Wednesday, October 21, 2026 05:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡବଲ୍ ଇଞ୍ଜିନକୁ ‘କୋଟିଆ’ ଘାଟା

ନବୀନଙ୍କ ଚିଠି ପରେ ଜେତିଲା ରାଜନୀତି

by Samar Pradhan
20 Oct, 2026- 09:41 PM
in Latest News, News
1 min read
0
ଡବଲ୍ ଇଞ୍ଜିନକୁ ‘କୋଟିଆ’ ଘାଟା

ଭୁୁବନେଶ୍ୱର: ୨୦୨୧ଜାନୁଆରୀ ଓ ଫେବ୍ରୁଆରୀରେ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇଥିଲେ ଆନ୍ଧ୍ର ସରକାର । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଅବମାନନା କେସ୍ କରିଥିଲେ ଓଡ଼ିଶା ସରକାର । ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରହିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟର ଆଦେଶକୁ ମାନି ନାହାନ୍ତି ଆନ୍ଧ୍ରର ତେଲୁଗୁ ଦେଶମ ପାର୍ଟି(ଟିଡିପି) ସରକାର । କୋଟିଆ ଅଞ୍ଚଳରେ ପୁଣି ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି । ଅଥଚ କୋଟିଆର ସୁରକ୍ଷା ପାଇଁ ଡବଲ୍ ଇଞ୍ଜିନ୍ ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ହୋଇଯାଇଛି ପାଣିର ଗାର ।

ଓଡ଼ିଶାର କୋଟିଆରେ ପୁଣି ଆନ୍ଧ୍ର ନିର୍ବାଚନ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଏହି ଅଞ୍ଚଳର ତିନୋଟି ପଞ୍ଚାୟତରେ ନଭେମ୍ବର ୨୮ରେ ପଞ୍ଚାୟତ ଭୋଟ କରିବାକୁ ଯାଉଛନ୍ତି ଆନ୍ଧ୍ର ସରକାର । ଗତକାଲି ଏହାର ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିଲା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବାଦ ବି ନାହିଁ । ଲଢ଼େଇ ଦୂରେ ଥାଉ । ଓଲଟି ବିରୋଧୀ ଦଳଙ୍କ ସହ ଆରୋପ-ପ୍ରତ୍ୟାରୋପର ଲଢ଼େଇରେ ମାତିଛନ୍ତି । ଆନ୍ଧ୍ର ସରକାରଙ୍କଠାରୁ ‘କୋଟିଆ’ ଜବାବ ମାଗିବା ବଦଳରେ ପୂର୍ବ ବିଜେଡି ସରକାରଠୁ ଜବାବ ମାଗି ଉହଁକି ଉଠିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

୨୦୨୪ ସାଧାରଣ ନିର୍ବାଚନରେ କୋଟିଆ ପ୍ରସଙ୍ଗରେ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରି ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ସରକାର ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଥିଲେ । ମୋହନଙ୍କୁ ନବୀନ ପଚାରିଥିବା ଏହି ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କିନ୍ତୁ ଗରମ ହୋଇଯାଇଛନ୍ତି । ବିଜେଡି ସରକାରର ୨୪ ବର୍ଷର ଶାସନକାଳକୁ ସେ କଟାକ୍ଷ କରି କୋଟିଆ ପ୍ରସଙ୍ଗରେ ଖୋଲା ବିତର୍କର ଆହ୍ୱାନ ଦେଇଛନ୍ତି ।

ଯାହାର ମୁହଁତୋଡ଼ ଜବାବ ଦେଇଛି ବିଜେଡି । ୨୦୨୫ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟିର ସୁପାରିଶ କ’ଣ ଥିଲା ଏବଂ ତାହା କୁଆଡ଼େ ଗଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ । ଆନ୍ଧ୍ରରେ ଏବେ ତେଲୁଗୁଦେଶମ୍ ପାର୍ଟିର ସରକାର ଅଛି । ଆଉ ଟିଡିପି ଏନଡିଏର ଏକ ପ୍ରମୁଖ ସହଯୋଗୀ । କେନ୍ଦ୍ରରେ ସଂଖ୍ୟା ଗରିଷ୍ଠ ବଜାୟ ରଖିବା ପାଇଁ ଟିଡିପିର ସହଯୋଗର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଓଡ଼ିଶା ବିଜେପି ସରକାର ନିରବ ରହିଛନ୍ତି ବୋଲି ନବୀନଙ୍କ ଚିଠିକୁ ଦୋହରାଇଛନ୍ତି ଅରୁଣ । କେନ୍ଦ୍ର ସରକାରଙ୍କ ପାଖରେ ଡବଲ ଇଞ୍ଜିନ ଆତ୍ମସମର୍ପଣ କରିଛନ୍ତି ବୋଲି ସେ କହିଛନ୍ତି ।

ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର କହିବାନୁଯାୟୀ, ଦୁଇ ଦଶକରୁ ଅଧିକ ସମୟ କୋଟିଆର ଲୋକମାନେ ଯୋଜନାବଦ୍ଧ ବିକାଶ ମାଧ୍ୟମରେ ନିରନ୍ତର ଧ୍ୟାନ ପାଇଥିଲେ, ଯାହା ସେମାନଙ୍କ ଦୈନନ୍ଦିନ ଜୀବନ ସହିତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ଦୃଢ଼ କରିଥିଲା । ୨୦୦୦ରୁ ୨୦୨୪ ମଧ୍ୟରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା, ପେନସନ୍ ଓ ରାସନ୍ ସୁବିଧା ନିମନ୍ତେ ୧୦୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

କୋଟିଆ ଓ ଓଡ଼ିଶାର ଲୋକେ ରାଜ୍ୟର ଭୌଗଳିକ ଅଖଣ୍ଡତା ଉପରେ କୌଣସି ଆପୋଷକୁ ଗ୍ରହଣ କରିବେ ନାହିଁ । କୋଟିଆ ଓଡ଼ିଶାର, ଏହାର ବାସିନ୍ଦାମାନେ ଓଡ଼ିଆ ଏବଂ ସେମାନଙ୍କ ଅଧିକାରକୁ ଦୃଢ଼ ଓ ବିନା ଦ୍ୱିଧାରେ ବିଜେଡି ରକ୍ଷା କରିବ ବୋଲି କୁହାଯାଇଛି ।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାର ମୁହଁ ଖୋଲିବେ ନାହିଁ । କାରଣ ଟିଡିପି ଯଦି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନିଏ ତେବେ ସରକାର ଭାଙ୍ଗିଯିବ । ତେଣୁ ରାଜ୍ୟ ବିଜେପି ଚୁପ୍ । କଂଗ୍ରେସ କିନ୍ତୁ ଚୁପ୍ ବସିବ ନାହିଁ ବୋଲି ସେ କହିଛନ୍ତି ।

ଗତକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି ପରିପ୍ରେକ୍ଷୀରେ ଆଜି ରାଜସ୍ୱ ମନ୍ତ୍ରୀ ଭିସି ଜରିଆରେ କୋରାପୁଟ ପ୍ରଶାସନ ସହ ବୈଠକ କରିଥିଲେ । କୋଟିଆରେ ଆନ୍ଧ୍ରର ଗତିବିଧି ଉପରେ ନଜର ରଖିବାକୁ ସେ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଆନ୍ଧ୍ର ବିରୋଧରେ ପାଟି ଖୋଲିନାହାନ୍ତି ରାଜସ୍ୱ ମନ୍ତ୍ରୀ ।

Previous Post

କୋଟିଆ ସମ୍ପର୍କରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA