Tuesday, May 12, 2026 02:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିରୁ ଅଧିକ ସମ୍ପତ୍ତି

କେବଳ ରାଜଧାନୀରେ ୪ କୋଠା, ୧୦ ପ୍ଲଟ୍

by Our Correspondent
14 Sep, 2021- 10:56 PM
in Latest News, News
1 min read
0
ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିରୁ ଅଧିକ ସମ୍ପତ୍ତି

ଭୁୁବନେଶ୍ୱର: ଜଣେ ଅଙ୍ଗନବାଡ଼ି କର୍ମୀ(ଦିଦି)ଙ୍କର ସମ୍ପତ୍ତି ତାଜୁବ କଲାଭଳି । ଖୋଦ୍ ରାଜଧାନୀରେ ତାଙ୍କର ଚାରି ଚାରିଟା କୋଠା ଆଉ ୧୦ଟି ପ୍ଲଟ୍ । ଅନ୍ୟ ଜାଗାରେ ବି ୪ ଟି ପ୍ଲଟ୍ ପକେଇଛନ୍ତି । ଭୁବନେଶ୍ୱରରେ ଥିବା ତାଙ୍କ ଘରଗୁଡ଼ିକ ପୁଣି ଏମିତି ଯାହିତାହି ଘର ନୁହଁ । ଗୋଟିଏ ଚାରି ମହଲାର ପ୍ରାସାଦ, ଗୋଟେ ତିନି ମହଲା ପ୍ରସାଦ ଆଉ ଦୁଇଟି ଦ୍ୱିତଳ ପ୍ରାସାଦ । ପାଖରେ ଏକାଧିକ ଗାଡ଼ି ମଟର ଓ ୨୦ ଭରିରୁ ଅଧିକ ସୁନାଗହଣା । ଏଭଳି ଭାବେ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ବନିଛନ୍ତିି ଅଙ୍ଗନବାଡ଼ି ଦିଦି ।

ଏହି ଅଙ୍ଗନବାଡ଼ି ଦିଦି ହେଉଛନ୍ତି କବିତା ମାଥାନ୍ । ଭୁବନେଶ୍ୱର କରୋଡ଼ାକଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କରୁଛନ୍ତି । ମାସକୁ ଦରମା ତାଙ୍କର ସାଢ଼େ ସାତ ହଜାର । ମାତ୍ର କୋଟିପତି ବନିଛନ୍ତି । ଅଚଳାଚଳ ସମ୍ପତ୍ତି ତାଙ୍କର । ତାଙ୍କର ଏହି ବିଶାଳ ସମ୍ପତ୍ତି ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ଭିଜିଲାନସ୍ । ଆଉ ପ୍ରାଥମିକ ଭାବେ ସମ୍ପତ୍ତିର ଉତ୍ସ ଜାଣିବାକୁ ଜାଲ ବିଛାଇଥିଲା । ଅସାଧୁ ଉପାୟରେ ଏହି ସମ୍ପତ୍ତି ଆସିଥିବା ଏକପ୍ରକାର ନିଶ୍ଚିତ ହେଲା ପରେ ଚଢ଼ଉର ଦିନ ସ୍ଥିର କରିଥିଲା ।

ଯୋଜନା ମୁତାବକ, ଆଜି ବଡ଼ି ସକାଳୁ ଭିଜିଲାନସ୍ ର ୬ ଟି ଟିମ୍ ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲେ । ଆଜି ଦିନ ତମାମ ଚଢ଼ାଉ ଚାଲିଥିଲା । ଏହି ଟିମ୍ ରେ ଅନ୍ୟାନ୍ୟଙ୍କ ମଧ୍ୟରେ ୧୦ ଡିଏସପି ଏବଂ ୫ ଇନସପେକ୍ଟର ସାମିଲ ଥିଲେ ।

ଚଢ଼ାଉ ବେଳେ ଅଙ୍ଗନବାଡ଼ି ଦିଦିଙ୍କ ସମ୍ପତ୍ତି ଦେଖି ଭିଜିଲାନସ୍ ଅଧିକାରୀମାନେ ତାଜୁବ ହୋଇଛନ୍ତି । କେବଳ ଭୁବନେଶ୍ୱରରେ ତାଙ୍କର ଚାରି ମହଲା, ତିନି ମହଲା ଓ ଦୁଇ ମହଲାର ୪ ଟି ଅତ୍ୟାଧୁନିକ କୋଠା ରହିଛି । ଭୁବନେଶ୍ୱରର ବିଭିନ୍ନ ଜାଗାରେ ୧୦ ଟି ପ୍ଲଟ୍ ଥିବା ବେଳେ ଜଗତସିଂହପୁରର ତାଳକୁସୁମରେ ତିନୋଟି ପ୍ଲଟ୍ ଏବଂ ଖୋର୍ଦ୍ଧା ବାଲିଅନ୍ତାରେ ଗୋଟିଏ ପ୍ଲଟ୍ ଅଛି ।

ତାଙ୍କ ପାଖରେ ଗୋଟିଏ କାର୍, ତିନୋଟି ମଟର ସାଇକେଲ୍ ଓ ସ୍କୁଟି ଥିବା ବେଳେ ୨୧୨ ଗ୍ରାମର ସୁନାଗହଣା ରଖିଛନ୍ତି । ଗହଣାର ମୂଲ୍ୟ ୬.୩୬ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଚଢ଼ାଉ ବେଳେ ୨.୨ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ କରାଯାଇଛି । ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ଭିଜିଲାନସ୍ ବିଭାଗ ପକ୍ଷରୁ ଖୋଳତାଡ଼ ଚାଲିଛି । ଚଢ଼ାଉ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ଠାବ ହୋଇପାରେ ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଆଜି ଭିଜିଲାନସ୍ ଚଢ଼ାଉ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଅଙ୍ଗନବାଡ଼ି ଦିଦି । କହିଥିଲେ, ମୋ ସ୍ୱାମୀ ବି ଜାଗାବାଡ଼ି ବେପାର କରୁଛନ୍ତି । ଆମେ ଜିରୋରୁ ହୀରୋ ହୋଇଛୁ । ଏଠି ଶାଗଖିଆକୁ ପେଜଖିଆ ସହି ପାରୁନାହାନ୍ତି । ମୋର ଉନ୍ନତିକୁ କିଛି ଲୋକ ସହ୍ୟ କରି ନ ପାରି ଭିଜିଲାନସ୍ କୁ ଲଗେଇଛନ୍ତି । ତେବେ ମୋ ପାଇଁ ଭଗବାନ ଅଛନ୍ତି ବୋଲି ଦିଦି କହିଛନ୍ତି ।

Previous Post

ରାଉରକେଲାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post

ମହାନଦୀରେ ଆସୁଛି ବନ୍ୟା !

Next Post
ମହାନଦୀରେ ଆସୁଛି ବନ୍ୟା !

ମହାନଦୀରେ ଆସୁଛି ବନ୍ୟା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA