Wednesday, June 24, 2026 06:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଙ୍ଗରେ ଫଟୋ ଉଠାଇବା ବି ମନା!

ବିଜେଡି ନେତାଙ୍କ ଦହନୀୟ ଅବସ୍ଥା

by Samar Pradhan
02 Sep, 2025- 07:01 PM
in Latest News, News, Politics
1 min read
0
ସାଙ୍ଗରେ ଫଟୋ ଉଠାଇବା ବି ମନା!

ଭୁବନେଶ୍ୱର: ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସହ କେବଳ ଭି.କେ ପାଣ୍ଡିଆନଙ୍କର ଫଟୋ ଉଠିବ । ଆଉ ସେଇ ଫଟୋ ମିଡିଆ, ସୋସିଆଲ୍ ମିଡିଆକୁ ଯିବ । ପାଣ୍ଡିଆନଙ୍କ ଛଡ଼ା ଆଉ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳିବନି । ନବୀନଙ୍କୁ ଭେଟ ହୋଇ କଥା ହେଲେ ବୋଲି ନେତାମାନେ ବାହାରେ ହାତ ଧରାଧରି ହୋଇ ଭିଡିଓ ସୁଟ୍ କରିବେ । ସେଇ ଭିଡିଓକୁ ମିଡିଆରେ ସେୟାର୍ କରାଯିବ ।

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ଯାଉଥିବା ଦଳୀୟ ନେତାଙ୍କ କ୍ଷେତ୍ରରେ ସମ୍ଭବତଃ ଏହି ଧାରା ଆରମ୍ଭ ହୋଇଛି । ଗତକାଲିର ଘଟଣାରୁ ବିଜେଡି ନେତାଙ୍କ ପ୍ରତି ନବୀନ ନିବାସର ହୀନମନ୍ୟତା ପୁଣି ଏକ ଚର୍ଚ୍ଚାର ବିଷୟ ହୋଇଛି ।

ସୋମବାର ସଂଧ୍ୟାରେ ବିଜେଡି ମିଡିଆ ସେଲ୍ ପକ୍ଷରୁ ଏକ ଫଟୋ ଏବଂ ଭିଡିଓ ଛଡ଼ାଯାଇଥିଲା । ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଏବଂ ରଘୁନାଥ ସାହୁ, ପ୍ରଫୁଲ୍ଲ ସିଂ, ମହମ୍ମଦ ସକିଲ, ଲୋରା ମହାପାତ୍ରଙ୍କୁ ସେଥିରେ ଦେଖିବାକୁ ମିଳିଥିଲା । ଅବଶ୍ୟ ପ୍ରେସ୍ ନୋଟରେ ଚିରଞ୍ଜିବୀ ବିଶ୍ୱାଳ, ଭୃଗୁ ବକ୍ସିପାତ୍ରଙ୍କ ନାଁ ଥିଲେ ମଧ୍ୟ ଫଟୋ କି ଭିଡିଓରେ ସେମାନେ ଦେଖା ଯାଉ ନ ଥିଲେ ।

ଯାହା ହେଉ, ଏଇ ଭିଡିଓ ଜରିଆରେ ବରିଷ୍ଠ ନେତା ଅରୁଣ ସାହୁ ଏକ ବିବୃତି ଛାଡ଼ିଥିଲେ । ସେ କହିଥିଲେ- ଆଜି ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଆମେ ସମସ୍ତେ ଭେଟିଲୁ । ଓଡ଼ିଶାର ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ସେ ଆମକୁ ପରାମର୍ଶ ଦେଲେ । ଓଡ଼ିଶାରେ ବର୍ତ୍ତମାନର ସରକାର ଜନତାଙ୍କ ବିରୋଧୀ କାମ କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ । ସାର କଳାବଜାରୀ ହେଉଛି, ଲୋକେ ପାଉନାହାନ୍ତି । ସ୍ୱାସ୍ଥ୍ୟ ସେବା ବିଗିଡ଼ି ଗଲାଣି । ରାସ୍ତାଘାଟ, ବନ୍ଧବାଡ଼ ସବୁ କାମ ଠପ୍ ହୋଇଗଲାଣି । ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ । ଏ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳ ତୀବ୍ର ଭାବରେ ଓଡ଼ିଶା ଲୋକଙ୍କ ସ୍ୱରକୁ ନେଇ ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଆମକୁ ପରାମର୍ଶ ଦିଆଯାଇଛି । ସେହି ଅନୁସାରେ ବିଜେଡି ନିଜକୁ ପ୍ରସ୍ତୁତ କରିଛି ଏବଂ ଆଗାମୀ ଦିନରେ ବର୍ତ୍ତମାନର ସରକାରର ଜନବିରୋଧୀ କାର୍ଯ୍ୟକୁ ଉପସ୍ଥାପନ କରାଯିବ ଏବଂ ଲଢ଼େଇ ଜୋରଦାର ହେବ ।

ଅରୁଣଙ୍କ ଏହି ବିବୃତି ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କାରଣ ରାଜ୍ୟର ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ବିଚାର ବିମର୍ଷ ପାଇଁ ନବୀନ ଏଭଳି ଟିମ୍ କୁ ନବୀନ ନିବାସ କାହିଁକି ଡାକିବେ? ଅରୁଣଙ୍କୁ ଛାଡ଼ିଦେଲେ ଦଳରେ ଅନ୍ୟମାନଙ୍କର ପ୍ରଭାବ କ’ଣ? ସେମାନଙ୍କର କାଟତି କେତେ? ରାଜ୍ୟ ସରକାରଙ୍କ ବିଫଳତା ଏବଂ ବିଜେଡିର ରଣନୀତି ସଂକ୍ରାନ୍ତରେ ଯଦି ଆଲୋଚନା କରିବାର ଥିଲା, ତେବେ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକିବାରେ କ’ଣ ଥିଲା ଅସୁବିଧା?

ରୋଚକ କଥା ହେଉଛି, ଅରୁଣଙ୍କ ବିବୃତିରୁ ନବୀନ ପଟ୍ଟନାୟକ ଯେ ସେମାନଙ୍କ ସହ ବସି ଓଡ଼ିଶାର ରାଜନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ତାଙ୍କଠାରେ ସେଭଳି ଆତ୍ମବିଶ୍ୱାସ ପ୍ରତୀୟମାନ ହେଉନାହିଁ । ଲେଖା କାଗଜରୁ ଘୋଷି ଦେଲା ଭଳି କହୁଛନ୍ତି । କହିଲା ବେଳେ ଅନ୍ୟମନସ୍କ ଜଣାପଡୁଛନ୍ତି । ସତେ ଯେମିତି ତାଙ୍କୁ କହିବା ପାଇଁ ବାଧ୍ୟ କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଆଜିକାଲି ଗର୍ଜନ କରୁଥିବା ଦଳର ତୁଣ୍ଡ ଲେଲିନ୍ ମହାନ୍ତି ନବୀନଙ୍କ ସହ ସାକ୍ଷାତ ଆଲୋଚନା ପ୍ରସଙ୍ଗକୁ ବିଲକୁଲ୍ ଉଠାଇ ନ ଥିଲେ । ଏତିକି କହିଥିଲେ ଯେ, ୨୭ରେ ପଞ୍ଚାୟତ ନିର୍ବାଚନ । ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଲୋକଙ୍କ ଭଲ ପାଇବା ବଳରେ ନବୀନ ବାବୁଙ୍କ ନେତୃତ୍ୱରେ ପୁଣି ଥରେ ୨୯ ମସିହାରେ ବିଜୁ ଜନତା ଦଳର ସରକାର ଆସିବ ।

ସୂଚନାଥାଉକି, ନିକଟରେ ନବୀନ ବାବୁଙ୍କ ଅସୁସ୍ଥତା ବେଳେ ପାଣ୍ଡିଆନଙ୍କର ପୁନଃଆର୍ବିଭାବ ହୋଇଛି । ନବୀନ ବାବୁ ପାଣ୍ଡିଆନଙ୍କ ହାତ ଧରି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବାର ଭିଡିଓ ଯୋଜନାବଦ୍ଧ ଭାବେ ଛଡ଼ା ଯାଇଥିଲା । ନବୀନ ନିବାସରେ ନବୀନ, ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ମେଳରେ ପାଣ୍ଡିଆନ ବସିଥିବାର ଭିଡିଓ ମଧ୍ୟ ବାହାରକୁ ଛଡ଼ାଗଲା । ନବୀନଙ୍କ ପାଇଁ ପାଣ୍ଡିଆନ୍ ଅପରିହାର୍ଯ୍ୟ ବୋଲି ଏଥିରେ ବାର୍ତ୍ତା ଦିଆଗଲା ।

ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ଗ୍ରହଣ କରିବାକୁ ୯୫ ପ୍ରତିଶତ ବିଜେଡି ନେତା ରାଜି ନାହାନ୍ତି । ଗତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସେ ହିଁ ମୁଖ୍ୟ କାରଣ ଏବଂ ତାଙ୍କ ପାଇଁ ନବୀନଙ୍କ କ୍ୟାରିୟର ବରବାଦ ହୋଇଗଲା ବୋଲି ସେମାନଙ୍କର ବିଶ୍ୱାସ । ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଏହି ବ୍ୟକ୍ତିଙ୍କୁ ଗ୍ରହଣ କରିପାରିବେ ନାହିଁ ବୋଲି ସେମାନେ ମନସ୍ଥ କରିଛନ୍ତି । ଖୋଲାଖୋଲି ଭାବେ ସେମାନେ ଅସନ୍ତୋଷ ଜାହିର କରି ବିଦ୍ରୋହର ଆଭାସ ଦେଉଥିବାରୁ ବିଜେଡିର ଅବସ୍ଥା ଆଦୌ ଠିକ୍ ନାହିଁ ।

ଏଭଳି ସମୟରେ ଦଳର ବରିଷ୍ଠ ଓ ଚତୁର ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି । ରାଜନୀତି ମଞ୍ଚରେ ନ ହେଲେ ମଧ୍ୟ ସାହିତ୍ୟ ଓ ସାମ୍ବାଦିକତାର ପ୍ଲାଟଫର୍ମ ଗଢ଼ି ସେ ସତ କହିବାକୁ ବାହାରିଛନ୍ତି ଏବଂ ଗଣତନ୍ତ୍ରରେ ଅନ୍ୟାୟର ପ୍ରତିବାଦ କରିବେ ବୋଲି ଦମ୍ଭ ମାରିଛନ୍ତି । ଅରୁଣଙ୍କର ଏହା ବୈରାଗ୍ୟ ଭାବ ନା ବିଦ୍ରୋହ ଭାବ ତାକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ଗତକାଲି ସଂଧ୍ୟାରେ ତାଙ୍କୁ ନବୀନ ନିବାସ ବାରଣ୍ଡାରେ ଦେଖିବାକୁ ମିଳିଲା ।

ଏହି ଘଟଣାକୁ ନେଇ ରାଜନୈତିକ ପଣ୍ଡିତମାନଙ୍କ ମନରେ ଅନେକ ପ୍ରଶ୍ନ ।

ଅରୁଣଙ୍କ ସମେତ ଅନ୍ୟମାନଙ୍କୁ ନବୀନ ନିବାସକୁ କିଏ ଡାକିଥିଲେ? ନିଜେ ନବୀନ ବାବୁ ଫୋନ୍ କରିଥିଲେ ନାଁ ସାର୍ ଡାକୁଛନ୍ତି କହି ଚିଆଁ ପାଣ୍ଡିଆନ ଫୋନ୍ କରିଥିଲେ? ନବୀନଙ୍କ ସହ ଆଲୋଚନା ପାଇଁ ଏହି ଦଳକୁ କିଏ ବାଛିଥିଲେ । ଏହା ପଛର କ’ଣ ରହସ୍ୟ ଥାଇପାରେ? ନବୀନଙ୍କ ସହ ଆଲୋଚନାର ଫଟୋ ଆସିଲାନି କାହିଁକି?

ସୂଚନାଥାଉକି, ବରିଷ୍ଠ ନେତାଙ୍କ ପାଖକୁ ନବୀନ ନିବାସରୁ ଆଉ ପାଣ୍ଡିଆନଙ୍କ ଫୋନ୍ ଯାଉନାହିଁ । ଫୋନ୍ ଲଗାଇ ନବୀନଙ୍କୁ ଧରାଇ ଦିଆଯାଉଛି । ଫୋନ୍ ଧରାଇବା ବାଲାଙ୍କୁ ଜଣା ଯେ ନବୀନଙ୍କ ଫୋନ୍ କୁ ଅମାନ୍ୟ କରିବାର ତାକତ୍ କୌଣସି ନେତାଙ୍କର ନାହିଁ । ବରିଷ୍ଠ ନେତାମାନଙ୍କୁ ପାଣି ପିଆଇବାର ଏହି ନୂଆ କୌଶଳ ଏବେ ସେମାନଙ୍କୁ ଚିନ୍ତାରେ ପକାଇଛି ।

Previous Post

ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ

Next Post

ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜକୁ ମିଳିଲା ୧୦୦ ଲେଖାଏଁ MBBS ସିଟ୍

Next Post
ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜକୁ  ମିଳିଲା ୧୦୦ ଲେଖାଏଁ  MBBS ସିଟ୍

ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜକୁ ମିଳିଲା ୧୦୦ ଲେଖାଏଁ MBBS ସିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA