Sunday, June 28, 2026 01:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ପ୍ରଶଂସା କଲେ ଶାହ

ସହଯୋଗ ପାଇଁ ପରଷ୍ପରକୁ ଧନ୍ୟବାଦ ଜଣାଇଲେ

by Our Correspondent
05 Aug, 2023- 09:45 PM
in Latest News, News, Politics
1 min read
0
ନବୀନଙ୍କୁ ପ୍ରଶଂସା କଲେ ଶାହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଢ଼େର୍ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ନକ୍ସଲ ଦମନରେ ରାଜ୍ୟ ସରକାରଙ୍କ ସଫଳତା ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ ନେତା ଗୋଟିଏ ମଞ୍ଚରେ ବସି ଏଭଳି ପ୍ରଶଂସା ଏବଂ ପରଷ୍ପରକୁ ଧନ୍ୟବାଦ ଜଣାଇବା ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ଲୋକସେବା ଭବନର କନଭେନସନ ହଲ୍ ରେ ଆଜି ଆୟୋଜିତ ହୋଇଥିଲା ଭର୍ଚୁଆଲ୍ ଉଦଘାଟନ ପର୍ବ । ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ(୪ ଲେନ୍) ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ଶ୍ରୀ ଶାହ ଏବଂ ଶ୍ରୀ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ନୂଆ ଓଡ଼ିଶାର ରୂପାନ୍ତର ଚିତ୍ର ଉପସ୍ଥାପନ କରିଥିଲେ । ସେଥିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ୱାସ କରୁ । ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି ।

ଶ୍ରୀ ଶାହ ତାଙ୍କ ଭାଷଣରେ ଓଡ଼ିଶା ପ୍ରତି ନରେନ୍ଦ୍ର ମୋଦୀ ସରକାରଙ୍କ ଅବଦାନର ତୁଳନାତ୍ମକ ଚିତ୍ର ରଖିଥିଲେ । ଶେଷରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସେ ଦୁଇଟି ହେଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ନକ୍ସଲ ଦମନ ।

ଶ୍ରୀ ଶାହା କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ଅନ୍ୟମାନଙ୍କ ମାର୍ଗଦର୍ଶକ ସାଜିଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିଛି । ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟ ସାରା ଦେଶକୁ ନୂଆ ରାସ୍ତା ଦେଖାଇଛି । ସେଥିପାଇଁ ରାଜ୍ୟ ସରକାର ଓ ନବୀନ ବାବୁଙ୍କୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ ।

ସେହିଭଳି ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ନିୟନ୍ତ୍ରଣକୁ ଆସିବା ପଛରେ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ ଏବଂ ନବୀନ ସରକାରଙ୍କ ସହଯୋଗ ଅଛି ବୋଲି କହିବା ସହ ସେଥିପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ସାଧାରଣ ନିର୍ବାଚନ ଆଉ କେଇ ମାସ ବାକି ଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦୀ ଦଳ ବିଜେପି ଏବଂ ବିଜେଡିର ସର୍ବୋଚ୍ଚ ନେତା ପରଷ୍ପରକୁ ପ୍ରଶଂସା ଏବଂ ଧନ୍ୟବାଦ ଜଣାଇବା ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ବିଜେପି ଏବଂ ବିଜେଡିର ଏହି ସମ୍ପର୍କ ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ଆଗକୁ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ କରିଛନ୍ତି ।

ରୋଚକ କଥା ହେଉଛି, ଲୋକସେବା ଭବନରେ କାର୍ଯ୍ୟକ୍ରମ ସରିଲା ପରେ ଶ୍ରୀ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ଦଳୀୟ ନେତାଙ୍କ ସହ ତିନିଟି ପର୍ଯ୍ୟାୟରେ ରୁଦ୍ଧଦ୍ୱାର ବୈଠକ କରିଥିଲେ । ରାଜ୍ୟରେ ବିଜେଡି ସହ ଦଳର ସମ୍ପର୍କକୁ ନେଇ ନେତାଙ୍କ ମନରେ ଦ୍ୱନ୍ଦ ଥିବାରୁ ସେ ଏହାକୁ ଦୂର କରିବାକୁ ଚେଷ୍ଟା କରିଥିଲେ । କହିଥିଲେ, ମନରୁ ଦ୍ୱନ୍ଦ ଦୂର କର । ଲଢ଼େଇ ପାଇଁ ପ୍ରସ୍ତୁତ ରୁହ । ବିଜେଡି ସହ ଲଢ଼େଇ ହେବ । ଯାହାକୁ ଯୋଉ କାମ ଦିଆଯାଇଛି ତାକୁ କର ।

ସୂଚନାଯୋଗ୍ୟ, ପାର୍ଲିଆମେଣ୍ଟର ଚଳିତ ଅଧିବେସନ ବେଳେ ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ବିଜେଡି ଖୋଲା ସମର୍ଥନ ଦେଇଛି । ମଣିପୁର ହିଂସା ଘଟଣାରେ ଏନଡିଏ ସରକାରଙ୍କ ବିରୋଧରେ ମିଳିତ ବିରୋଧୀ ଦଳ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦିଲ୍ଲୀ ବିଲ୍ କୁ ସମର୍ଥନ ଦେଇଛି ।

ବିଜେଡିର ଏହି ସମର୍ଥନ ପରିପ୍ରେକ୍ଷୀରେ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ରାଜ୍ୟ କଂଗ୍ରେସ ତାଙ୍କର ଅଚାନକ ଗସ୍ତକୁ କଟାକ୍ଷ କରି ନବୀନ ବାବୁଙ୍କୁ ସେ ଧନ୍ୟବାଦ ଜଣାଇବାକୁ ଓଡ଼ିଶା ଆସିଥିବା କୁହାଯାଇଥିଲା ।

Previous Post

ଭୁୁବନେଶ୍ୱରରେ ଅମିତ ଶାହା

Next Post

5T Secretary visits Balangir District

Next Post
5T Secretary visits Balangir District

5T Secretary visits Balangir District

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA