Saturday, May 9, 2026 11:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିର ଭୟ ନା ପ୍ରେମ?

ଶ୍ରୀମୟୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଛୁ!!

by Samar Pradhan
20 Sep, 2025- 01:22 AM
in Latest News, News, Politics
1 min read
0
ବିଜେଡିର ଭୟ ନା ପ୍ରେମ?

ଭୁବନେଶ୍ୱର: ଏଇ କିଛି ଦିନ ହେଲା ଓଡ଼ିଶା ମିଡିଆ ପାଇଁ ହଟ୍ କେକ୍ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଦେଖେଇ ହୋଇ ସୋସିଆଲ୍ ମିଡିଆରେ ତାଙ୍କର ପୋଷ୍ଟ ନିଆଁ ଭଳି ବ୍ୟାପି ଯାଉଛି । ଗଣମାଧ୍ୟମରେ ତାହା ମୁଖ୍ୟ ଖବର ହୋଇ ଅବିରତ ବାଜୁଛି । ତଥାକଥିତ ରାଜନୈତିକ ପଣ୍ଡିତମାନଙ୍କୁ ବସାଇ ନିଉଜ୍ ରୁମ୍ ରେ ପ୍ରାଇମ୍ ଟାଇମ୍ ଡିବେଟ୍ ହେଉଛି । ତାଙ୍କ ଲେଖାର ପ୍ରତିଟି ଧାଡ଼ିର ପୋଷ୍ଟମର୍ଟମ କରୁଛନ୍ତି ଏହି ପଣ୍ଡିତମାନେ । ଶେଷରେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବି ତାଙ୍କ ପାଇଁ ଲୁହ ଗଡ଼ାଇଛନ୍ତି । ବିଜେଡି ତାଙ୍କ ପ୍ରତି ଅବିଚାର, ଅନ୍ୟାୟ କରିଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ରାଜନୀତିରେ କ୍ୟାରିୟର କରିବାକୁ ଆସିଥିବା ଯେ କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ । କାରଣ ରାଜନୀତିରେ ରହି ନାଁ କମେଇବା ପାଇଁ ବର୍ଷ ବର୍ଷ ଧରି କଠୋର ପରିଶ୍ରମ ଓ ସାଧନା ଦରକାର । ଲୋକସମ୍ପର୍କରେ ରହିବା ଏବଂ ନିଜର ପ୍ରଚାର ପ୍ରସାର ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ମାତ୍ର କିଛି ଭାଗ୍ୟବାନ ମଣିଷଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ବିନା ସାଧନା ଓ ପରିଶ୍ରମରେ ସେମାନେ ରାତାରାତି ପ୍ରସିଦ୍ଧି ହାସଲ କରନ୍ତି । ମାଗଣାରେ ପ୍ରବଳ ପବ୍ଲିସିଟି ପାଆନ୍ତି । ଏହି ଭାଗ୍ୟବାନ ବର୍ଗର ମଣିଷ ହେଉଛନ୍ତି ଶ୍ରୀମୟୀ ମିଶ୍ର ।

ବିଜେଡି ଗଠନ ହେବା ଦିନଠାରୁ ସଂଗଠନ ପାଇଁ ସମୟ, ଅର୍ଥ ଏବଂ ରକ୍ତ ଦେଇ ଆସୁଥିବା ଅନେକ ସୁଯୋଗ୍ୟ ବ୍ୟକ୍ତି ବିଧାୟକ କି ସାଂସଦ ଟିକେଟ ପାଇବା ତ ଦୂର କଥା । ସାଧାରଣ ସରପଞ୍ଚ , ସମିତି ସଭ୍ୟ କି କର୍ପୋରେଟର ହେବା ପାଇଁ ମଧ୍ୟ ଯୋଗ୍ୟ ହୋଇ ପାରିନାହାନ୍ତି । ବରଂ ସର୍ବସ୍ୱ ହରାଇ ଖତ ହୋଇଯାଇଛନ୍ତି । ମାତ୍ର ଶ୍ରୀମୟୀ ମିଶ୍ର ଏହାର ବ୍ୟତିକ୍ରମ । ରାଜନୀତିରେ ପାଦ ଥାପିବା ଦିନୁଁ ବିନା ପରିଶ୍ରମ, ବିନା ସଂଘର୍ଷରେ ସଫଳତା ତାଙ୍କ ପଛରେ ଗୋଡ଼ାଇଛି । ଅନଙ୍ଗ ଉଦୟ ସିଂହଦେଓଙ୍କ ଭଳି ବିଜେଡି ଭେଟେରାନ୍ ଙ୍କ ସମକକ୍ଷ ଭାବେ ତାଙ୍କୁ ଉପସ୍ଥାପିତ କରାଯାଇଥିଲା । ଏହା ସମ୍ଭବ ହୋଇଥିଲା କେବଳ ନବୀନ ନିବାସରୁ ଅଦୃଶ୍ୟ ଶକ୍ତିଙ୍କ ଆର୍ଶୀବାଦ ଯୋଗୁଁ ।

୨୦୧୯ ରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଆସିବା ପରେ ଶ୍ରୀମୟୀ ମିଶ୍ର ଓଡ଼ିଶା ପର୍ଯ୍ୟଟନ ନିଗମ(ଓଟିଡିସି) ଭଳି ଦୁଧିଆଳି ନିଗମର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ । ୨୦୨୨ ମସିହାରେ ତାଙ୍କୁ ଓଡିଶା ବିଲଡିଂ ଓ ନିର୍ମାଣ ନିଗମର ଅଧ୍ୟକ୍ଷା ପଦକୁ ବଦଳି କରାଯାଇଥିଲା । ସୂଚନାଥାଉକି, ଓଟିଡିସି ଦାୟିତ୍ୱରେ ଥିବା ବେଳେ ତାଙ୍କର ୩୦ ଲକ୍ଷ ଟଙ୍କାର ଗସ୍ତ ଖର୍ଚ୍ଚକୁ ନେଇ ପ୍ରବଳ ହଇଚଇ ହୋଇଥିଲା ।

ତଥାପି, ନବୀନ ନିବାସ ତାଙ୍କ ଉପରେ ଏତେ ପ୍ରୀତ ଥିଲେ ଯେ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ଦେବାକୁ ୬ ମାସ ଆଗରୁ ମନସ୍ଥ କରିଦେଲେ । ଏହି ନିର୍ବାଚନମଣ୍ଡଳୀରେ ସାଢ଼େ ୪ ବର୍ଷ ଧରି ଅରୂପ ପଟ୍ଟନାୟକ ଜନ ସମ୍ପର୍କ ମଜବୁତ କରି ଦ୍ୱିତୀୟ ଥର ପାଇଁ ନିର୍ବାଚନର ସାମନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ ଶ୍ରୀମୟୀଙ୍କର ଆର୍ବିଭାବ ହୋଇଥିଲା । ନବୀନ ନିବାସ ନିଦେ୍ର୍ଦଶରେ ଶ୍ରୀମୟୀଙ୍କୁ ଧରି ବୁଲିଲେ ବିଜେଡିର ଅଧ ଡର୍ଜନ ବିଧାୟକ । ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ଶ୍ରୀମୟୀଙ୍କୁ ଲୋକସଭା ପ୍ରାର୍ଥା ଭାବେ ସାଧାରଣ ସଭା ସମିତିରେ ପରିଚିତ କଲାବେଳେ ଗଦ ଗଦ ହୋଇପଡୁଥିଲେ । ନିର୍ବାଚନର ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା ବିଜେଡି ଇତିହାସରେ ଏହା ପ୍ରଥମ ଘଟଣା ଥିଲା ।

ସେତେବେଳେ ଶ୍ରୀମୟୀଙ୍କ ପତିଆରା, ତାଙ୍କର ଥାଟବାଟ ସମସ୍ତେ ଦେଖିଛନ୍ତି । ତାଙ୍କର ହେବା ବି ସ୍ୱାଭାବିକ । କାରଣ ନବୀନ- ପାଣ୍ଡିଆନଙ୍କ ଶୁଭ ଦୃଷ୍ଟିରେ ରହିବା ପାଇଁ ବିଜେଡିର ଅନେକ ଟିକେଟ ଆଶାୟୀ ନେତା ତାଙ୍କ ଆଗରେ ନଇଁ ପଡୁଥିଲେ । ଶ୍ରୀମୟୀ ଚାହିଁଲେ ଟିକେଟ୍ ପକ୍କା ହୋଇଯିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।

ତେବେ କ’ଣ ହେଲା କେଜାଣି..ଶେଷ ମୁହୁର୍ତ୍ତରେ ରହସ୍ୟଜନକ ଭାବେ ସବୁ ବଦଳିଗଲା । ଶ୍ରୀମୟୀଙ୍କର ନିଜ ଟିକେଟ୍ କଟିଗଲା । ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ୍ ପାଇଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ । ଅପମାନରେ ସେବେଠାରୁ ଶ୍ରୀମୟୀ ବିଜେଡି ରାଜନୀତିରୁ ଗାଏବ ହୋଇଯାଇଛନ୍ତି । ତାଙ୍କର ଦେଖା ଦର୍ଶନ ନାହିଁ । ତେବେ ବି ନବୀନ ନିବାସର ମୋହ ତାଙ୍କ ଉପରୁ ତୁଟି ନ ଥିଲା । ନିକଟରେ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଶ୍ରୀମୟୀ ଏହାକୁ ଗ୍ରହଣ କରିନାହାନ୍ତି କି ସର୍ବସାଧାରଣରେ ଦର୍ଶନ ଦେଇନାହାନ୍ତି । ପ୍ରତିଶୋଧର ନିଆଁରେ ଜଳି ସୋସିଆଲ୍ ମିଡିଆରେ ପୋଷ୍ଟ ପରେ ପୋଷ୍ଟ ଛାଡୁଛନ୍ତି ।

ଯେତେବେଳେ ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବରିଷ୍ଠ ନେତା ଗଣମାଧ୍ୟମରେ ଦୁଇଧାଡ଼ିଆ ଅସନ୍ତୋଷ ବ୍ୟକ୍ତ କରି ବିଜେଡିରୁ ତଡ଼ା ଖାଉଛନ୍ତି ସେତେବେଳେ ସୋସିଆଲ୍ ମିଡିଆରେ ଧୃତରାଷ୍ଟ୍ର, ହସ୍ତିନାପୁର ରାଜା ଏବଂ ଭଣ୍ଡ ସନ୍ୟାସୀ ଉପାଖ୍ୟାନ କରି ନିର୍ବିକାର ଭାବେ ନବୀନ ଏବଂ ପାଣ୍ଡିଆନଙ୍କର ଧଜିଆ ଉଡ଼ାଇ ଚାଲିଛନ୍ତି ଶ୍ରୀମୟୀ ମିଶ୍ର ।

ଖାଲି ପ୍ରଫୁଲ୍ଲ ମଲ୍ଲିକ ନୁହଁନ୍ତି, ନିକଟ ଅତୀତରେ ପାଣ୍ଡିଆନଙ୍କୁ ଯିଏ ଆକ୍ଷେପ କରିଛନ୍ତି ତାଙ୍କୁ ଦଣ୍ଡ ମିଳିଛି । ପ୍ରଭାତ ତ୍ରିପାଠୀଙ୍କ ଭଳି ଭେଟେରାନଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି ।

ଏବେ ପରୋକ୍ଷରେ ହେଲେ ବି ନବୀନ ଏବଂ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଆକ୍ଷେପ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ୍ ମିଡିଆ ଏବଂ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରସାର ସାମଗ୍ରିକ ଭାବେ ବିଜେଡି ପାଇଁ ବେଶୀ କ୍ଷତିକାରକ ହୋଇଛି । ତେବେ ପ୍ରାୟ ୧୫ ଦିନ ଧରି ଏହି ଧାରା ଅବ୍ୟାହତ ଥିଲା ବେଳେ ଶ୍ରୀମୟୀଙ୍କ ଆଚରଣକୁ ବିଶୃଙ୍ଖଳିତ ବୋଲି ହାଇକମାଣ୍ଡ ବିଚାର ନ କରିବା ସମସ୍ତଙ୍କୁ ଚକିତ କରିଛି ।

ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ କେଇ ଜଣ ନାରୀନେତ୍ରୀଙ୍କ ମୁହଁରେ କାଉଣ୍ଟର କରାଯିବା ହାସ୍ୟାସ୍ପଦ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଶ୍ରୀମୟୀଙ୍କ ପ୍ରତି ନବୀନ ନିବାସର ଏହା ଦୁର୍ବଳତା ନା ଡର ବୋଲି ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

 

Previous Post

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

Next Post

ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Next Post
ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA