Wednesday, November 11, 2026 11:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଏ ଠିକ୍: ପୂର୍ବତନ ନା ବର୍ତ୍ତମାନ?

ମନୁଷ୍ୟକୃତ ବନାମ ପ୍ରକୃତିକୃତ

by Samar Pradhan
11 Nov, 2026- 08:36 PM
in Latest News, News
1 min read
0
କିଏ ଠିକ୍: ପୂର୍ବତନ ନା ବର୍ତ୍ତମାନ?

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନା ପ୍ରକୃତିକୃତ? ରାଜନୈତିକ ପଶାପାଲିରେ ଏହା ବିତର୍କର ବିଷୟ ହୋଇଛି । ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଭାବେ ଦୀର୍ଘ ଅଭିଜ୍ଞତା ଥିବା ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବନ୍ୟାକୁ ପରୋକ୍ଷରେ ମନୁଷ୍ୟକୃତ ବୋଲି କହିଛନ୍ତି । ମାତ୍ର ତାଙ୍କୁ କାଉଣ୍ଟର କରିଛନ୍ତି ସେହି ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଦୀର୍ଘ ଅଭିଜ୍ଞତା ଥିବା ବର୍ତ୍ତମାନର ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ । ଗଞ୍ଜାମ ବନ୍ୟାକୁ ପ୍ରକୃତିକୃତ ବୋଲି ସେ ସିଧାସଳଖ କହିଛନ୍ତି । ଅପ୍ରତ୍ୟାଶିତ ବର୍ଷା ପାଇଁ ଗଞ୍ଜାମରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି ତାଙ୍କର ଯୁକ୍ତି ।

ଗଞ୍ଜାମ ବନ୍ୟା ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୋସିଆଲ୍ ମିଡିଆ ଜରିଆରେ ଏକ ୨୨ ମିନିଟ୍ ର ଭିଡିଓ ଛାଡ଼ିଥିଲେ । ଗଞ୍ଜାମରେ ବନ୍ୟା ପରିଚାଳନା ଠିକ୍ ଢ଼ଙ୍ଗରେ ହୋଇ ନ ଥିବା ଦର୍ଶାଇ ଏହାକୁ ମନୁଷ୍ୟକୃତ ବୋଲି ଇଙ୍ଗିତ କରିଥିଲେ । ସେ ଦର୍ଶାଇଥିଲେ ଯେ ୨୦୧୩ ଫାଇଲିନ୍ ବେଳେ ନିଜେ ବନ୍ୟା ପରିଚାଳନା ଦାୟିତ୍ୱରେ ଥିଲେ । ସେତେବେଳେ ଗଞ୍ଜାମରେ ଡ୍ୟାମ୍ ଗୁଡ଼ିକରେ ଜଳସ୍ତରର ଉଚ୍ଚତା ୫୦%କୁ ଖସାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ଅତି ପ୍ରବଳ ବର୍ଷାରେ ବି ଡ୍ୟାମ୍ ର ଗେଟ୍ ହଠାତ୍ ଖୋଲିବା ଦରକାର ପଡ଼ି ନ ଥିଲା । ବାତ୍ୟା ଓ ବର୍ଷା ନେଇ ଅକ୍ଟୋବର ୨୩ ତାରିଖରୁ ଆଇଏମଡି ବାରମ୍ବାର ରେଡ୍ ୱାର୍ଣ୍ଣିଂ ଦେଇ ଆସୁଥିଲା । ଘୂର୍ଣ୍ଣିବାତ୍ୟା ମାଡ଼ ହେବାର ଦକ୍ଷିଣ ପାଶ୍ୱର୍ରେ ପ୍ରବଳ ବର୍ଷା ହୋଇଥାଏ । ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରେ ମାଡ଼ ହୋଇଥିଲା ଏବଂ ଏହାର ଦକ୍ଷିଣ ପାଶ୍ୱର୍ରେ ଥିବା ଗଞ୍ଜାମର ସୋରଡ଼ାରେ ୫୦୦ରୁ ଅଧିକ ମିମି ବର୍ଷା ହୋଇଥିଲା । ଅନ୍ୟ ସ୍ଥାନରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଥିଲା ।

ମାତ୍ର ଜଳସମ୍ପଦ ବିଭାଗର ୱେବସାଇଟ କହୁଛି ଯେ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଡ୍ୟାମ୍ ର ଗେଟ୍ ଖୋଲା ଯାଇ ନ ଥିଲା । ପ୍ରାୟ ୬୫ରୁ ୮୦% ପର୍ଯ୍ୟନ୍ତ ପାଣି ଡ୍ୟାମ୍ ରେ ରହିଥିଲା ।

ବର୍ଷା ପୂର୍ବରୁ ଋଷିକୁଲ୍ୟା ନଦୀ ପ୍ରାୟତଃ ଶୁଖିଲା ଥିଲା । ସେଥିରେ ୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ୨୯ ତାରିଖରେ ସେଠାରେ ୧ ଲକ୍ଷ ୩୭ ହଜାର କ୍ୟୁସେକ୍କ୍ ଜଳ ଓ ୩୦ରେ ୧ ଲକ୍ଷ ୪୨ ହଜାର କ୍ୟୁସେକ୍ ପ୍ରବାହିତ ହେଲା । ସେତେବେଳେ ହଠାତ୍ ସବୁ ଡ୍ୟାମ୍ ଖୋଲି ଦିଆଯିବା କାରଣରୁ ଗଞ୍ଜାମରେ ଭୀଷଣ ବନ୍ୟା ହେଲା ।

୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିବା ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟାଞ୍ଚଳ ପରିଦର୍ଶନରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗତକାଲି ଲେଖିଥିବା ଚିଠିରେ ଡବଲ ଇଞ୍ଜିନ ସରକାରଙ୍କ ଚରମ ଅବହେଳା, ମାନବକୃତ ଦୁର୍ଦ୍ଦଶା ଓ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗଞ୍ଜାମ ବନ୍ୟା ପରିସ୍ଥିତି ମୁକାବିଲାରେ ବିଫଳତା ପାଇଁ ସରକାର ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟର ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବ ସରକାରରେ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧୀ ଦଳର ନେତାଙ୍କ ଚିଠିର ଉତ୍ତର ଏ ପର୍ଯ୍ୟନ୍ତ ଦେଇନାହାନ୍ତି । ଆଜି କିନ୍ତୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟ ସଚିବଙ୍କୁ କାଉଣ୍ଟର୍ କରିଛନ୍ତି । ସେମାନଙ୍କର ଯୁକ୍ତି ଠିକ୍ ନୁହେଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି, ଗଞ୍ଜାମର ପାତ୍ରପୁରରେ ଗୋଟେ ଦିନରେ ୫୪୬ ମିମି ବର୍ଷା ହୋଇଥିଲା । ସେଠାରେ ଲଗାତର ତିନି ଦିନ ଧରି ବର୍ଷା ଲଶଗି ରହିଲା । ପ୍ରଥମ ଦିନ ୮୯ ମିମି, ଦ୍ୱିତୀୟ ଦିନ ୫୪୬ ମିମି ଏବଂ ତୃତୀୟ ଦିନ ୧୭୩ ମିମି ବର୍ଷା ହେଲା । ଜିଲ୍ଲାରେ ଅନ୍ୟ ତିନୋଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଥିଲା । ୧୯୯୦ ମସିହାରେ ହୋଇଥିବା ବର୍ଷାଠାରୁ ଏଥରର ବର୍ଷା ପରିମାଣ ଅଧିକ ଥିଲା । ଏପରିକି ୨୦୧୩ ଫାଇଲିନ୍ ବର୍ଷାଠାରୁ ୬୫% ବେଶି ବର୍ଷା ହୋଇଥିଲା । ଫାଇଲିନ୍ ବେଳେ ଗୋଟେ ଦିନ ବର୍ଷା ହୋଇଥିଲା । ଏଥର ଲଗାତର ତିନି ଦିନ ବର୍ଷା ହେଲା ।

ଡ୍ୟାମ ପରିଚାଳନାରେ ତ୍ରୁଟି ଅଭିଯୋଗ ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି ଯେ ଋଷିକୂଲ୍ୟାର କ୍ୟାଚମେଣ୍ଟ ଏରିଆ ୯,୮୦୦ ବର୍ଗକିଲୋମିଟର ଅଛି । ସେ ଭିତରୁ ୮୮୦ ବର୍ଗକିଲୋମିଟର ବା ୧୦% ପାଣି ଡ୍ୟାମ୍ କୁ ଯାଉଛି । ବାକି ୯୦% ଜଳ ନଦୀରେ ଯାଉଛି । ତାହା ଉପରେ କାହାର ନିୟନ୍ତ୍ରଣ ନାହିଁ । ବନ୍ୟା ଅନୁଧ୍ୟାନରେ କେନ୍ଦ୍ରରୁ ଆସିଥିବା ଟିମ୍ ଏହି ସତ୍ୟକୁ ସ୍ୱୀକାର କରିଛନ୍ତି । ଅପ୍ରତ୍ୟାଶିତ ବର୍ଷା ପାଇଁ ଗଞ୍ଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେଇଛନ୍ତି । ସୁତରାଂ ଗଞ୍ଜାମ ବନ୍ୟା ପାଇଁ ସରକାରୀସ୍ତରରେ କୌଣସି ତ୍ରୁଟି ନାହିଁ ।

ମୁଖ୍ୟ ସଚିବଙ୍କର ଏହା ନିଜସ୍ୱ ଅଧ୍ୟୟନ ନା ଉପର ନିଦେ୍ର୍ଦଶ ତାହା ଏଠାରେ ଆଲୋଚନାର ବିଷୟ ନୁହେଁ । ମାତ୍ର ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି କିନ୍ତୁ ସରକାରଙ୍କ ଉପରେ ପ୍ରଭାବ ପକାଇଛି । ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଆଜି ରିଲିଫ୍ ଘୋଷଣା କରାଯାଇଛି । ଏହି ତିନୋଟି ଜିଲ୍ଲାର ସବୁ ବ୍ଲକ୍ ରେ ରିଲିଫ୍ ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଭାବିତ ସବୁ ପରିବାରକୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ମିଳିବ । ଡିବିଟି ଜରିଆରେ ଏହି ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍ ସହ ଏହି ରିଲିଫ୍ ପ୍ରଦାନ କରାଯିବ । ଏହି ତିନି ଜିଲ୍ଲାର ସବୁ ପ୍ରଭାବିତ ପରିବାରକୁ ଚିହ୍ନଟ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Previous Post

ଗଞ୍ଜାମ ବନ୍ୟା ମଣିଷକୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA