Monday, November 23, 2026 08:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତଦନ୍ତ ନିର୍ଦ୍ଦେଶ, ଫସିଗଲେ ମୁଖ୍ୟମନ୍ତ୍ରୀ!

ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ

by Samar Pradhan
23 Nov, 2026- 08:32 PM
in Latest News, News
1 min read
0
ତଦନ୍ତ ନିର୍ଦ୍ଦେଶ, ଫସିଗଲେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର: “ମୋର ବିଦେଶ ଗସ୍ତ ବହୁତ କମ୍ । ଯେତେବେଳେ ବି ଯାଇଛି ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯାଇଛି । ମୁଁ ଓ ମୋର ଅଫିସରମାନଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ସମ୍ପର୍କରେ ମୁଁ ବୁଝି ପାରୁଛି । ଏଭଳି ମିଛ ଅଭିଯୋଗର ଉଚିତ୍ ଜବାବ ଦିଆଯିବ”

– ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ, ଭି କେ ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତକୁ ଏକ ପ୍ରହେଳିକା ବୋଲି କୁହାଯାଉଛି । ସାମାଜିକ କର୍ମୀ ବୋଲାଉଥିବା ମୁଷ୍ଟିମେୟଙ୍କୁ ପ୍ରଥମତଃ ଖୁସି କରିବା ଚକରରେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ପରାମର୍ଶ ଦିଆଯାଇଛି । ଚର୍ଚ୍ଚା ଅନୁଯାୟୀ, ବିଜେପି ସରକାର ଆସିଲା ପରେ ସୂଚନା କମିସନର ପଦବୀକୁ ଆଖେଇଥିଲେ ତଥାକଥିତ ନିର୍ଦ୍ଦିଷ୍ଟ ସାମାଜିକ କର୍ମୀ । ମାତ୍ର ତାହା ନ ମିଳିବାରୁ ନିରାଶ ମନରେ ବିଜେପି ସରକାରଙ୍କଠାରୁ ମିତ୍ରତା ଫେରାଇ ନେଇଥିଲେ । ନବୀନ-ପାଣ୍ଡିଆନଙ୍କର ଆଜନ୍ମ ବିରୋଧୀ ଭାବେ ଜଣାଶୁଣା ଏହି ଗୋଷ୍ଠୀକୁ ନିଜ ସପକ୍ଷରେ ମନେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁଆଡ଼େ ତାଙ୍କର ପରାମର୍ଶଦାତା ବୁଝେଇଛନ୍ତି । ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ହେଲେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଖୁସି ହେବେ, ସାଙ୍ଗକୁ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାର ସହଜ ହେବ ବୋଲି କୁଆଡ଼େ କୁହାଯାଇଛି ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ଜାପାନ ଓ ଇଟାଲୀ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଏହି ସରକାରୀ ଗସ୍ତ ଲୁଚାଛପା ନ ଥିଲା । ଜଣେ ମୁଖ୍ୟମନ୍ତ୍ରୀଙ୍କର ବିଦେଶ ଗସ୍ତ ବେଳେ ଯେତେସବୁ ବିଧି ବ୍ୟବସ୍ଥା ପାଳନ ହେବା କଥା ତାହା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପାଖରେ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ଟିକନିକ୍ ତଥ୍ୟ ମହଜୁଦ୍ ଅଛି । ରାଜ୍ୟ ସରକାରଙ୍କ ପାଖରେ ବି ନିଶ୍ଚିତ ଏହି ତଥ୍ୟ ଥିବ । ଆରଟିଆଇ କର୍ମୀକୁ ସେହି ତଥ୍ୟ କାହିଁକି ଦିଆଯାଇନି ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ । ସୁତରାଂ ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି ବୋଲି କୁହାଯାଉଛି ।

୨୦୨୨ ଜୁନ୍ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ କିଛି ଅଧିକାରୀଙ୍କ ସହ ୬ ଦିନିଆ ଇଟାଲୀ ଗସ୍ତରେ ଯାଇଥିଲେ । ରୋମ୍ ରେ ପହଞ୍ଚିଲା ପରେ ଭାରତୀୟ ରାଷ୍ଟ୍ରଦୂତ ଡ. ନୀନା ମାଲହୋତ୍ରା ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଗସ୍ତରେ ନବୀନ ଭାଟକାନ୍ ସିଟିରେ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବା ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

୨୦୨୩ ଏପ୍ରିଲ୍ ୪ରୁ ୧୧ ପର୍ଯ୍ୟନ୍ତ ଓଡ଼ିଶାର ଏକ ପ୍ରତିନିଧି ଦଳ ସହ ନବୀନ-ପାଣ୍ଡିଆନ ୮ ଦିନିଆ ଜାପାନର ଟୋକିଓ ଗସ୍ତରେ ଯାଇଥିଲେ । ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜ ବିମାନବନ୍ଦରରେ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ସେଠାରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା ।

ନବୀନଙ୍କ ଏହି ବିଦେଶ ଗସ୍ତର ଟିକନିକ୍ ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଉପଲବ୍ଧ । ତେଣୁ ଲୁଚାଛପା ଗସ୍ତର ପ୍ରଶ୍ନ ନାହିଁ ।

ସେହିଭଳି ବିଦେଶରେ ଅବସ୍ଥାପିତ ରାଷ୍ଟ୍ରଦୂତମାନେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବାରୁ ବିନା ସରକାରୀ କାର୍ଯ୍ୟସୂଚୀରେ ସେମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯେ ସ୍ୱାଗତ କରିଥିବେ ତାହା ସମ୍ଭବ ନୁହେଁ । ନବୀନଙ୍କ ଇଟାଲୀ ଓ ବିଦେଶ ଗସ୍ତରେ ସରକାରୀ ସ୍ୱୀକୃତି ଥିବାରୁ ସେଥିରେ ଲୁଚାଛପାର ଅବକାଶ ନ ଥିଲା ।

ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ସମ୍ୟକ ଯାଞ୍ଚ କରିବାର ଆବଶ୍ୟକତା ଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । କାହାରିକୁ ଖୁସି କରାଇବା ହେଉ କି ରାଜନୈତିକ ରୁଟି ସେକିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ସେମାନଙ୍କର ମତ ।

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଚୁପ୍ ରହିନାହାନ୍ତି । ଆଜି ବିଧାନସଭାରୁ ଫେରିଲା ବେଳେ ସାମ୍ବାଦିକମାନେ ଏହି ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ । ନବୀନ କହିଥିଲେ, ମୋର ବିଦେଶ ଗସ୍ତ ବହୁତ କମ୍ । ଯେତେବେଳେ ବି ଯାଇଛି ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯାଇଛି । ମୁଁ ଓ ମୋର ଅଫିସରମାନଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ସମ୍ପର୍କରେ ମୁଁ ବୁଝି ପାରୁଛି । ଏଭଳି ମିଛ ଅଭିଯୋଗର ଉଚିତ୍ ଜବାବ ଦିଆଯିବ ।

Previous Post

ଏକମାତ୍ର ସାହା ନବୀନ-ପାଣ୍ଡିଆନ!

Next Post

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ବନ୍ୟାଞ୍ଚଳ ପରିଦର୍ଶନ

Next Post
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ବନ୍ୟାଞ୍ଚଳ ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ବନ୍ୟାଞ୍ଚଳ ପରିଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA