Saturday, June 27, 2026 09:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜନଜାତିମାନେ ନିଜ ଉପରେ ଗବେଷଣା କରନ୍ତୁ: ଅର୍ଜୁନ ମୁଣ୍ଡା

କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଯାପିତ

by Our Correspondent
13 Aug, 2023- 07:11 PM
in Latest News, News
1 min read
0
ଜନଜାତିମାନେ ନିଜ ଉପରେ ଗବେଷଣା କରନ୍ତୁ: ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟରେ ୯ ତାରିଖରୁ ଚାଲିଥିବା ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଆଜି ଉଦ୍‍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା କ୍ଷେତ୍ରରେ ସମ୍ରାଟ ଅଶୋକଙ୍କ ଭୂମିକା ଓ ଜଗନ୍ନାଥ ସଂସ୍କୃତି ସହ ଜନଜାତି ସମ୍ପ୍ରଦାୟର ନିବିଡ଼ ସମ୍ପର୍କ ନେଇ ଓଡ଼ିଶା ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ସେ କହିଲେ, ବର୍ତ୍ତମାନ ସମୟରେ ଜନଜାତି ନିଜ ଉପରେ ଗବେଷଣା କରି ନିଜକୁ ଜାଣନ୍ତୁ। ଏହା କେବଳ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ। ଆମେ ଯଦି ସେମାନଙ୍କ ନିକଟରେ ଶିକ୍ଷା ପହଞ୍ଚାଇ ଦେବା ତେବେ ସେମାନେ ସେମାନଙ୍କର ସମସ୍ୟା ନିଜେ ସମାଧାନ କରିପାରିବେ।

କିସରେ ବିଶ୍ୱର ସର୍ବବୃହତ ଜନଜାତି ସଂଗ୍ରହାଳୟ ସ୍ଥାପନା ଉପରେ ଶ୍ରୀ ମୁଣ୍ଡା ବକ୍ତବ୍ୟ ରଖି କହିଲେ, କିସରେ ଏକ ବିଶ୍ୱସ୍ତରୀୟ ଜନଜାତି ସଂଗ୍ରହାଳୟ କରିବାକୁ ପ୍ରତିଷ୍ଠା କରିବାକୁ ଆମେ ପ୍ରସ୍ତୁତ। ଏଥିପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କୁ ପ୍ରସ୍ତାବ ଦେଲେ କେନ୍ଦ୍ର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଥିଲେ।

ଏହି ଅବସରରେ ଶ୍ରୀ ମୁଣ୍ଡା କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି କହିଲେ, ଶ୍ରୀ ସାମନ୍ତ ହେଉଛନ୍ତି ବିଶ୍ୱର ସବୁଠାରୁ ଭଲ ଲୋକ। ତାଙ୍କଠାରେ ସମ୍ବେଦନଶୀଳତା ଦେଖିବାକୁ ମିଳିଥାଏ। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଦୃଢ଼ ସଙ୍କଳ୍ପ ମାଧ୍ୟମରେ କିପରି ସମର୍ପିତ ଭାବେ କାର୍ଯ୍ୟ କରାଯାଏ ତାହା ସମସ୍ତଙ୍କ ପାଇଁ ଉଦାହରଣୀୟ ଓ ଅନୁକରଣୀୟ। ଜୀବନ ବିଜ୍ଞାନ ସମ୍ପର୍କରେ ଜାଣିବାକୁ ହେଲେ ଆମକୁ ଜନଜାତିଙ୍କ ସହ ମିଶିବାକୁ ପଡ଼ିବ। ପ୍ରକୃତି ସହ ମିଶି କିଭଳି ବଞ୍ଚିବାକୁ ହୁଏ ତାହା ଜନଜାତିଙ୍କୁ ବେଶ ଜଣା। କାରଣ ପ୍ରକୃତି ବିନା ଆମର ଅସ୍ଥିତ୍ୱ ନାହିଁ।

ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ନୃତତ୍ତ୍ୱ କଂଗ୍ରେସ ଆୟୋଜନ କରିବା ପାଇଁ କିସ୍‍ ହେଉଛି ପ୍ରକୃଷ୍ଠ ସ୍ଥାନ। ସେ ଜାପାନର ଜନୈକ ବିଶିଷ୍ଟ ନୃତତ୍ତ୍ୱବିତ୍‍ଙ୍କ ଉକ୍ତିକୁ ଉଦ୍ଧାର କରି କହିଲେ, କିସ୍‍ ହେଉଛି ବିଶ୍ୱର ସର୍ବବୃହତ ନୃତତ୍ତ୍ୱ ପ୍ରୟୋଗଶାଳା। ଏହା ହେଉଛି ନୃତତ୍ତ୍ୱ ଗବେଷଣା ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ।

କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ତଥା ୟୁନାଇଟେଡ଼୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ୍‍ (ୟୁଆଇଏଏଫ୍‍)ର ସଭାପତି ପ୍ରଫେସର ଦିପକ ବେହେରା କଂଗ୍ରେସ ସମ୍ପର୍କରେ ସୂଚନା ଦେଇ କହିଲେ, ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ କିସ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ୫ଦିନିଆ କଂଗ୍ରେସ୍‍ ମଧ୍ୟରେ ୩୫୦ ଅଧିବେଶନ, ୨୦ ଗୋଲଟେବଲ୍‍ ବୈଠକ, ୨୦ କର୍ମଶାଳା, ୧୨୦୦ ସନ୍ଦର୍ଭ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଭାରତ ସମେତ ସମଗ୍ର ବିଶ୍ୱରୁ ୧୧ଶହ ପ୍ରତିନିଧି ଯୋଗ ଦେଇଥିଲେ।

ଦକ୍ଷିଣ ଆଫ୍ରିକାର କ୍ୱାଜାଲ୍‍ ନାତାଲ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ସ୍କୁଲ୍‍ର ପ୍ରଫେସର ଆନନ୍ଦ ସିଂହ କହିଲେ, କିସରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ସୁଯୋଗ ଯୋଗାଇ ଦିଆଯାଇଛି, ସେଥିପାଇଁ ସେମାନେ ନିଜକୁ ସୌଭାଗ୍ୟ ମନେକରିବା ଉଚିତ।

ବିଶ୍ୱ ନୃତତ୍ତ୍ୱ କଂଗ୍ରେସର ଅଧ୍ୟକ୍ଷ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପି ସି ଯୋଶୀ କହିଲେ, ଏହା ହେଉଛି ସବୁଠାରୁ ସହଜ ଓ ସୁବିଧାରେ ଉପଲବ୍‍ଧ ହୋଇପାରୁଥିବା କଂଗ୍ରେସ। ଏହି କଂଗ୍ରେସରେ ନୃତତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ ଓ ଆଲୋଚନା କରାଯାଇଥିଲା। କିସ୍‍ ବିଶ୍ୱର ଏକ ସୁନ୍ଦର ଅନୁଷ୍ଠାନ। ଏଠାରେ ଜନଜାତି ପରାମର୍ଶଦାତା ପରିଷଦ, ପ୍ରଫେସର ଅଫ୍‍ ପ୍ରାକ୍ଟିସ୍‍ ଭଳି ଅନେକଗୁଡ଼ିଏ ଅନନ୍ୟ ପ୍ରୟାସ ଗ୍ରହଣ କରାଯାଇଛି। ଏଠାରେ ଜନଜାତି ପିଲାମାନଙ୍କ ସାମଗ୍ରିକ ବିକାଶର ଯତ୍ନ ନିଆଯାଇଥାଏ ବୋଲି ସେ କହିଥିଲେ।

ବ୍ରିଟିଶ ଆକାଡେମୀର ଫେଲୋ ପ୍ରଫେସର ଚାର୍ଲୋଟ ଆନ୍ନ ରବର୍ଟସ ଏହି କଂଗ୍ରେସ ବେଶ ଉତ୍ସାହଜନକ ବୋଲି କହିଥିଲେ। ଏହାର ପରିବେଶ ସମସ୍ତଙ୍କୁ ଜାଣିବାକୁ ପାଇଁ ବେଶ ଅନୁକୂଳ ରହିଥିଲା ବୋଲି କହିଥିଲେ। ୟୁନେସ୍କୋ ଚେୟାର ଓ ଅଷ୍ଟ୍ରେଲିଆ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମରେଶ୍ୱର ଗାଲା କହିଲେ, ଏହି କଂଗ୍ରେସ ଜନଜାତିଙ୍କ ସଶକ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଯାହା କି ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ଜିଇଁବାରେ ସାହାଯ୍ୟ କରିବ।

ଶେଷରେ ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜିର ସମ୍ପାଦକ ପ୍ରଫେସର ଏସ୍‍ ଗ୍ରେଗୋରୀ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

5T Secretary continues Mayurbhanj Visit on Second Day

Next Post

ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ସୋଆ ଏବଂ ଟିସିଜିଏଲ୍ଏସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

Next Post
ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ସୋଆ ଏବଂ ଟିସିଜିଏଲ୍ଏସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ସୋଆ ଏବଂ ଟିସିଜିଏଲ୍ଏସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA