Friday, June 26, 2026 04:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁବାବୁଙ୍କ ପୂଣ୍ୟତିଥିରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ସ୍ୱତନ୍ତ୍ର ଅଭିଯାନ ପକ୍ଷ ପାଳନ ପାଇଁ ନିଷ୍ପତ୍ତି

by Our Correspondent
13 Apr, 2022- 09:15 PM
in Latest News
1 min read
0
ବିଜୁବାବୁଙ୍କ ପୂଣ୍ୟତିଥିରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର : ଜନନାୟକ ବିଜୁ ପଟ୍ଟନାୟକଙ୍କର ୨୫ତମ ମହାପ୍ରୟାଣ ଦିବସ ପୁଣ୍ୟତିଥିରେ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁ ଅଭିଯାନ ଆନୁକୂଲ୍ୟରେ ଦଶ ହଜାର ୟୁନିଟ୍ ରକ୍ତ ସଂଗ୍ରହ ସହିତ ଜୀବନବିନ୍ଦୁ ଅଭିଯାନ ପକ୍ଷ ପାଳନ କରି ଗ୍ରୀଷ୍ମର ତରୋଟ ସମୟରେ ସ୍ୱେଚ୍ଛାକୃତ ରକ୍ତଦାନ ଜରିଆରେ ରକ୍ତ ସଂଗ୍ରହ ପାଇଁ ଓଡ଼ିଶା-ମୋ ପରିବାରର କର୍ମକର୍ତ୍ତା ଓ ଜିଲ୍ଲା ସଂଯୋଜକ ମାନଙ୍କର ବୈଠକରେ ନିଷ୍ପତ୍ତି ହୋଇଛି । ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାମାଜିକ ପ୍ରତିବଦ୍ଧତାର ଏହି କାର୍ଯ୍ୟକ୍ରମକୁ ଏହି ଅବସରରେ ଶାଣିତ କରାଯିବ ।

ଓଡ଼ିଶା-ମୋ ପରିବାରର ରାଜ୍ୟ କାର୍ଯ୍ୟାଳୟରେ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ତଥା କାର୍ଯ୍ୟକର୍ତ୍ତା ସାଂସଦ ସୁଜିତ କୁମାର, ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଅନନ୍ତ ନାରାୟଣ ଜେନା, ବିକ୍ରମ ପଣ୍ଡା, ସଦସ୍ୟା ଶ୍ରୀମତୀ ଭାରତୀ ସିଂହ, ସଂପାଦକ (ଓଡ଼ିଶା-ମୋ ପରିବାର) ଦୁର୍ଗା ସାମନ୍ତରାୟ, ଶ୍ରୀମତୀ ମୀରା ପରିଡ଼ା, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ସମୀର ପ୍ରଧାନ, ରୁଦ୍ର ନାରାୟଣ ସାମନ୍ତରାୟ, ଜିଲ୍ଲା ସଂଯୋଜକ ରଂଜନ ବିଶ୍ୱାଳ, ଅଶ୍ୱିନୀ ସୁନ୍ଦରାୟ, ପ୍ରକାଶ ତ୍ରିପାଠୀ ତଥା ଭିସିରେ ଯୋଡ଼ି ହୋଇଥିବା ଜିଲ୍ଲା ସଂଯୋଜକ ମାନଙ୍କ ବୈଠକରେ ଏଥିପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏଥିରେ ସମସ୍ତ ସାଂସଦ, ବିଧାୟକ, ବିଧାୟିକା, ଛାମୁଆ ସଂଗଠନ ଏବଂ ସ୍ୱେଚ୍ଛାସେବୀ ସହଯୋଗୀ ଅନୁଷ୍ଠାନ ମାନଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି ।

ରାଜ୍ୟରେ ରକ୍ତାଭାବରେ କୌଣସି ରୋଗୀ ଯେପରି ଜୀବନ ନହରାନ୍ତୁ, ଏହି ସଂକଳ୍ପ ନେଇ ୨୦୧୫ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସରେ ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅଦ୍ୟାବଧି ଜୀବନବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇ ରାଜ୍ୟର ସମସ୍ତ ରକ୍ତଭଣ୍ଡାରକୁ ଏକ ସିଂହଭାଗ ରକ୍ତ ଯୋଗାଇ ଦିଆଯାଉଅଛି । କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏହା ଧିମେଇ ଯାଇଥିବାରୁ ଏହାକୁ ଆଗେଇ ନେବାପାଇଁ ନିଷ୍ପତ୍ତି ନିଆଯାଇଛି । ବିଜୁବାବୁଙ୍କ ପୁଣ୍ୟତିଥି ପକ୍ଷରେ ସ୍ୱେଚ୍ଛାକୃତ ରକ୍ତସଂଗ୍ରହ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବୋଲି ଓଡ଼ିଶା-ମୋ ପରିବାର ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୭ ତାରିଖରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଏହି ଦିବସକୁ ନିରାଡମ୍ବରଭାବେ ପାଳନ ପୂର୍ବକ ଓଡ଼ିଶା-ମୋ ପରିବାରର ରାଜ୍ୟବାସୀମାନଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତାର ନିର୍ଦ୍ଦେଶନ ସ୍ୱରୁପ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Previous Post

ଅଭୟ ହେଲେ ଷ୍ଟାଫ୍ ସିଲେକ୍ସନ୍ ଅଧ୍ୟକ୍ଷ

Next Post

ନୀଳମାଧବ ମନ୍ଦିରର ହେବ ନବକଳେବର

Next Post
ନୀଳମାଧବ ମନ୍ଦିରର ହେବ ନବକଳେବର

ନୀଳମାଧବ ମନ୍ଦିରର ହେବ ନବକଳେବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA