Wednesday, May 20, 2026 12:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶତପଥୀଙ୍କ ସୁରକ୍ଷା ପାଇଁ ଚାଲ୍!

ଏସସିବି ଅଗ୍ନିକାଣ୍ଡ

by Samar Pradhan
24 Mar, 2026- 08:53 PM
in Latest News, News
1 min read
0
ଶତପଥୀଙ୍କ ସୁରକ୍ଷା ପାଇଁ ଚାଲ୍!

ଭୁବନେଶ୍ୱର: ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଦଳି ଓ ନିଯୁକ୍ତି ତାଲିକା ପ୍ରକାଶ ପାଇଛି । କଟକ ବଡ଼ ଡ଼ାକ୍ତରଖାନା(ଏସସିବି)ର ଏଫଏମଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସସିବି ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଦାୟିତ୍ୱରେ ଥିବା ବିବାଦୀୟ ଡାକ୍ତର ଗୌତମ ଶତପଥୀଙ୍କୁ ନୂଆ ନିଯୁକ୍ତି ଦିଆଯାଇନାହିଁ । ତାଙ୍କୁ ସେଇ ଏସସିବିରେ ରଖିବା ପାଇଁ ଚାଲ୍ ଖେଳା ଯାଇଛି । ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ଦାୟିତ୍ୱରେ ଏସସିବି ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା ମେଡିକାଲ୍ କଲେଜର ଡିନ୍ ଏବଂ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ଜାଗାରେ ଏସସିବି ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ଭାବେ କାହାରିକୁ ନିଯୁକ୍ତି ମିଳିନି । ଏସସିବି ସୁରିଟେଣ୍ଡେଣ୍ଟ ଇନଚାର୍ଜ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଡାକ୍ତର ଗୌତମ ଶତପଥୀ ଏହି ପଦରେ ଥିଲେ । ତାଙ୍କର ପୁରୁଣା ପଦ ଫେରାଇବା ପାଇଁ ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ହଟାଇ ସେହି ଜାଗା ଖାଲି କରାଗଲା ବୋଲି କୁହାଯାଉଛି ।

ଏସସିବି ଅଗ୍ନିକାଣ୍ଡ ଘଟଣାକୁ ୯ ଦିନ ପୂରିଗଲା । କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ୧୩ ଜଣ ରୋଗୀଙ୍କର ମୃତ୍ୟୁ ହେଲା । ମାତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତରଦାୟିତ୍ୱ ନେବାକୁ ରାଜି ନାହାନ୍ତି । ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ୱରୁ ହଟାଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ୪ ଜଣ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ସରକାର ଚୁପ୍ ବସିଗଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ବାଏଁ ବାଏଁ ବାଏଁ ଉଡ଼ାଇ ଚାଲିଛନ୍ତି । ବିରୋଧୀ ଦଳ କିନ୍ତୁ ନଛୋଡ଼ବନ୍ଧା ରହିଛନ୍ତି । ୭ ଦିନ ହେଲା ବିଧାନସଭା ଚଳେଇ ଦେଉନାହାନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଠୋର ହୋଇଛନ୍ତି । ଆଜି ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇ ସେ ପର୍ଯ୍ୟନ୍ତ ବିଧାନସଭାରେ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ।

ନବୀନ କହିଛନ୍ତି, ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୧୩ ଜଣ ରୋଗୀଙ୍କର ଜୀବନ ଯିବାର ୯ ଦିନ ବିତିଯାଇଥିଲେ ମଧ୍ୟ ଜଣେ ବି କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ୍ ପରିଦର୍ଶନରେ ନ ଆସିବା ଦୁଃଖର କଥା । ଆମ ସରକାର ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ପାଇଁ ଏକାଧିକ କେନ୍ଦ୍ରମନ୍ତ୍ରୀ ଆସିଥିଲେ । ଓଡ଼ିଶା ପ୍ରତି କେନ୍ଦ୍ରମନ୍ତ୍ରୀମାନଙ୍କର ଆନ୍ତରିକତାକୁ ଏଥିରୁ ତୁଳନା କରାଯାଇପାରେ । ମୁଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପୁଣି ଦାବି କରୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ବିଧାନସଭାରେ ପ୍ରତିବାଦ ଜାରି ରହିବ ।

ଏସସିବି ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ଯେଭଳି ତତ୍ପର ହେବା କଥା ହୋଇନାହାନ୍ତି । ନୈତିକତାର ଦାୟିତ୍ୱ ଖସାଇ ଦେଇଛନ୍ତି । ଦୁର୍ଭାଗ୍ୟ ଯେ ପ୍ରମୁଖ ଗଣମାଧ୍ୟମ ଏହି ଘଟଣାକୁ ନ୍ୟୁନ କରିଦେଇଛନ୍ତି । ଏତେବଡ଼ ଘଟଣାରେ ଗଣମାଧ୍ୟମ ନିଜ ଦାୟିତ୍ୱକୁ ପାଖେଇ ଦେଇଛି । ମାତ୍ର ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବେ ଅଟଳ । କେବଳ ବିଧାନସଭା ନୁହେଁ, ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମାମଲା ଥାନାକୁ ବି ଯାଇଛି । କଟକ ବିଜେଡି ପକ୍ଷରୁ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ମଙ୍ଗଳାବାଗ ଥାନାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏବଂ ପୂର୍ବତନ ସୁପରି ଟେଣ୍ଡେଣ୍ଟ ଡାକ୍ତର ଗୌତମ ଶତପଥୀଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏହି ଦୁଇଜଣଙ୍କର ଅବହେଳା ପାଇଁ ଏସସିବି ଟ୍ରମା କେୟାରରେ ନିଆଁ ଲାଗି ୧୩ ଜଣ ରୋଗୀଙ୍କର ଜୀବନ ଗଲା ବୋଲି ଦର୍ଶାଯାଇଛି । ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି ।

ତେବେ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦଳର ଚାପ କାଟୁ କରିନାହିଁ । ତାଙ୍କର ଇସ୍ତଫା ଦାବିକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମରୁ ଅଗ୍ରାହ୍ୟ କରିସାରିଛନ୍ତି । ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି କହି ଚାଲଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଅଯୌକ୍ତିକ ବୋଲି ଶାସକ ଦଳର ବିଧାୟକମାନେ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଏସସିବିକୁ ଯାଇ କ’ଣ ନିଆଁ ଲଗାଇ ଦେଇଥିଲେ କି ବୋଲି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ତାତ୍ସଲ୍ୟ କରିଛନ୍ତି । ୨୪ ବର୍ଷର ବିଜେଡି ସରକାରଙ୍କ ବିଫଳତାର ପୁରୁଣା ରେକର୍ଡ ପୁଣି ବଜାଇଛନ୍ତି ।

ଅଗ୍ନିକାଣ୍ଡ ଘଟଣାର ଦୁଇଦିନ ପରେ ରାଜ୍ୟ ସରକାର ୪ ଜଣ ତଳିଆ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ୨୨ ତାରିଖରେ ଯାଇ ସୁପରିଟେଣ୍ଡଣ୍ଟ ଡାକ୍ତର ଗୌତମ ଶତପଥୀଙ୍କୁ ଦାୟିତ୍ୱରେ ହଟାଇଥିଲେ । ତାଙ୍କର ଦାୟିତ୍ୱହୀନତା ପାଇଁ ଏତେବଡ଼ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ସରକାର ତାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କଟକ ଏସସିବି ସୁପରିଟେଣ୍ଡେଣ୍ଟ ପଦ ପାଇଁ ଡାକ୍ତର ଶତପଥୀଙ୍କର ଯୋଗ୍ୟତା ନ ଥିଲେ ମଧ୍ୟ ସରକାର ତାଙ୍କୁ ବେଆଇନ ଭାବରେ ନିଯୁକ୍ତି ଦେଇଥିଲେ । ପ୍ରଥମେ ‘ମିଡ ଡେ ଓଡ଼ିଶା’ ହିଁ ଏହାର ଖୁଲାସା କରିଥିଲା । ପରେ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଥିଲା । ତୃତୀୟ ମହଲାର ଅଭୟ ଆଶୀର୍ବାଦରେ ତାଙ୍କର ମନମାନି ଚାଲିଥିବା ଅଭିଯୋଗ ହୋଇଥିଲା ।

୨୨ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଦଳି ଓ ନିଯୁକ୍ତି ତାଲିକା ପ୍ରକାଶ ପାଇଲା । ଏଥିରେ ଏସସିବିର ଏଫଏମଟି ବିଭାଗର ବିଭାଗୀୟ ମୁଖ୍ୟ ଓ ପ୍ରଫେସର ଡ. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସସିବି ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଡାକ୍ତର ଗୌତମ ଶତପଥୀଙ୍କ ନୂଆ ନିଯୁକ୍ତି ସମ୍ପର୍କରେ କୁହାଯାଇନାହିଁ । ତାଙ୍କୁ ସେଇ ଏସସିବିରେ ରଖିବା ପାଇଁ ଚାଲ୍ ଖେଳାଯାଇଥିବା ଅଭିଯୋଗ ହେଉଛି । ଏସସିବି ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା ମେଡିକାଲ୍ କଲେଜକୁ ବଦଳି ହୋଇଛି । ତାଙ୍କୁ ଡିନ୍ ଏବଂ ଅଧ୍ୟକ୍ଷ ଭାବେ ସେଠାରେ ନିଯୁକ୍ତି ଦିଆଯାଇଛି । ମାତ୍ର ତାଙ୍କ ଜାଗାରେ ଏସସିବି ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ଭାବେ କାହାରିକୁ ନିଯୁକ୍ତି ମିଳିନି । ଏସସିବି ସୁରିଟେଣ୍ଡେଣ୍ଟ ଇନଚାର୍ଜ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଡାକ୍ତର ଗୌତମ ଶତପଥୀ ଏହି ପଦରେ ଥିଲେ । ତାଙ୍କର ପୁରୁଣା ପଦ ଫେରାଇବା ପାଇଁ ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ହଟାଇ ସେହି ଜାଗା ଖାଲି କରାଗଲା ବୋଲି କୁହାଯାଉଛି ।

ଟ୍ରମା କେୟାର ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସେ ଏମବିବିଏସ୍ ଯୋଗ୍ୟତାଧାରୀ ଜଣେ ଜୁନିୟର୍ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରଖାଯାଇଛି । ଅଗ୍ନିକାଣ୍ଡ ଘଟଣାରେ ଦାୟୀ କରାଯାଇ ୪ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡାକ୍ତର ବିଶ୍ୱାଳଙ୍କୁ ସୁରକ୍ଷା ଦିଆଯାଇଛି । ତାଙ୍କୁ ବଦଳି ମଧ୍ୟ କରାଯାଇନି ।

Previous Post

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

Next Post

ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ

Next Post
ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ

ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA