ଭୁବନେଶ୍ୱର: କରୋନା ଆକ୍ରାନ୍ତ ୬ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଜାରି କରିଛନ୍ତି ରାଜ୍ୟ ସରକାର । ୬୧ ରୁ ୬୬ ନଂ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୫ ଜଣ କୋଲକତାରୁ ଫେରିଛନ୍ତି । ବାଲେଶ୍ୱରରୁ ଚିହ୍ନଟ ୬୧ ନଂ ଆକ୍ରାନ୍ତ ଝାଡ଼ଖଣ୍ଡ ଯାଇଥିଲେ । ସେ ବାଲେଶ୍ୱରରୁ ଭୁବନେଶ୍ୱର ୫ଟି ହସ୍ପିଟାଲ୍ ୭ ଥର ଯାଇଛନ୍ତି ।
କେସ୍ ନଂ-୬୧: ୫୮ ବର୍ଷର ଏହି ବ୍ୟକ୍ତିଙ୍କ ଘର ବାଲେଶ୍ୱର ଟାଉନ୍ ନେଳିଆବାଗରେ । ମାର୍ଚ୍ଚ ୧୩ ରେ ସେ ଭଡ଼ା ଗାଡ଼ିରେ ଝାଡ଼ଖଣ୍ଡ ଯାଇ ସେଦିନ ଫେରିଥିଲେ । ଏପ୍ରିଲ୍ ୭ ତାରିଖରେ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ ନିଜ ସ୍କୁଟିରେ । ସାଙ୍ଗେ ସାଙ୍ଗେ ଫେରିଥିଲେ । ଏପ୍ରିଲ୍ ୧୩ ରେ ପୁଣି ଯାଇଥିଲେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ । ସେଠାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଆସିଥିଲେ । ଏପ୍ରିଲ୍ ୧୪ରେ ଆପୋଲୋ ହସ୍ପିଟାଲ୍ ରୁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ସେଠାରୁ କିମସ୍ ହସ୍ପିଟାଲ୍ ଯାଇଥିଲେ । ଏପ୍ରିଲ୍ ୧୪ ରୁ ୧୬ ତାରିଖ ଯାଏଁ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇଥିଲେ । ଏପ୍ରିଲ୍ ୧୬ ରେ ଏମସ୍ ରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ୍ ୧୮ ରେ ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ବାହାରିଲା । ସେହିଦିନ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।
କେସ୍ ନଂ-୬୨: ୫୭ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ର ପଦ୍ମପୁର ମାଲକ ସାହିରେ । ମାର୍ଚ୍ଚ ୨୮ ରେ କୋଲକତାରୁ ୩ ଜଣ ସହଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଆସିଥିଲେ ବାସୁଦେବପୁର । ମାର୍ଚ୍ଚ ୨୮ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଏପ୍ରିଲ୍ ୧୫ ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୧୯ ତାରିଖରେ ନମୁନା ଟେଷ୍ଟ ହୋଇ ପଜିଟିଭ୍ ବାହାରିଲା । ଏପ୍ରିଲ୍ ୨୦ ରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଗଲା ।
କେସ୍ ନଂ-୬୩: ୫୮ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବିନାୟକପୁର ଖରିଦାରେ । ଏପ୍ରିଲ୍ ୯ରେ କୋଲକତାରୁ ଏକ ଟ୍ରକ୍ ରେ ଆସିଥିଲେ ବାସୁଦେବପୁର । ଏପ୍ରିଲ୍ ୯ ରୁ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଏପ୍ରିଲ୍ ୧୫ ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୧୯ ରେ କୋଭିଡ୍ ଟେଷ୍ଟ ହୋଇ ପଜିଟିଭ୍ ବାହାରିଲା । ଏପ୍ରିଲ୍ ୨୦ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହେଲେ ।
କେସ୍ ନଂ-୬୪: ୫୫ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ମଟିପକାରେ । ମାର୍ଚ୍ଚ ୨୯ ରେ ୭ ଜଣ ସହଯାତ୍ରୀଙ୍କ ସହ କୋଲକତାରୁ ଏକ ଭଡ଼ା ଗାଡ଼ିରେ ଆସିଥିଲେ ବାସୁଦେବପୁର । ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୧୯ରେ ତାଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ପଜିଟିଭ୍ ବାହାରିବା ପରେ ସେହିଦିନ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ।
କେସ୍ ନଂ-୬୫: ୬୬ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ରାହାଣିଆରେ । ମାର୍ଚ୍ଚ ୨୮ରେ ଅନ୍ୟ ସହାଯାତ୍ରୀଙ୍କ ସହ କୋଲକତାରୁ ଏକ ଭଡ଼ା ଗାଡ଼ିରେ ଆସିଥିଲେ ଭଣ୍ଡାରିପୋଖରୀ । ମାର୍ଚ୍ଚ ୨୮ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଏପ୍ରିଲ୍ ୧୫ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଥିଲେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୧୯ ରେ ତାଙ୍କର କୋଭିଡ୍ ଟେଷ୍ଟ ହୋଇ ପଜିଟିଭ୍ ବାହାରିଲା । ଏପ୍ରିଲ୍ ୨୦ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୬୬: ୪୮ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ କୁଶଗାଡ଼ିଆରେ । ମାର୍ଚ୍ଚ ୨୯ ତାରିଖରେ ୬ ସହଯାତ୍ରୀଙ୍କ ସହ ଏକ ଭଡ଼ାଗାଡ଼ିରେ କୋଲକତାରୁ ଭଣ୍ଡାରିପୋଖରୀ ଆସିଥିଲେ । ମାର୍ଚ୍ଚ ୨୯ ତାରିଖରୁ ଏପ୍ରିଲ୍ ୧୪ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ଥିଲେ । ଏପ୍ରିଲ୍ ୧୫ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍ ରହିଲେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୧୯ରେ କୋଭିଡ୍ ଟେଷ୍ଟ ହୋଇ ପଜିଟିଭ୍ ବାହାରିଥିଲା । ଏପ୍ରିଲ୍ ୨୦ ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।