ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଆଜି ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନ କନଭେନସନ୍ ହଲ୍ ରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ବିଧାୟକ ଓ ସାଂସଦମାନେ ଉତ୍ସବରେ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ଉତ୍ସବ ପ୍ରାୟ ୫୦ ମିନିଟ୍ ଧରି ଚାଲିଥିଲା ।
ଶପଥ ଗ୍ରହଣ ଉତ୍ସବର ଦୁଇ ଘଣ୍ଟା ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । କେଉଁ ମନ୍ତ୍ରୀଙ୍କ ହାତରେ କେଉଁ ବିଭାଗ ତାହାର ତାଲିକା ଦିଆଗଲା ।
କ୍ୟାବିନେଟ୍ ମନ୍ତ୍ରୀ
୧.ଜଗନ୍ନାଥ ସାରକା- ଏସଟି/ଏସସି, ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ଏବଂ ଆଇନ
୨.ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର
୩.ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ
୪.ପ୍ରଦୀପ କୁମାର ଅମାତ୍- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ
୫.ଶ୍ରୀମତୀ ପ୍ରମିଳା ମଲ୍ଲିକ- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
୬.ଶ୍ରୀମତୀ ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
୭.ପ୍ରଫୁଲ୍ଲ କୁମାର ମଲ୍ଲିକ- ଇସ୍ପାତ ଏବଂ ଖଣି, ପୂର୍ତ୍ତ
୮.ପ୍ରତାପ କେଶରୀ ଦେବ- ଶିଳ୍ପ, ଏମଏସଏମଇ, ଶକ୍ତି
୯.ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ
୧୦.ନବ କିଶୋର ଦାସ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
୧୧.ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
୧୨.ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ
୧୩. ରାଜେନ୍ଦ୍ର ଢ଼ୋଲକିଆ- ଯୋଜନା ଏବଂ ସଂଯୋଜନା
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧.ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ
୨.ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଅବକାରୀ
୩.ପ୍ରୀତି ରଞ୍ଜନ ଘଡ଼ାଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୪.ଶ୍ରୀକାନ୍ତ ସାହୁ- ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା
୫.ତୁଷାରକାନ୍ତି ବେହେରା- ଇଲେକଟ୍ରୋନିକ୍ସ ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବସେବା
୬.ରୋହିତ ପୂଜାରୀ- ଉଚ୍ଚଶିକ୍ଷା
୭.ଶ୍ରୀମତୀ ରୀତା ସାହୁ- ହସ୍ତତନ୍ତ, ବୟନ ଶିଳ୍ପ
୮.ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ- ମହିଳା/ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି
ରାଷ୍ଟ୍ରମନ୍ତ୍ରୀ
ତୁଷାରକାନ୍ତି ବେହେରା- ଗୃହ