Friday, June 26, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ଚିନ୍ତା ବଢ଼ାଇଲା କରୋନା

କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

by Our Correspondent
21 Feb, 2021- 10:30 PM
in Health, Latest News, News
0
ପୁଣି ଚିନ୍ତା ବଢ଼ାଇଲା କରୋନା

ଭୁବନେଶ୍ୱର: କିଛି ରାଜ୍ୟରେ ବଢ଼ି ଚାଲିଥିବା କୋଭିଡ ଜୀବାଣୁର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତାର ବିଷୟ ହୋଇଛି । ଓଡ଼ିଶାରେ ସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଥିଲେ ମଧ୍ୟ ସଂକ୍ରମଣ ଲେଉଟାଣି ନ ହେବ ବୋଲି କହିହେଉନି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଲକଡାଉନ୍ ର ପୁନଃପ୍ରତ୍ୟାବର୍ତ୍ତନ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ପୁନର୍ବାର କଠୋର ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛନ୍ତି । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଜିଲ୍ଲାପାଳ, ଏସପି ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ପାଳନ ଉପରେ ନଜର ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ, ସାନିଟାଇଜର ବ୍ୟବହାର, ବାରମ୍ବାର ହାତ ଧୋଇବାକୁ ନିଶ୍ଚିତ କରାଯିବା ଦରକାର । ସେଥିପାଇଁ ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍ ଯୋଗେ ସଚେତନ କର ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍ ରେ କୋଭିଡ ନିୟମ ପାଳନ ତଦାରଖ ଦାୟିତ୍ୱ ଅନୁଷ୍ଠାନ ମୁଖ୍ୟଙ୍କର ବୋଲି ସେ ଚେତାଇ ଦେଇଛନ୍ତି ।

ବିବାହ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ସଂଖ୍ୟାରୁ ଅଧିକ ବାରଣ କରଯାଇଛି । ଶିକ୍ଷାନୁଷ୍ଠାନରେ ସାନିଟେସନ୍ ସହ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା ସଠିକ୍ ଭାବେ କରିବାକୁ କୁହାଯାଇଛି । କରୋନା ଲକ୍ଷଣ ଅନୁଭବ କଲେ ନିକଟ ସ୍ୱାସ୍ଥ୍ୟକେନ୍ଦ୍ର ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ଲେଖିଛନ୍ତି ଯେ କୋଭିଡ ମହାମାରୀ ବିରୋଧରେ ଏକବର୍ଷ ଧରି ଲଢ଼େଇ କରିବା ପରେ ସଂକ୍ରମଣ ଆମେ ନିୟନ୍ତ୍ରଣକୁ ଆଣିପାରିଛେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପ୍ରତିବନ୍ଧକକୁ ହଟେଇଛନ୍ତି । ସ୍କୁଲ, କଲେଜ ସୀମିତ ସଂଖ୍ୟାରେ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କୋଭିଡ ଗାଇଡଲାଇନ ଯେଭଳି ପାଳନ କରାଯିବା କଥା ହେଉନାହିଁ । ମାତ୍ର କଟକଣା ସମସ୍ତେ ମାନିବାକୁ ବାଧ୍ୟ ।

ସୂଚନାଯୋଗ୍ୟ ୨୪୦ ନୂଆ ଷ୍ଟ୍ରେନ୍ ଚିହ୍ନଟ ସାଙ୍ଗକୁ ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ପୁଣି ଥରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଇଛି ।

Previous Post

ବିଜେପିର ‘ପରୀ’ ଦୋକାନ ବନ୍ଦ !

Next Post

ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

Next Post
ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA