Friday, June 26, 2026 06:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଏସ୍‌ଏଏମ୍ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର

ସମବାୟ ମନ୍ତ୍ରୀଙ୍କ ଶୁଭେଚ୍ଛା

by Our Correspondent
17 Jul, 2023- 09:39 PM
in Latest News, News
1 min read
0
ଓଏସ୍‌ଏଏମ୍ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର

ଭୁବନେଶ୍ୱର: ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି I କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି I

ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଆଗକୁ ବଢୁଛି । ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ, ଇ-ନାମ୍ ହେଉଛି ଏକ ପାନ୍ ଇଣ୍ଡିଆ ଅନଲାଇନ୍ ପ୍ଲାଟଫର୍ମ ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି (କୃଷି ଉତ୍ପାଦନ ବିପ୍ପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡିଶା ସରକାର ଏକ “ନୂତନ ଓଡିଶା, ସଶକ୍ତ ଓଡିଶା” ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳ ସମବାୟ କ୍ଷେତ୍ରରେ ମଧ୍ୟ ଓଡିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍.ଏମ୍.ସିକୁ ଇ-ନାମ୍ ପୋର୍ଟାଲରେ ସଫଳତାର ସହ ଅପ୍ଲୋଡିଂ କରାଯାଇଛି । ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି ।

୨୦୧୭ ରେ ଇ-ନାମ୍ ପ୍ଲାଟଫର୍ମରେ କେବଳ ୧୦ ଟି ଆରଏମସି ଥିବାବେଳେ ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଗୋଟିଏ ପାଦ ଆଗକୁ ବଢି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓ ର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ବର୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇ ପାରିବେ ।

ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତମାନ ବିକଶିତ ହୋଇଛି । ଆଣ୍ଡ୍ର୍ରଏଡ୍ ମୋବାଇଲ୍ ଫୋନ୍ ଥିବା ଜଣେ କୃଷକ ବର୍ତମାନ ଦେଶରେ କାର‌୍ୟ୍ୟ କରୁଥିବା କୃଷି ସାମଗ୍ରୀ ବଜାରକୁ ପ୍ରବେଶ କରାଇପାରିବେ ଏବଂ ନିଜ ଉତ୍ପାଦକୁ ନିଜ ପସନ୍ଦର ମୂଲ୍ୟରେ ନିଜ ଆଙ୍ଗୁଠି ଟିପ୍ ବ୍ୟବହାର କରି ବିକ୍ରି କରିପାରିବେ

ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ନିଜ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି । ଗ୍ରାମ ପଂଚାୟତ ସ୍ତରରେ ଥିବା ଗାଁ ଗହଳର ହାଟ ହେଉଛି ବିଭାଗର ପରବର୍ତୀ ଲକ୍ଷ୍ୟ । ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର / ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍-ସମବାୟ ଉଦ୍ୟମ ଜାରି ରଖିଛି I

ଏହି ପୁରସ୍କାର ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓଏସ୍ଏମ୍ ବୋର୍ଡ ଓ ଟିମ୍ କୋ- ପରେସନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ୫-ଟି ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ୍ ସମାନ ଉତ୍ସାହର ସହ କାର୍ଯ୍ୟ ଜାରି ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Previous Post

ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ

Next Post

5T Secretary continues Deogarh Visit on second day

Next Post
5T Secretary continues Deogarh Visit on second day

5T Secretary continues Deogarh Visit on second day

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA