Friday, June 26, 2026 08:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସିଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ

by Our Correspondent
21 Jul, 2023- 09:25 PM
in Latest News, News
1 min read
0
ଆସିଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’

ଭୁବନେଶ୍ୱର: ‘ମିଶନ ଶକ୍ତି ସ୍କୁଟର ଯୋଜନା’ ନାଁରେ ରାଜ୍ୟ ସରକାର ଆଉ ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘଙ୍କ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍(ସିଏସଏସ) ଏବଂ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟାମାନଙ୍କୁ ଗାଡ଼ି କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଛାଡ଼ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି । ମହିଳା ମାନଙ୍କୁ ସଶକ୍ତ କରିବାରେ ରାଜ୍ୟ ସରକାରଙ୍କ ଏହା ଆଉ ଏକ ଐତିହାସିକ ପଦକ୍ଷେପ ବୋଲି କ୍ୟାବିନେଟ୍ ବ୍ରିଫିଂରେ କୁହାଯାଇଛି ।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନଙ୍କର ବ୍ୟକ୍ତିଗତ ଯାତାୟତକୁ ସୁଗମ କରିବା । ଯୋଗ୍ୟ ସଦସ୍ୟାମାନେ ସେମାନଙ୍କ ମନ ପସନ୍ଦର ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ସେମାନଙ୍କୁ ସମ୍ପୁର୍ଣ୍ଣ ସୁଧ ଫେରସ୍ତ ମିଳିବ ।

ରାଜ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପଞ୍ଚାୟତଠାରୁ ଜିଲ୍ଲା ପର୍ଯ୍ୟନ୍ତ ମହାସଂଘର ସ୍ଥାପନା କରାଯାଇଛି । ମହାସଂଘ ପ୍ରତିନିଧି ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି । ସେହିପରି ୧ ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ, ୱାର୍ଡ, ବ୍ଲକ୍, ସଦର ଏବଂ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଅଛନ୍ତି । ସରକାରଙ୍କ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ରେ ଏମାନେ ଉପକୃତ ହେବେ । ଉକ୍ତ ଯୋଜନା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୨୮.୫୫ କୋଟି ଟଙ୍କାର ବଜେଟ୍ କରାଯାଇଛି ।

ଏହାକୁ ମିଶାଇ ଆଜି ରାଜ୍ୟ କ୍ୟାବିନେଟ୍ ରେ ମୋଟ ୧୭ ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

 

Previous Post

ବର୍ଷାରେ ଭିଜି ଲୋକଙ୍କୁ ଭେଟିଲେ

Next Post

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ

Next Post
ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA