ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି, ଲକ୍ ଡାଉନ୍ ର ଆବଶ୍ୟକତା ଓ ଏହାର ସୁଫଳ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପ, ରାଜ୍ୟବାସୀଙ୍କ ସହଯୋଗ, ଶୃଙ୍ଖଳା ଯୋଗୁଁ ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ ରହିଛି । ମାତ୍ର ରାଜ୍ୟ ସମ୍ପୂର୍ଣ୍ଣ କରୋନା ସଂକ୍ରମଣ ମୁକ୍ତ ନହେଲା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ, ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ । ଏଥିରେ ଢ଼ିଲା ମାରିଲେ ବିପଦ ବଢ଼ିଯାଇପାରେ । କରୋନା ବିରୋଧରେ ଯୁଦ୍ଧ ଚାଲିଛି, ଆମେ ଜିତିବା । ତାହା ଆଉ କିଛି ଦିନର କଥା ବୋଲି ଶ୍ରୀମତୀ ପଣ୍ଡିତ ଦୃଢ଼ୋକ୍ତି ଦେଖାଇଛନ୍ତି ।
ଶ୍ରୀମତୀ ପଣ୍ଡିତ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ରଖୁଛୁ ।
ଓଡ଼ିଶାରେ ଆକ୍ରାନ୍ତଙ୍କ ହାର ସର୍ବନିମ୍ନ







