Tuesday, June 23, 2026 01:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପିସିସିରେ ନିରଞ୍ଜନ ଏବେ ଆଣ୍ଠୁକୁଡା !

by Our Correspondent
24 Jun, 2020- 12:26 PM
in Latest News, News, Politics
1 min read
0
ପିସିସିରେ ନିରଞ୍ଜନ ଏବେ ଆଣ୍ଠୁକୁଡା !
ଭୁବନେଶ୍ୱର: ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବେ ଡ. ସ୍ମୃତିରଂଜନ ଲେଙ୍କାଙ୍କ ନିଯୁକ୍ତି ଗତ ୧୮ ତାରିଖରେ ଘୋଷଣା ହୋଇଥିଲା । ଗତକାଲି ପବିତ୍ର ଘୋଷଯାତ୍ରାରେ ସ୍ମୃତି ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଭବନ ଗଲେ ଦାୟିତ୍ୱ ନେବାକୁ । ଯୁବ କଂଗ୍ରେସ ଭଳି ଦଳର ଏକ ନମ୍ବର ଛାମୁଆ ସଂଗଠନର ନୂଆ ମୁଖିଆ ଦାୟିତ୍ୱ ନେବାକୁ ଯାଉଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଦେଖା ନ ଥିଲା । କଂଗ୍ରେସ ଭବନ ଆଗରେ ପୂର୍ବରୁ ସଜ୍ଜିତ ରହିଥିବା ବିପକ୍ଷ ଗୋଷ୍ଠୀ ଗେଟ୍ ରେ ତାଲା ଠୁଙ୍କି ସ୍ମୃତିଙ୍କ ପ୍ରବେଶକୁ ଅବରୋଧ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହାଁ, ହାତାହାତି ହୋଇଥିଲା । ଖଣ୍ଡା ବୁଲିଲା । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପୁଲିସ ପହଞ୍ଚିଯିବାରୁ ସମ୍ଭବତଃ କିଛି ମୁଣ୍ଡ ରହିଗଲା । ଶେଷରେ ସ୍ମୃତି ଲେଙ୍କାଙ୍କ ସମର୍ଥକମାନେ ଗେଟ୍ ତାଲା ଭାଙ୍ଗି ଭିତରକୁ ଗଲେ ଏବଂ ତାଙ୍କୁ ଯୁବ କଂଗ୍ରେସ ସଭାପତି ଚେୟାର୍ ରେ ବସାଇଲେ ।

ସ୍ମୃତି ଲେଙ୍କାଙ୍କୁ ବିରୋଧ କରିଥିବା ଦଳର ଯୁବଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ବୋଲି କୁହାଯାଉଛି । କାରଣ ସ୍ମୃତି ହେଉଛନ୍ତି ନିରଞ୍ଜନଙ୍କର ଘୋର ବିରୋଧୀ ତଥା ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତିଙ୍କ କ୍ୟାମ୍ପ୍ ର । ପିସିସି କାମଚଳା ସଭାପତି ଦାୟିତ୍ୱରେ ଥିବା ନିରଞ୍ଜନ ବାବୁ ଏବଂ ପିସିସି ପ୍ରଚ୍ଛଦପଟର ଅସଲି ନାୟକ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓରଫ୍ ସୁଲିଆ ତାଙ୍କର ଜଣେ ଦୃଢ଼ ସମର୍ଥକ ନିରଞ୍ଜନ ନାୟକଙ୍କୁ କୁଆଡ଼େ ଯୁବକଂଗ୍ରେସ ସଭାପତି ଆସନରେ ବସାଇବାକୁ ଚାହୁଁଥିଲେ । ଜିତେନ୍ଦ୍ର ସିଂଙ୍କ ମାଧ୍ୟମରେ ସୋନିଆ ଓ ରାହୁଲଙ୍କ ପାଖରେ ଏଥିପାଇଁ ଧୂମ୍ ଲବି କରିଥିଲେ ।
ମାତ୍ର ବାପ-ପୁଅଙ୍କ ଲବି କାମ କଲା ନାହିଁ । ବିରୋଧୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ସମର୍ଥକ ସ୍ମୃତି ଲେଙ୍କାଙ୍କ ନିଯୁକ୍ତିପତ୍ର ବାହାରିଗଲା । ତାହାପୁଣି ଖୋଦ୍ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ । ପଟ୍ଟନାୟକ ବାପ-ପୁଅଙ୍କୁ ଏହା ସ୍ୱାଭାବିକ ଭାବେ ଉତକ୍ଷିପ୍ତ କରିଥିବା ଦଳର ଜଣେ ବରିଷ୍ଠ ନେତାଙ୍କଠାରୁ ଜଣାପଡ଼ିଛି । ବିଶ୍ୱରଞ୍ଜନଙ୍କ ଟୋକା ଯୁବ କଂଗ୍ରେସ ସଭାପତି ଆସନରେ ବସିବାକୁ ବାପ-ପୁଅ କୁଆଡେ ହଜମ କରିନାହାନ୍ତି ।

ପ୍ରତିକ୍ରିୟା ଯାହା ହେଉ ନା କାହିଁକି, ସ୍ମୃତି ଲେଙ୍କାଙ୍କ ନିଯୁକ୍ତି ଓଡ଼ିଶା କଂଗ୍ରେସ ରାଜନୀତି ଓ ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ସଙ୍କେତ ଦେଉଥିବା ରାଜନୈତିକ ସମୀକ୍ଷକଙ୍କ ମତ । ସେମାନଙ୍କ କହିବାନୁଯାୟୀ, ଅତୀତରେ ପିସିସି ସଭାପତି ପଦରୁ ଯାଇ ପୁଣି ଫେରିବା ପରେ ନିରଞ୍ଜନ ନିଜକୁ ଜଣେ ଗ୍ରେଟ୍ ସର୍ଭାଇଭର୍ ଭାବେ ଭାବିନେଇଛନ୍ତି । କାରଣ ଗତ ନିର୍ବାଚନରେ ଟିକେଟ ବଣ୍ଟନରେ ବ୍ୟାପକ ଅନିୟମିତତା ଦର୍ଶାଇ ଦଳର ବହୁ ନେତା ଭୀଷଣ ଅସନ୍ତୁଷ୍ଟ ହୋଇଥିଲେ । ନିରଞ୍ଜନ ବିକ୍ରୀ ହୋଇଯାଇଛନ୍ତି ବୋଲି ସର୍ବସମ୍ମୁଖରେ ଅଭିଯୋଗ କଲେ । ହେଲେ ତାଙ୍କର କିଛି କ୍ଷତି ହେଲା ନାହିଁ । ନିର୍ବାଚନରେ କଂଗ୍ରେସର କେବଳ ଶୋଚନୀୟ ପରାଜୟ ହେଲା ତାହା ନୁହେଁ, ନିରଞ୍ଜନ ନିଜେ ଦୁଇ ଦୁଇଟି ବିଧାନସଭା ଆସନରୁ ହାରିଲେ ଏବଂ ପୁଅ ବାଲେଶ୍ୱର ଲୋକସଭା ଆସନରୁ ଶୋଚନୀୟ ପରାଜିତ ହେଲେ ।
ଲଗାତର ଭାବେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ମଧ୍ୟ ତାଙ୍କ ପଦ ଯାଇ ନାହିଁ । କିଛି ଅଦୃଶ୍ୟ କାରଣରୁ ପିସିସି ସଭାପତି ପଦରୁ ତାଙ୍କୁ ହଟାଇବା ସମ୍ଭବ ନୁହେଁ ବୋଲି ତାଙ୍କର ଧାରଣା । ଦିଲ୍ଲୀରେ ଯଦି ସବୁଠାରୁ କାହାର ଭଲ ନେତା ସମ୍ପର୍କ ଅଛି, ତେବେ ତାହା କେବଳ ମୋର ବୋଲି ନିରଞ୍ଜନ ଏଠି ବିଶ୍ୱାସ ତିଆରି କରିବାରେ ଲାଗିଛନ୍ତି । ଏହି ମେସେଜ୍ କୁ ବାପ-ପୁଅ ଭଲ ଭାବରେ ହ୍ୟାଣ୍ଡଲ୍ କରୁଛନ୍ତି ।
ବାସ୍ତବରେ ନିରଞ୍ଜନ ଯେଉଁ ଛବି ଦେଖାଉଛନ୍ତି ତାହା ଯେ କଳ୍ପନା, ତାହା ଧରାପଡ଼ିସାରିଛି । ଏବେ ସ୍ମୃତି ଲେଙ୍କାଙ୍କ ନିଯୁକ୍ତି ତାହାକୁ ଅଧିକ ସ୍ପଷ୍ଟ କରୁଛି । କଂଗ୍ରେସର ସାଂଗଠନିକ ଦୃଷ୍ଟିକୋଣରୁ ଯୁବ ଉଇଙ୍ଗ୍ ଯେ ସବୁଠାରୁ ଅଧିକ ଶକ୍ତିଶାଳୀ ଏହା ସମସ୍ତେ ସ୍ୱୀକାର କରନ୍ତି । ନବେ ଦଶକରେ ଗୋଟେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସବୁଥିରୁ ହଟାଇ ଦିଆଗଲା । ଦଳରେ ତାଙ୍କର ସ୍ଥିତି ହଜି ଯିବାକୁ ବସିଥିବା ବେଳେ ଲୁଲୁ ମହାପାତ୍ରଙ୍କ ଛାତ୍ର ଓ ଯୁବ ସଂଗଠନ ତାଙ୍କୁ ଉଦ୍ଧାର କରିଥିଲେ । ସାରା ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ଜାନକୀ ବାବୁଙ୍କର ଗ୍ରହଣୀୟତା ଫେରାଇ ଆଣିଥିଲେ । ଫଳସ୍ୱରୂପ ଜାନକୀ ବାବୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ହିଁ ଯୁବ ଓ ଛାତ୍ର କଂଗ୍ରେସ୍ ର ତାକତ୍ ।
ଏହା କହିବାର ଅର୍ଥ ହେଲା ପିସିସି ନେତୃତ୍ୱ ଯିଏ ନିଅନ୍ତୁ ନା କାହିଁକି ଯୁବ କଂଗ୍ରେସର ଶକ୍ତି ବିନା ରାଜ୍ୟରେ କଂଗ୍ରେସ ଉଧେଇବା ସମ୍ଭବ ନୁହେଁ । ସବୁ ପିସିସି ନେତୃତ୍ୱ ଚାହାଁନ୍ତି ଯୁବ ସଂଗଠନ ନିଜ ହାତରେ ରଖିବାକୁ । ମାତ୍ର ଏବେ ନିରଞ୍ଜନ ସେଥିରେ ଫେଲ୍ ହୋଇଛନ୍ତି । ବିରୋଧୀ କ୍ୟାମ୍ପର୍ ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ସେ ଅଟକାଇ ପାରିବାରେ ସକ୍ଷମ ହୋଇନାହାନ୍ତି । ଖୋଦ୍ ସୋନିଆ ଗାନ୍ଧୀଙ୍କ ମୋହର ଥିବାରୁ କଂଗ୍ରେସର ଆଉ କୋଉ ବଡ଼ ନେତା ଚାହିଁଲେ ବି ସେଥିରେ ମୁଣ୍ଡ ଖେଳାଇବାକୁ ସାହାସ କରିପାରିବେ ନାହିଁ ।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ କାମଚଳା ଦାୟିତ୍ୱରେ ଥିଲେ ମଧ୍ୟ ଦଳ ପ୍ରତି ନିଷ୍ଠା ନାହିଁ କି ପତିଆରା ନାହିଁ । ଉଦାହରଣ ଦେଇ ସେ କହିଛନ୍ତି,
(୧) ନିର୍ବାଚନ ହାରିବା ପରେ ନିଜ କାଟତି ରଖିବାକୁ ଜିଲ୍ଲା ସଭାପତି(ଡିସିସି) ପୁନର୍ଗଠନ କରି ନିଜ ଲୋକଙ୍କୁ ରଖିବାକୁ ଉଦ୍ୟମ କରିଥିଲେ । ଏହି କ୍ରମରେ ଏକ ନୂଆ ତାଲିକା ସହ ଏଆଇସିସିକୁ ପ୍ରସ୍ତାବ ପଠାଇଥିଲେ । ମାତ୍ର ହାଇକମାଣ୍ଡ ତାହାକୁ ଗ୍ରହଣ କଲେ ନାହିଁ ।
(୨) ପିସିସି ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କ ପତିଆରା ବଢୁଥିବାରୁ ତାଙ୍କୁ ସହ୍ୟ କରିପାରିନାହାନ୍ତି । ତାଙ୍କୁ ହଟାଇବାକୁ ଏଆଇସିସିକୁ ହାତଲେଖା ପ୍ରସ୍ତାବ ଦେଇଥିଲେ । ୪ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ଏ ପର୍ଯ୍ୟନ୍ତ ପ୍ରସ୍ତାବ ଫାଇଲ୍ କୁ ଏଆଇସିସି ଗ୍ରହଣ କରିନାହିଁ । ସୂଚନାଥାଉକି, ଇତିମଧ୍ୟରେ ନିରଞ୍ଜନ ଏଆଇସିସି ସ୍ୱୀକୃତି ବିନା ଏକ୧୬ ଜଣିଆ ମିଡ଼ିଆ ପ୍ୟାନେଲିଷ୍ଟ ଗଠନ କରିଛନ୍ତି । ଯେଉଁଥିରେ ସତ୍ୟପ୍ରକାଶଙ୍କୁ ବାଦ୍ ଦେଇଛନ୍ତି ।
(୩) ବହୁ ପୂର୍ବରୁ ମହିଳା କଂଗ୍ରେସ ହାତରୁ ଚାଲିଯାଇଛି । ଯେଉଁ ସୁମିତ୍ରା ଜେନାଙ୍କୁ ମହିଳା କଂଗ୍ରେସ ସଭାନେତ୍ରୀ କରିଥିଲେ ନିର୍ବାଚନ ଟିକେଟ ବଣ୍ଟନ ବେଳେ ସେ ନିରଞ୍ଜନଙ୍କ ହାବଭାବରେ ଅତିଷ୍ଠ ହୋଇଗଲେ । ତାଙ୍କର ଚଉଦ ପୁରୁଷ ଉଝାଳି ପଳେଇଲେ । ଇତିମଧ୍ୟରେ ନିରଞ୍ଜନ ମହିଳା କଂଗ୍ରେସ ସଭାନେତ୍ରୀ ପାଇଁ ୩ ଜଣଙ୍କ ନାଁ ଏଆଇସିସିର ଅନୁମୋଦନ ପାଇଁ ପଠାଇଥିଲେ ମଧ୍ୟ ତାହା ମଧ୍ୟ ଗ୍ରହଣ ହୋଇନାହିଁ । ନିରଞ୍ଜନଙ୍କ ପ୍ରସ୍ତାବ ଉପରେ ଭରସା କରିପାରୁନାହାନ୍ତି ହାଇକମାଣ୍ଡ ।ତ୍ତ
(୪) ଇତିଶ୍ ପ୍ରଧାନଙ୍କୁ ହଟାଇବାକୁ ଯାଇ ନିରଞ୍ଜନ ଛାତ୍ର କଂଗ୍ରେସ ସଂଗଠନକୁ ବି ଭାଙ୍ଗିଦେଲେ । ଆଜ୍ଞାଧୀନ ସଂଗଠନ କରିବା ପାଇଁ ପୁଅ ସୁଲିଆ ପଟ୍ଟନାୟକ ଦିଲ୍ଲୀ ନେତାଙ୍କ ଘର ବୁଲୁଥିଲେ ମଧ୍ୟ କେହି ଧରାଛୁଆଁ ଦେଉନାହାନ୍ତି ।
(୫) କଂଗ୍ରେସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉଇଙ୍ଗ୍ ସେବାଦଳର ଏବେ ଅସ୍ଥିତ୍ୱ ନାହିଁ । ସେବାଦଳ ଦାୟିତ୍ୱ ନେଇଥିବା ମନୋଜ ଜେନା ନିରଞ୍ଜନଙ୍କ କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ ହୋଇ ପଳାଇଲେ ।
ଅତଏବ, କଞ୍ଚା ଗାଉଁଲି ଭାଷାରେ ନିରଞ୍ଜନ ପଟ୍ଟନାୟକ ପିସିସିରେ ଏବେ ଆଣ୍ଠୁକୁଡା ହୋଇଯାଇଛନ୍ତି । ଆଣ୍ଠୁକୁଡା ଏଥିପାଇଁ ଯେ ଦଳର କୌଣସି ଛାମୁଆ ସଂଗଠନ ତାଙ୍କ ହାତରେ ନାହାନ୍ତି । ଯେଉଁ ଯୁବ ସଂଗଠନକୁ ଶେଷ ଆଶା କରି ଗୋଟିଚାଳନା କରୁଥିଲେ ତାହା ବିରୋଧୀ କ୍ୟାମ୍ପ୍ କୁ ଚାଲିଯାଇଛି ।
ବସ୍ତୁତଃ ଏବେ ଓଡ଼ିଶା କଂଗ୍ରେସରେ କର୍ପୂର ଅଛି, କନା ନାହିଁ । ପିସିସି ନେତୃତ୍ୱ ଅଛନ୍ତି ହେଲେ ନେତା ନାହାନ୍ତି । ଦୀର୍ଘ ଦୁଇ ଦଶନ୍ଧୀ ଧରି ରସାତଳଗାମୀ ଅବସ୍ଥାରେ ଥିବା କଂଗ୍ରେସ ଉଧେଇବ କ’ଣ ଆହୁରି ଦୁର୍ବଳ ହେବାକୁ ଲାଗିଛି । ଯେମିତିକି ଏବେ ନିରଞ୍ଜନ ପଟ୍ଟନାୟକଙ୍କ ସାଥୀରେ ଗୋଟେ ବି ଛାମୁଆ ସଂଗଠନ ନାହାନ୍ତି । ପୂରା ବଂଶବୁଡ଼ା ଅବସ୍ଥା । ଶକ୍ତିଶାଳୀ ବିଜେଡ଼ି ଓ ବିଜେପି ବିରୋଧରେ ନିରଞ୍ଜନ ଯୁଦ୍ଧ କରିବେ କ’ଣ ନିଜର ସ୍ଥିତି ରକ୍ଷା ପାଇଁ ଦଳ ଭିତରେ ନିଜ ସମର୍ଥକଙ୍କ ଜରିଆରେ ଛାୟା ଯୁଦ୍ଧ କଲେଣି । କଂଗ୍ରେସ ଭବନରେ ଗତକାଲିର ଗଣ୍ଡଗୋଳରୁ ଏହାର ଆଭାସ ମିଳୁଥିବା ଚର୍ଚ୍ଚା ହେଉଛି ।
ଓଡ଼ିଶାରେ କଂଗ୍ରେସ ନେତୃତ୍ୱର କାର୍ଯ୍ୟକଳାପରେ ଦିଲ୍ଲୀ ନେତା ବି ବୀତସ୍ଫୃହା ଥିବାରୁ ଓଡ଼ିଶା ଉପରୁ ଧ୍ୟାନ ହଟାଇ ଦେଇଛନ୍ତି । ଆଗକୁ କ’ଣ ହେବ ତାହା ଅପେକ୍ଷା କରିବାକୁ ପଡ଼ିବ ।
Previous Post

କ୍ରିଷନ୍ କୁମାରଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା

Next Post

ସୁଶାନ୍ତ Vs ସୁକାନ୍ତ

Next Post
ସୁଶାନ୍ତ Vs ସୁକାନ୍ତ

ସୁଶାନ୍ତ Vs ସୁକାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA