Sunday, May 31, 2026 05:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ବିଜେପିରୁ ଆସ୍ଥା ହରାଇଲେ ବୈଜୟନ୍ତ !

by Our Correspondent
03 Aug, 2022- 09:26 PM
in Latest News, News, Politics
1 min read
0
ଓଡ଼ିଶା ବିଜେପିରୁ ଆସ୍ଥା ହରାଇଲେ ବୈଜୟନ୍ତ !
Spread the love

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଉଛନ୍ତି ବୈଜୟନ୍ତ ପଣ୍ଡା । ଦଳରେ ଯୋଗଦେଲା ପରଠୁ ପ୍ରାୟ ୩ ବର୍ଷ ହେଲା ସେ ଏହି ପଦବୀରେ ଅଛନ୍ତି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଏକଦା ସ୍ୱପ୍ନ ଦେଖୁଥିବା ବୈଜୟନ୍ତ ରାଜ୍ୟ ବିଜେପିଠାରୁ ଏବେ ଆସ୍ଥା ତୁଟାଇ ଦେଇଛନ୍ତି । ତାଙ୍କ ପରିବାରର ମିଡିଆ ହାଉସ୍ ଜରିଆରେ ଏହାର ସଙ୍କେତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦଳର ରାଷ୍ଟ୍ରୀୟ ସ୍ତରରେ ଉଚ୍ଚ ପଦବୀରେ ଥିବା ଜଣେ ନେତାଙ୍କର ନିଜ ରାଜ୍ୟରେ ଦଳ ଉପରେ ଭରସା ନ ରହିବା ସମସ୍ତଙ୍କୁ ବିସ୍ମିତ କରିଛି ।

ଓଡ଼ିଶା ବିଜେପି ପ୍ରତି ବୈଜୟନ୍ତଙ୍କ ବୈରାଗ୍ୟ ଚର୍ଚ୍ଚାର କାରଣ ହେଉଛି ତାଙ୍କ ପାରିବାରିକ ମାଲିକାନା ସଂସ୍ଥାର ଖବର । ସୂଚନାଥାଉକି, ବିରୋଧୀ ଦଳର ନେତା ଭାବେ ଜୟନାରାୟଣ ମିଶ୍ର ଦାୟିତ୍ୱ ନେବା ଦିନ କହିଥିଲେ ଯେ ‘କଂଗ୍ରେସମୁକ୍ତ ଭାରତ’ ଏବଂ ‘ବିଜେଡିମୁକ୍ତ ଓଡ଼ିଶା’ କାର୍ଯ୍ୟକ୍ରମ ଦିଗରେ ଆମେ ଆଗକୁ ବଢ଼ିବୁ । ୨୦୨୪ ରେ ଆମେ କେମିତି ସଂଖ୍ୟାଗରିଷ୍ଠତା ହାସଲ କରିବୁ ସେ ଦିଗରେ କାର୍ଯ୍ୟ କରିବୁ । ତେବେ ପଣ୍ଡା ମିଡିଆ ହାଉସ୍ ଜୟନାରାୟଣଙ୍କ ଏହି ବକ୍ତବ୍ୟକୁ ମନଭରି ତାତ୍ସଲ୍ୟ କରିଛି । ପ୍ରିଟେଷ୍ଟ ଏବଂ ଟେଷ୍ଟ ପରୀକ୍ଷାରେ ଫେଲ୍ ହୋଇଥିବା ପିଲା ବୋର୍ଡ ପରୀକ୍ଷାରେ ୧୦୦ ରୁ ୧୦୦ ନମ୍ବରର ଲକ୍ଷ୍ୟ ରଖିବା ଭଳି କଥା ଇଏ ବୋଲି କୁହାଯାଇଛି ।

୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୟରେ ହୋଇଥିବା ପାଞ୍ଚ ପାଞ୍ଚଟା ଉପନିର୍ବାଚନ ଏବଂ ପୌର ଓ ପଞ୍ଚାୟତ ନିର୍ବାଚନରେ ଲଜ୍ଜାଜନକ ପରାଜୟର ତଥ୍ୟ ଦେଇ ରାଜ୍ୟ ବିଜେପିର ଏହା ଦିବାସ୍ୱପ୍ନ ବୋଲି ଉକ୍ତ ଖବରରେ କୁହାଯାଇଛି । ଗତ ସାଧାରଣ ନିର୍ବାଚନ ବେଳେ ଅମିତ ଶାହା ୧୨୦ ଆସନର ସ୍ୱପ୍ନ ଦେଖାଇଥିବା ମଧ୍ୟ ଏଥିରେ ମନେପକାଇ ଦିଆଯାଇଛି ।

ପଣ୍ଡା ଖବର ସଂସ୍ଥାର ଏହି ଖବରକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ହାଲକାରେ ଗ୍ରହଣ କରିନାହାନ୍ତି । ଓଡ଼ିଶା ବିଜେପି ଉପରେ ବୈଜୟନ୍ତଙ୍କ ମନୋଭାବର ଏହା ପ୍ରତିଫଳନ ବୋଲି କୁହାଯାଉଛି । ପରୋକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁଆଡ଼େ ଏଥିରେ ଟାର୍ଗେଟ୍ କରାଯାଇଛି । ଧର୍ମେନ୍ଦ୍ରଙ୍କ ବିଜେପିକୁ ଲୋକେ ଏଠି ଗ୍ରହଣ କରୁନାହାନ୍ତି କି କରିବେ ନାହିଁ ବୋଲି ବାର୍ତ୍ତା ଦିଆଯାଇଛି ।

ସୂଚନାଥାଉକି, କେନ୍ଦ୍ରାପଡ଼ାରେ ଶୋଚନୀୟ ପରାଜୟ ବରଣ କରିବା ପରଠାରୁ ବୈଜୟନ୍ତ ଓଡ଼ିଶାରେ ଆଉ ସକ୍ରିୟ ନାହାନ୍ତି । କାଁ ଭାଁ ତାଙ୍କୁ ଦେଖିବାକୁ ମିଳୁଛି । ରାଜ୍ୟ ବିଜେପି ସାଂଗଠନିକ କାର୍ଯ୍ୟକଳାପରେ ସେ ସଂପୃକ୍ତ ନାହାନ୍ତି କହିଲେ ଚଳେ । ତାଙ୍କର ଅଧିକାଂଶ ସମୟ ଦିଲ୍ଲୀରେ କଟୁଛି । ଚାରି ଚାରିଟା ଟର୍ମ ସାଂସଦ ମଜା ପାଇଥିବା ବୈଜୟନ୍ତଙ୍କ ଆଖି ସେଇଠି ଲାଖିଥିଲେ ମଧ୍ୟ ବାରମ୍ବାର ନିରାଶ ହେବାକୁ ପଡୁଛି । ନିଜ ପାଇଁ ରାଜ୍ୟସଭା ଆସନ ଖଣ୍ଡେ ଯୋଗାଡ଼ କରିବାର ବିଫଳତା ପାଇଁ ସେ ବେଶୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରୁଛନ୍ତି ।

ଏପଟେ ବୈଜୟନ୍ତଙ୍କ ପାଇଁ ଆଗକୁ ନିର୍ବାଚନମଣ୍ଡଳୀ ଆଶଙ୍କା ବି ରହିଛି । ବିଭିନ୍ନ କାରଣରୁ କେନ୍ଦ୍ରାପଡ଼ାରୁ ଆଉ ପ୍ରାର୍ଥୀ ହେବା ପାଇଁ ସେ ଚାହୁଁ ନାହାନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ବିଜୟ ସମ୍ଭାବନା ଦୃଷ୍ଟିରୁ ଉପକୂଳ ଓଡ଼ିଶା ଛାଡ଼ି ପଶ୍ଚିମ ଓଡ଼ିଶା ଉପରେ ଆଖି ପକାଇଛନ୍ତି । ଏହିକ୍ରମରେ ବରଗଡ଼ ଆସନରୁ ଲଢ଼ିବା ପାଇଁ ସେ ଆଗ୍ରହୀ ଥିବା କୁହାଯାଉଛି । ତେବେ ସେଥିପାଇଁ ଧର୍ମେନ୍ଦ୍ରଙ୍କ ଛଡ଼ା ସୁରେଶ ପୂଜାରୀ ବି ତାଙ୍କ ପାଇଁ କଣ୍ଟା ହୋଇପାରନ୍ତି । ଏହି ସମୀକରଣକୁ ଗୋଳିଆ କରିବା ପାଇଁ ଧର୍ମେନ୍ଦ୍ର-ସୁରେଶ ଲଢ଼େଇ ଷଡ଼ଯନ୍ତ୍ର ରଚାଯାଇଛି । ଶ୍ରୀ ପୂଜାରୀ ବିଜେଡିକୁ ଢ଼ଳିଥିବାର ଚର୍ଚ୍ଚା ପଣ୍ଡା ମିଡିଆ ହାଉସ୍ ରୁ ଆରମ୍ଭ ହେବା ଏହି ଷଡ଼ଯନ୍ତ୍ରକୁ ପଦାରେ ପକାଇଥିବା କୁହାଯାଉଛି । ଏଭଳି ଗୁଜବ ତିଆରି ପଛରେ ତାଙ୍କୁ ବଦନାମ କରିବା ସହ ଧର୍ମେନ୍ଦ୍ର ବିରୋଧୀ ସମୀକରଣ ଥିବାରୁ ଶ୍ରୀ ପୂଜାରୀ ପ୍ରବଳ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି ।

ତେବେ ସେ ଯାହା ହେଉ, କେନ୍ଦ୍ରରେ ପ୍ରଭାବଶାଳୀ ଥିବା ଧର୍ମେନ୍ଦ୍ରଙ୍କ ଦେହରେ ହାତ ମାରିବା ବୈଜୟନ୍ତଙ୍କ ପକ୍ଷରେ ଏବେ ସମ୍ଭବ ହେଉ ନ ଥିବାରୁ ଓଡ଼ିଶାରେ ବିଜେପି ଦୁର୍ବଳତାର ଦ୍ୱାହିରେ ତାଙ୍କୁ ବଦନାମ କରିବା ପାଇଁ ନିଜ ମିଡିଆ ହାଉସ୍ କୁ ଲଗାଇଥିବା ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ର ବିରୋଧୀ ଲଢ଼େଇକୁ ଶକ୍ତିଶାଳୀ କରିବା ପାଇଁ ନେପଥ୍ୟରେ ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ହାତ ମିଳାଇଥିବା ବି କୁହାଯାଉଛି । ଆଗାମୀ ଦିନରେ ଏହି ଲଢ଼େଇ କେତେବାଟ ଯିବ ତାହା ଦେଖିବାକୁ ରାଜନୈତିକ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି ।

Previous Post

ଅରବିନ୍ଦ ପାଢ଼ୀଙ୍କୁ କୃଷି, ଅଶ୍ୱଥିଙ୍କୁ ଗଣଶିକ୍ଷା ବିଭାଗ

Next Post

ବାପୁଜୀନଗରରେ ଅତ୍ୟାଧୁନିକ ବିୟୁଟି ସେଲୁନ୍ ‘ଲାଉଞ୍ଜ ୩୬୦’

Next Post
ବାପୁଜୀନଗରରେ ଅତ୍ୟାଧୁନିକ ବିୟୁଟି ସେଲୁନ୍ ‘ଲାଉଞ୍ଜ ୩୬୦’

ବାପୁଜୀନଗରରେ ଅତ୍ୟାଧୁନିକ ବିୟୁଟି ସେଲୁନ୍ 'ଲାଉଞ୍ଜ ୩୬୦'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA