Friday, June 26, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ

by Our Correspondent
17 Jul, 2023- 09:29 PM
in Latest News, News
1 min read
0
ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ

* ଦେବ୍ରାଜ ଲେଙ୍କା, ନିଗମାନନ୍ଦ ଷଡ଼ଙ୍ଗୀ, ରଞ୍ଜନା ପାଢ଼ୀ ଏବଂ ଯୀଶୁକ୍ରିଷ୍ଣ ଦାସ ପାଇବେ ପୁରସ୍କାର
* ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ତପସ୍ୟା ଫାଉଣ୍ଡେସନ ଫେଲୋସିପ
* ମୋଟ୍ ପୁରସ୍କାର ରାଶି ୧,୧୦,୦୦୦ ଟଙ୍କା

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷିଆନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଜନ ପୁରସ୍କାର-୨୦୨୨’, ଏବଂ ତରୁଣ ଲେଖକ ଯୀଶୁକ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହା ବ୍ୟତୀତ ଏଥର ନୂତନ ଭାବେ ଏକ ଫେଲୋସିପ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଏହି ଫେଲୋସିପ ପ୍ରଦାନ କରାଯିବ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଜୁଲି ମିଶ୍ର।

ବର୍ଷୀୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢୀଙ୍କୁ ସେମାନଙ୍କ ପୁସ୍ତକ ” ଗାଁ ଛାଡ଼ିବୁ ନାହିଁ ” ପାଇଁ ଯୁଗ୍ମ ଭାବେ ପୁରସ୍କୃତ କରାଯିବା ବେଳେ ଯୀଶୁକ୍ରିଷ୍ଣଙ୍କୁ ପୁସ୍ତକ ପ୍ରକାଶିତ ହୋଇନଥିବା ୩୦ ବର୍ଷରୁ କମ୍‌ ବୟସର ଲେଖକ ବର୍ଗରେ ପୁରସ୍କୃତ କରାଯିବ। ଖୁବଶୀଘ୍ର ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ସାହିତ୍ୟିକମାନଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ। ସେହିପରି ଏବର୍ଷ ଠାରୁ ନୂତନ ଭାବେ ତପସ୍ୟା ଫାଉଣ୍ଡେସନ ଫେଲୋସିପ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ଫେଲୋସିପ ପ୍ରଦାନ କରାଯିବ। ” ଭାରତୀୟ ଭକ୍ତି କବିତା” ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ। ଫେଲୋସିପ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଫାଉଣ୍ଡେସନ ଅର୍ଥରେ ଏହି ପ୍ରକଳ୍ପର ପୁସ୍ତକ ପ୍ରକାଶ କରାଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହିତ ପୁରସ୍କୃତ ହେବାକୁ ଥିବା ଲେଖକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିବା ବେଳେ ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଦିଆଯାଇଥିଲା। ଅନ୍ୟପକ୍ଷରେ ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୨୧ ମସିହା ପାଇଁ ବର୍ଷିଷ୍ଠ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଯୁବ ସାହିତ୍ୟିକ ତଥା ସାମ୍ବାଦିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ତରୁଣ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Previous Post

ଓଡ଼ିଶା କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ

Next Post

ଓଏସ୍‌ଏଏମ୍ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର

Next Post
ଓଏସ୍‌ଏଏମ୍ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର

ଓଏସ୍‌ଏଏମ୍ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA