Thursday, May 14, 2026 08:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ରେକର୍ଡ଼ ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ

୨୦ ମାସରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ୨ ଲକ୍ଷରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ

by Our Correspondent
18 Apr, 2022- 08:20 PM
in Latest News, News
1 min read
0
ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ରେକର୍ଡ଼ ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ

ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
 
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଓଡ଼ିଶା-ମୋ ପରିବାର, ସାରା ରାଜ୍ୟରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରି ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ କରିଛି । ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସରେ ଓଡ଼ିଶା-ମୋ ପରିବାର ତରଫରୁ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୯୬ଟି ସ୍ଥାନରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରାଯାଇ ଉପରୋକ୍ତ ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଛି, ଯାହା ଆମ ରାଜ୍ୟରେ ଗୋଟିଏ ଦିନରେ ରକ୍ତସଂଗ୍ରହ କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ଼ ।

ଉତ୍ସାହିତ ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିଥିଲେ । ବିଭିନ୍ନ ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀମାନେ ଦୁଇଟି ପର୍ଯ୍ୟାୟରେ ଶିବିରକୁ ଆସି ରକ୍ତ ସଂଗ୍ରହ କରିଥିଲେ । ଗଞ୍ଜାମ, ବାଲେଶ୍ୱର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ରାତି ୧୨ଟା ପର୍ଯ୍ୟନ୍ତ ଶିବିର ଚାଲୁ ରହିଥିବାର ଦେଖାଦେଇଛି । ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟ ଥାଲାସେମିଆ ସୋସାଇଟି ମଧ୍ୟ ଆଗକୁ ଆସି ଭୁବନେଶ୍ୱର ଠାରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।

ଏହି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ସହିତ ଗତକାଲି ଜୀବନବିନ୍ଦୁ, ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ସଂଗୃହୀତ ହୋଇଥିବା ମୋଟ ରକ୍ତ ୟୁନିଟ୍ ସଂଖ୍ୟା ୨ ଲକ୍ଷକୁ ଛୁଇଁ ପାରିଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ଅନନ୍ୟ ସେବା ପାଇଁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି। ଗତକାଲିର ବିଶେଷ ଦିବସରେ ପ୍ରଥମ ୩ଟି ଜିଲ୍ଲା ଯଥାକ୍ରମେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ, କଟକରୁ ୯୫୯ ୟୁନିଟ୍ ଏବଂ ବାଲେଶ୍ୱରରୁ ୯୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଓଡ଼ିଶା-ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ ସ୍ୱେଚ୍ଛାସେବୀ ରକ୍ତଦାତା, ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ଏବଂ ସର୍ବୋପରି ବିଭିନ୍ନ ଦଳୀୟ ପଦାଧିକାରୀ ତଥା କର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ଅକୁଣ୍ଠ ସହଯୋଗ କାମନା କରାଯାଇଛି ।

Previous Post

ଭୁବନେଶ୍ୱରକୁ କବଜା କରିନେଲେ ଡ୍ରାଇଭର

Next Post

ଚା’ ଦୋକାନୀ ଶିବଶଙ୍କରଙ୍କ ମହାନତା

Next Post
ଚା’ ଦୋକାନୀ ଶିବଶଙ୍କରଙ୍କ ମହାନତା

ଚା' ଦୋକାନୀ ଶିବଶଙ୍କରଙ୍କ ମହାନତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA