Saturday, February 21, 2026 12:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ୪ ପୁଲିସ ସସପେଣ୍ଡ୍

by Our Correspondent
20 Nov, 2020- 11:50 PM
in Crime, Latest News, News
1 min read
0
ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

ଭୁବନେଶ୍ୱର: ଜେଲ୍ ହାଜତ ମୃତ୍ୟୁର ଚାପ ସମ୍ଭାଳି ପାରିନାହାନ୍ତି ରାଜ୍ୟ ସରକାର । ଏସପି ଅଖିଳେଶ୍ୱର ସିଂହଙ୍କୁ ଆଜି ରାତିରେ ପୁରୀରୁ ବଦଳି କରାଯାଇଛି । ସମ୍ବଲପୁର ଏସପି କନୱଲ୍ ବିଶାଲ ସିଂହଙ୍କୁ ତାଙ୍କ ଜାଗାରେ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଅଖିଲେଶ୍ୱରଙ୍କୁ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ବାସେଳିସାହି ଥାନା ଏସଆଇ ବିପ୍ଲବ କୁମାର ପ୍ରଧାନ, କନେଷ୍ଟବଳ ଜଗନ୍ନାଥ ସ୍ୱାଇଁ ଏବଂ ବାବୁଲି ବେହେରାଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱହୀନ ଆଚରଣ ଏବଂ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏସପିଙ୍କୁ ବଦଳି କରିଥିବା ବେଳେ ବୀରମିତ୍ରପୁର ଅନୁରୂପ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ଏସପି କର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଛନ୍ତି । ତେବେ ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ଗତକାଲି ପୁରୀ ଓ ବୀରମିତ୍ରପୁରରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଉଭୟ ସ୍ଥାନରେ ପୁଲିସ ସହ ଉତ୍ତ୍ୟକ୍ତ ଜନତାଙ୍କର ମୁହାଁମୁହିଁ ହୋଇଥିଲା । ବିଜେପି ଓ କଂଗ୍ରେସ ଏହି ଘଟଣାକୁ ତୀବ୍ର ସମାଲୋଚନା କରି ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ବିଧାନସଭାରେ ମଧ୍ୟ ପ୍ରବଳ ହଙ୍ଗାମା କରିଛନ୍ତି ।

ଗୋଟିଏ ଦିନରେ ଦୁଇ ଦୁଇଟି ହାଜତ ମୃତ୍ୟୁ ଅଭିଯୋଗ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାର, ମୁଖ୍ୟଶାସନ ସଚିବ ଓ ଡିଜିଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପୁରୀ ଲୋକନାଥ ରୋଡ୍ ର କେ.ରମେଶ(୩୧) ଙ୍କୁ ବାସେଳିସାହି ଥାନା ହାଜତରେ ପୁଲିସ ପିଟି ପିଟି ମାରିଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏସପି ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ରମେଶଙ୍କ ଦେହସାରା ମାଡ଼ ଦାଗ ସହ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଏହାକୁ ନେଇ ପୁଲିସ-ଜନତା ସଂଘର୍ଷ ହୋଇଥିଲା । ସଂପୃକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ଓ ବିଜେପି ଆନେ୍ଦାଳନକୁ ଓହ୍ଲାଇଥିଲେ ।

ଅନ୍ୟପକ୍ଷରେ ଏସପି ହାଜତ ମୃତ୍ୟୁକୁ ଅସ୍ୱୀକାର କରିଥିଲେ ମଧ୍ୟ ଏହାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଉଭୟ ପୁରୀ ଓ ବୀରମିତ୍ରପୁର ମାମଲା ତଦନ୍ତରେ ଜାତୀୟ ମାନବାଧିକାର କମିଶନ ଗାଇଡଲାଇନ୍ ପାଳନ କରାଯାଉଥିବା ଡିଜି ଶ୍ରୀ ଅଭୟ କହିଥିଲେ ।

ପୁରୀରେ ମୃତ୍ୟୁବରଣ କରିଥିବା ରମେଶ ନାଁରେ ବହୁ ଅପରାଧିକ ମାମଲା ଥିଲା । ଏକ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇ ପୁଲିସ ତାଙ୍କୁ ବୁଧବାର ରାତିରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଧରିବାକୁ ଚେଷ୍ଟା କରିଥିଲା । ସେ ଖସିଯିବାକୁ ଚେଷ୍ଟା କଲା ବେଳେ ଧସ୍ତାଧସ୍ତି ହୋଇଥିଲା ଏବଂ ରମେଶ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାସେଳିସାହି ଥାନା ଓ ପରେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟ ହୋଇଥିଲା ବୋଲି ଏସପି ସଫେଇ ଦେଇଥିଲେ ।

ତେବେ ମାମଲା ଜଟିଳ ରୂପ ନେବା ପରେ ପୁରୀ ଏସପି ବଳି ପଡ଼ିଛନ୍ତି । ବାସେଳିସାହି ଥାନା ଅଧିକାରୀ ପୂର୍ବରୁ ୧୫ ଦିନିଆ ଛୁଟିରେ ଥିବାରୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଛନ୍ତି ।

Previous Post

ବୈଜୟନ୍ତ, ଜାଗୀଙ୍କ ଗିରଫ ରାସ୍ତା ସଫା

Next Post

କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

Next Post
କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA