାଙ୍କର ବଦଳି ଦାବି କରାଗଲା । ଆନ୍ଦୋଳନକୁ ସମର୍ଥନ କରି ନୟାଗଡ଼ ବିଧାୟକ ଅରୁଣ ସାହୁ ଧାରଣାରେ ଯୋଗଦେଲେ । ମାଇକ୍ ଧରି ଚମତ୍କାର ଭାଷଣ ମାରିଲେ । ବିଡିଓ ନ ହଟିଲା ପର୍ଯ୍ୟନ୍ତ ଶୋଇବେନି ବୋଲି ଶପଥ ନେଲେ । ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଶଙ୍ଖ ଭବନରୁ ଛୁଟି ଆସିଲେ । ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଭାଷଣ ମାରି ଥରହର କଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ । ମାତ୍ର ଶେଷରେ କ’ଣ ହେଲା ଜାଣନ୍ତି? ଗୋଟେ ଚୁଟୁକିରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଲେ । ପୁଲିସକୁ ଭୁଲ୍ ମାଗି କାନମୋଡ଼ି ଯେଝା ଘରକୁ ପଳାଇ ଆସିଲେ । ନିମିଷକେ ଭାଙ୍ଗିଗଲା ଧାରଣାସ୍ଥଳର ଟେଣ୍ଡ । ବିଜେଡିର ଇଜ୍ଜତକୁ ମାଟିରେ ମିଶାଇ ବୁଧବାର ରାତିରୁ ବୋଲଗଡ଼ ବ୍ଲକ୍ ପରିସର ଶୂନଶାନ ହୋଇଯାଇଛି ।

ବିଡିଓଙ୍କ ବିରୋଧରେ ଏୟା ଅଭିଯୋଗ ଥିଲା ଯେ ବିଭିନ୍ନ କାର୍ଯ୍ୟରେ ସେ ମନମାନି କରୁଛନ୍ତି । ପଞ୍ଚାୟତ ପ୍ରତିନିଧିମାନଙ୍କ କଥା ଶୁଣୁନାହାନ୍ତି, ସେମାନଙ୍କୁ ସମ୍ମାନ ଦେଉନାହାନ୍ତି କି ସହଯୋଗ କରୁନାହାନ୍ତି । ସେ ଆସିବା ଦିନୁଁ ଅଞ୍ଚଳରେ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ତାଙ୍କର ଏତେ ଅହଙ୍କାର ଯେ ଗଲା ସାଧାରଣତନ୍ତ୍ର ଦିବସ ପାଳନକୁ ମଧ୍ୟ ଆସିଲେ ନାହିଁ । ତାଙ୍କର କାର୍ଯ୍ୟକଳାପ ଓ ଆଚରଣ ଜନ ଅସନ୍ତୋଷ ସୃଷ୍ଟି କରିବାରୁ ପଞ୍ଚାୟତ ପ୍ରତିନିଧିମାନେ ଏକଜୁଟ୍ ହୋଇ ବିଡିଓଙ୍କ ବଦଳି ଦାବିରେ ଧାରଣାରେ ବସିଥିଲେ ।

ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବିଧାୟକ ପ୍ରଦୀପ ସାହୁ । ବିଜେପିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବଂ କଂଗ୍ରେସ ସମର୍ଥକମାନେ ମଧ୍ୟ ସାମିଲ ହୋଇଥିଲେ । ୧୪ ତାରିଖରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ବିଡିଓ ନ ହଟିଲା ଯାଏଁ ଲଢ଼େଇ ଜାରି ରହିବ କହି ଧାରଣାକାରୀମାନଙ୍କୁ ଉତ୍ସାହିତ କରିଥିଲେ । ୧୭ ତାରିଖରେ ସାଂସଦ ସୁଲତା ଦେଓ ଏବଂ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସେଠାକୁ ଯାଇ ଆନ୍ଦୋଳନକୁ ସମର୍ଥନ କରିଥିଲେ । ବିଜେପିର ଇଙ୍ଗିତରେ ବିଡିଓ କାମ କରୁଛନ୍ତି ବୋଲି କହି ବର୍ଷିଥିଲେ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସେଠାକୁ ଆସିଥିବାର ପ୍ରେସ୍ ରିଲିଜ୍ ଦେଲେ ।

ତା’ ପରଦିନ ଧାରଣାରେ ବସିଥିବା ପଞ୍ଚାୟତ ପ୍ରତିନିଧି ଓ ସମର୍ଥକମାନେ ବିଡିଓଙ୍କ ଗାଡ଼ିକୁ ଟେକା ମାରି ଭାଙ୍ଗି ଦେଇଥିଲେ । ବ୍ଲକ୍ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଖବର ପାଇ ଖୋର୍ଦ୍ଧା ଏସଡିପିଓ ପହଞ୍ଚିଥିଲେ । ବିଡିଓଙ୍କ ସହ ଆଲୋଚନା କଲେ । ଏହାପରେ ବିଡିଓ ବୋଲଗଡ଼ ଥାନାରେ ଏକ ଏତଲା ଦେଲେ । ତାଙ୍କ ଏତଲା ଆଧାରରେ ପୁଲିସ ୧୦ ଜଣଙ୍କୁ ଥାନାକୁ ଟେକି ଆଣିଲା । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଧମକ ଦେଲେ । ହାକିମଙ୍କ ନାଲି ଆଖିରେ ଥରହର ହେଲେ ଆନ୍ଦୋଳନକାରୀ । ଥାନାରେ ସେମାନଙ୍କର ଅବସ୍ଥା ଶୁଣି ଧାରଣାରେ ବସିଥିବା ଭାଇମାନେ ଛତ୍ରଭଙ୍ଗ ଦେଲେ । ଜାଗା ଖାଲି ହୋଇଯିବା ପରେ ପୁଲିସ ଆସି ଟେଣ୍ଡକୁ ଭାଙ୍ଗିଦେଲା ।

ତେବେ ଆମ ଅନୁସନ୍ଧାନରୁ ଏହି ଘଟଣା ପଛର ରାଜନୀତି ଧରାପଡ଼ିଛି । ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ଗତ କିଛି ବର୍ଷ ଧରି ବୋଲଗଡ଼ ବ୍ଲକ୍ ରେ ଭୟଙ୍କର ଦୁର୍ନୀତି ଚାଲିଥିଲା । ବିଡିଓଙ୍କୁ ପଛରେ ରଖି ଜଣେ କୋଉ ଯନ୍ତ୍ରୀ ବାହିନୀପତି ସର୍ବେସର୍ବା ବନିଥିଲେ । ସବୁ ଦଳର ସ୍ଥାନୀୟ ନେତାଙ୍କୁ ସେ ବାବୁ ପକେଟରେ ରଖିଥିଲେ । ସେଥିପାଇଁ ପ୍ରବଳ ଜନଅସନ୍ତୋଷ ଥିଲା । ସୁମନ ସୁଧା କୁଣ୍ଡୁ ବିଡିଓ ଭାବେ ଯୋଗଦେବା ପରେ ସେଇ ଧାରାରେ ବ୍ରେକ୍ ଲାଗିଛି । କୋଟି କୋଟି ଟଙ୍କାର ମିଥ୍ୟା ବିଲ୍ ଉପରେ ଖୋଳତାଡ଼ ଆରମ୍ଭ ହୋଇଛି । ସ୍ଥାନୀୟ ବିଜେପି ଆଶାୟୀ ତଥା ଦଳର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସୁପାରିଶରେ ଏହି ବିଡିଓ ଆସିଥିବା ଜଣାପଡ଼ିବାରୁ ପ୍ରତିପକ୍ଷ ଗୋଷ୍ଠୀ କ୍ଷୁବ୍ଧ ହୋଇଛନ୍ତି ।

ବିଡିଓଙ୍କ ବିରୋଧରେ ଆନ୍ଦୋଳନର ମୁଖ୍ୟ କାର୍ପଟଦାର କୁଆଡ଼େ ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କର ଇଙ୍ଗିତରେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସାହୁ ନିଜର ପୁରୁଣା କଂଗ୍ରେସ ସାଥୀମାନଙ୍କୁ ମଧ୍ୟ ସାମିଲ କରାଇଥିଲେ । ଖାଲି ସେତିକି ନୁହେଁ, ଅଧିକ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଦଳର ସହଯୋଗ ନେଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କୁ ସେଠାକୁ ଡାକି ନଚାଇ ଦେଲେ । ତାଙ୍କ ଡାକରାରେ ଶଙ୍ଖଭବନରୁ ସାଂସଦ ସୁଲତା, ମୁଖପାତ୍ର ଲେନିନ୍ ଏକ ଟିମ୍ କୁ ଧରି ବୋଲଗଡ଼ ଦୌଡ଼ିଲେ । ବିଜେଡି ସପକ୍ଷରେ ବାତାବରଣ ସୃଷ୍ଟି ପାଇଁ ମୁଖିଆ ନବୀନ ପଟ୍ଟନାୟକଙ୍କ ନାଁକୁ ବି ବ୍ୟବହାର କରାଗଲା ।

ସେପଟେ ବିଜେଡି ବାହିନୀ ଏବଂ ଅପରାଜିତା-ପ୍ରଶାନ୍ତ ଗୋଷ୍ଠୀଙ୍କର ମୁକାବିଲା ପାଇଁ ଗୋଟିଚାଳନା କରିଥିଲେ ଯତୀନ ମହାନ୍ତି । ଆନ୍ଦୋଳନକୁ ଭଣ୍ଡୁର ପାଇଁ ଜାଲ ବିଛାଇଲେ । ସେହି ଯୋଜନାରେ ବୋଲଗଡ଼ରେ ଜନଜାଗରଣ ଶୋଭାଯାତ୍ରା ନାଁରେ ଏକ ବାଇକ୍ ରାଲି ହୋଇଥିଲା । ସେଇ ରାଲି ଜରିଆରେ ଭଣ୍ଡୁର କରାଗଲା ବିଡିଓ ବିରୋଧୀ ଆନ୍ଦୋଳନ । ଯତୀନଙ୍କ ପଛରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କର ସମର୍ଥନ ଥିବାରୁ ସେ ତାଙ୍କ ଗୋଟିଚାଳନାରେ ସଫଳ ହେଲେ ବୋଲି କୁହାଯାଉଛି ।

ଏହି ସମୁଦାୟ ପ୍ରକରଣରେ ବିଜେପି ଗୋଷ୍ଠୀ କନ୍ଦଳର ଭୟାନକ ରୂପ ସାମନାକୁ ଆସିଥିଲା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବିଧାୟକ ପ୍ରଦୀପ ସାହୁଙ୍କର ଗୋପନ ସମ୍ପର୍କ ପଦାକୁ ଆସିଛି । ତେବେ ଏଥିରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବିଜେଡି । ପ୍ରଦୀପଙ୍କ ବୋଲରେ ଶଙ୍ଖଭବନ ନେତାମାନେ ନବୀନ ପଟ୍ଟନାୟକଙ୍କ ନାଁ ବ୍ୟବହାର କରିଥିବାରୁ ଦଳ ଏବଂ ମୁଖିଆଙ୍କୁ ଭାଣ୍ଡିଆ ହେବାକୁ ପଡ଼ିଛି । ଅରୁଣ ସାହୁଙ୍କ ଭଳି ବରିଷ୍ଠ ନେତା ସେଠାକୁ ଯାଇ ଭାଷଣ ମାରିଥିବାରୁ ଜନମାନସରେ ତାଙ୍କୁ ଅଧିକ ନିନ୍ଦିତ ଓ ଲଜ୍ଜିତ ହେବାକୁ ପଡ଼ିଛି ।

Continue Reading
Previous Post

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Next Post

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍

Next Post
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA