Sunday, June 28, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଧିଆ ଭାଇ ନିଶରେ ଖୁସି !

ଓଡ଼ିଶା ବିଜେପିର କ୍ଷମତା ସ୍ୱପ୍ନ

by Our Correspondent
05 Dec, 2023- 01:45 PM
in Latest News, News, Politics
1 min read
0
ମାଧିଆ ଭାଇ ନିଶରେ ଖୁସି !

ଭୁବନେଶ୍ୱର: ଗତ ସପ୍ତାହରେ ୪ଟି ଜାଗାରେ ପୌର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚାରୋଟି ଯାକ ଜାଗାରେ ବିଜେଡି ପ୍ରାର୍ଥୀ ତ ବିଜୟୀ ହୋଇଥିଲେ । ମାତ୍ର ବଡ଼ କଥାଟି ହେଉଛି, ଗଞ୍ଜାମ ଜିଲ୍ଲାର ଚିକିଟି ଏନଏସିର ୱାର୍ଡ ନଂ ୩ ରେ ବିଜେଡି ପ୍ରାର୍ଥୀ ୪୮୪ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ଜମାରୁ ୧୫ ଖଣ୍ଡ ଭୋଟ । ସେହିଭଳି ଜଗତସିଂହପୁର ମ୍ୟୁନିସିପାଲିଟି ୬ ନମ୍ବର ୱାର୍ଡରେ ମାତ୍ର ୨୧ ଖଣ୍ଡ ଭୋଟ ପାଇ ବିଜେପି ତୃତୀୟ ସ୍ଥାନରେ ଥିଲା ।

ଏହି ଦୃଶ୍ୟପଟରେ ବିଜେପି କିନ୍ତୁ ଭାରି ଖୁସି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ସେମାନେ ଜିତିଛନ୍ତି । ଏହି ନ୍ୟାୟରେ ଓଡ଼ିଶାରେ ବି କୁଆଡ଼େ ଅଲବତ୍ ଜିତିବେ । ଏଠି ସରକାର ଗଠନ କରିବେ । ଏହି ବିଶ୍ୱାସକୁ ଧରି ରାଜ୍ୟ ବିଜେପି ନେତାଏ ଏଥର କ୍ଷମତା ଦଖଲ କରିବାର ସ୍ୱପ୍ନକୁ ତାଜା କରିଛନ୍ତି । ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ପ୍ରବଳ ଉତ୍ସାହିତ ହୋଇଯାଇଛନ୍ତି ।

ଶନିବାର ଦିନ ଫଳାଫଳ ଆସିବା କ୍ଷଣି ବିଜୟ ଉତ୍ସବ ପାଳନ କରିବା ପରେ ରବିବାର ଦିନ ରାଜ୍ୟ ସଭାପତି ମନମୋହନ ସାମଲ ଅତର୍ଚ୍ଛିଆ ସାମ୍ବାଦିକ ସମ୍ମିଳନୀ କରି ଭବିଷ୍ୟବାଣୀ ଶୁଣାଇଛନ୍ତି । ୨୦୨୪ ରେ ଓଡ଼ିଶା ରାଜନୀତି ୟୁ ଟର୍ଣ୍ଣ କରିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି । ସେପଟେ କେନ୍ଦ୍ରାପଡ଼ାରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏକ ଦଳୀୟ ସମାବେଶରେ ଯୋଗଦେଇ ଏଥର ଓଡ଼ିଶା ବିଜେପି ସରକାର ଦେଖିବ ବୋଲି ଦମ୍ଭ ଦେଖାଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ।

ଅବଶ୍ୟ ବିଜେପି ନେତାଙ୍କ ଏହି ସ୍ୱପ୍ନକୁ ଦିବାସ୍ୱପ୍ନ କହି କଟାକ୍ଷ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, ଅନ୍ୟ ରାଜ୍ୟ ନିର୍ବାଚନ ଫଳାଫଳର ଓଡ଼ିଶାରେ କୌଣସି ପ୍ରଭାବ ନାହିଁ । ଏଠି କେବଳ ନବୀନ ମଡେଲ ଚାଲେ । ବିକାଶର ମଡେଲ ହେଉଛି ନବୀନ ମଡେଲ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଉଲ୍ଲେଖଥାଉକି, ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିଲା । ଆଉ ତିନୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ମୋଦୀ ସରକାର ଓ କେନ୍ଦ୍ରୀୟ ବିଜେପିକୁ ନିଶ୍ଚିତ ଭାବେ ଉଲ୍ଲସିତ କରିଛି । ଏହି ଧାରାରେ ଓଡ଼ିଶା ବିଜେପି ନେତା ସାମିଲ ହୋଇ ଅତ୍ୟଧିକ ଉତ୍ସାହିତ ହୋଇଛନ୍ତି । ହବା ବି ସ୍ୱାଭାବିକ । କର୍ମୀଙ୍କ ମନୋବଳକୁ ବଢ଼ାଇବାର ଏହା ଗୋଟିଏ ଭଲ ସୁଯୋଗ । ତେବେ ନିଜର ନିଶ ନ ଥାଇ ମାଧିଆ ଭାଇ ନିଶରେ ଖୁସି ହେଲେ ଯେଉଁ ଅବସ୍ଥା, ଓଡ଼ିଶା ବିଜେପି ନେତାଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ରାଜସ୍ଥାନ, ମଧ୍ୟପ୍ରଦେଶ କି ଛତିଶଗଡ଼ ସାଙ୍ଗରେ ଓଡ଼ିଶା ରାଜନୀତିକୁ ବର୍ତ୍ତମାନ ସ୍ଥିତିରେ ତୁଳନା କରିବା ଠିକ୍ ହେବ ନାହିଁ । କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଯେମିତି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତାହାଠାରୁ ଅଧିକ ପଛେ କମ ନୁହେଁ । ଲଗାତର ପାଞ୍ଚ ଥର ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ତାଙ୍କର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିନାହିଁ କି ଲୋକପ୍ରିୟତା କମିନାହିଁ । ତାଙ୍କର ଦୃଢ଼ ନେତୃତ୍ୱ ଦଳକୁ ସୁଂଗଠିତ କରି ରଖିଛି । ନବୀନଙ୍କ ଆଶୀର୍ବାଦରେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ କାର୍ତ୍ତିକ ପାଣ୍ଡିଆନଙ୍କ ନୂତନ ଅବତାର ବିଜେଡି ନେତା ଓ କର୍ମୀଙ୍କ ମନବଳକୁ ଆହୁରି ସୁଦୃଢ଼ କରିଛି । ବିଜେଡି ନେତାଙ୍କୁ ଉତ୍ତର ଦାୟିତ୍ୱ ବଣ୍ଟା ଦିଆଯାଇଥିବାରୁ ସେମାନେ ନିଜ ନିଜ ଅଞ୍ଚଳରେ ଲୋକଙ୍କ ସହ ଯୋଡି ହେବାରେ ଦିନରାତି ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି ।

ମାତ୍ର ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିର ସେଭଳି ଆଖିଦୃଶିଆ ସାଂଗଠନିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । ଲୋକଙ୍କ ସହ ଯୋଡି ହେବାର ସଂକଳ୍ପ ପ୍ରଚାରରେ ସୀମିତ ରହିଯାଇଛି । ଦଳର ଆଗଧାଡ଼ିର ନେତାମାନେ କେବଳ ଭୁବନେଶ୍ୱର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳୁଛନ୍ତି । ଟିଭିରେ ମୁହଁ ଦେଖାଇ ସେମାନେ ଖୁସି ମନୋଉଛନ୍ତି । ତୃଣମୂଳସ୍ତରକୁ ଯାଇ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପୂର୍ବରୁ ଲାଗି ରହିଥିବା ଏହି ଧାରାରେ ବ୍ରେକ୍ ଲାଗୁନାହିଁ । ମୋଦୀଙ୍କ ଭରସାରେ ରାଜ୍ୟ ନେତା ଅଟକି ଯାଇଛନ୍ତି ।

ରାଜ୍ୟର ବିଜେପି ନେତାଙ୍କ ମଧ୍ୟରେ ଏକତା ନଥିବାରୁ କାର୍ଯ୍ୟକ୍ରମ ଓ ସମନ୍ୱୟର ଘୋର ଅଭାବ ରହିଛି । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚ୍ଛଦପଟରେ ରହି ରାଜ୍ୟ ବିଜେପିକୁ ପରିଚାଳନା କରୁଥିଲେ । ନବୀନ ପଟ୍ଟନାୟକଙ୍କର ବିକଳ୍ପ ଭାବେ ତାଙ୍କୁ ଉପସ୍ଥାପିତ କରାଯାଉଥିଲା । ମାତ୍ର ସବୁ ନେତାଙ୍କୁ ସାଙ୍ଗରେ ନେଇ ନ ପାରିବା ତାଙ୍କ ନେତୃତ୍ୱକୁ ନିଷ୍ପ୍ରଭ କରିଦେଲା । ବିଜେଡିରେ ତାଙ୍କର ଯେତିକି ଶତ୍ରୁ ନାହାନ୍ତି ନିଜ ଦଳରେ ଅଧିକ ଶତ୍ରୁ ସୃଷ୍ଟି କରିଛନ୍ତି । ଦଳରେ ସେ ଗ୍ରହଣୀୟ ହୋଇପାରିନାହାନ୍ତି ।

ଫଳସ୍ୱରୂପ ୨୦୧୯ ନିର୍ବାଚନ ପରଠୁ ରାଜ୍ୟ ବିଜେପିରେ ନେତୃତ୍ୱ ସଙ୍କଟ ଦେଖିବାକୁ ମିଳୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରୁ ନିଜକୁ ପୃଥକ୍ କରି ସମାନ୍ତରାଳ ସଂଗଠନ ଜରିଆରେ ମୁଖ୍ୟମନ୍ତ୍ରୀ ଦାବିଦାର ବନି ଯାଇଛନ୍ତି । ମନମୋହନ ସାମଲ ରାଜ୍ୟ ସଭାପତି ଦାୟିତ୍ୱ ପାଇଲା ପରେ ସମସ୍ତଙ୍କୁ ଏକାଠି ନେଇ ଚାଲିବେ ବୋଲି ଦୃଢ଼ତା ଦେଖାଇଥିଲେ ମଧ୍ୟ ସେଥିରେ ସଫଳ ହୋଇପାରିନାହାନ୍ତି । ରାଜ୍ୟ ସଂଗଠନ ସୁଦୃଢ଼ କରିବାକୁ ହାଇକମାଣ୍ଡ ସୁନୀଲ ବଂଶଲଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇ ଓଡ଼ିଶା ପଠାଇଥିଲେ ମଧ୍ୟ ସେ ଏଠିକା ଅବସ୍ଥା ଦେଖି ଅଧାରୁ ପଳାଇଛନ୍ତି ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି-ବିଜେପି ସମ୍ପର୍କକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଘୋର ଦ୍ୱନ୍ଦ ବିଜେପିକୁ ଅଧିକ କ୍ଷତିଗ୍ରସ୍ତ କରିଛି । ସଂସଦୀୟ ମାମଲାରେ ମୋଦୀ ସରକାରଙ୍କୁ ନବୀନ ସରକାରଙ୍କ ସମର୍ଥନ ରହୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ନବୀନଙ୍କୁ ମୋଦୀଙ୍କ ପ୍ରଶଂସା ଦେଖିବାକୁ ମିଳୁଛି । ନବୀନଙ୍କ ଲୋକପ୍ରିୟତା ଦୃଷ୍ଟିରୁ ଓଡ଼ିଶାରେ ବିଜେପି ଏବେ ଉଧେଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ୱ ହୃଦୟଙ୍ଗମ କରିଥିବାରୁ ଓଡ଼ିଶା ଉପରୁ ସେମାନେ ଫୋକସ୍ ହଟାଇ ଦେଇଥିବା ଖୋଦ୍ ଦଳୀୟ ନେତାମାନେ ସ୍ୱୀକାର କରୁଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିର ସ୍ୱାର୍ଥ ଦୃଷ୍ଟିରୁ ପରଷ୍ପର ନିକଟତର ହୋଇଥିବା ଲୋକଙ୍କ ମନର ଧାରଣା ଅଧିକରୁ ଅଧିକ ଦୃଢ଼ୀଭୂତ ହେବାରେ ଲାଗିଛି । ଏହାଦ୍ୱାରା ରାଜ୍ୟରେ ବିଜେପିର ଅଧିକ କ୍ଷତି ହେଉଛି । କେନ୍ଦ୍ରୀୟ ନେତୃତ୍ୱର ଇସାରା ନ ଥିବାରୁ ବିଜେପି ସଂଗଠନ ଏଠି ସବଳ ହୋଇପାରୁନାହିଁ ବୋଲି ରାଜ୍ୟ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁଛନ୍ତି । ଏହାଦ୍ୱାରା ଓଲଟି କଂଗ୍ରେସ ଲାଭବାନ ହୋଇପାରେ ବୋଲି ସେମାନଙ୍କ ବିଚାର । ତେଣୁ ରାଜ୍ୟ ବିଜେପି ନେତୃତ୍ୱ ଏଠି ସରକାର ଗଠନର ଦମ୍ଭ ଦେଖାଇବା ଧର୍ମକୁ ଆଖିଠାର ବୋଲି ଦଳର କିଛି ଆଗଧାଡ଼ିର ନେତା ସ୍ୱୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ସରକାରଙ୍କୁ ହଟାଯିବ ବୋଲି ଗତକାଲି ଭୁବନେଶ୍ୱର ପାର୍ଟି ଅଫିସରେ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରୁଥିଲା ବେଳେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ତିନି ରାଜ୍ୟରେ ବିଜୟ ପାଇଁ ଅଭିନନ୍ଦନ ଜଣାଉଥିଲେ । ଉଭୟଙ୍କ ମଧ୍ୟରେ ୧୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି ।

 

Previous Post

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

Next Post

421 Officers Join State Civil Service Cadres

Next Post
421 Officers Join State Civil Service Cadres

421 Officers Join State Civil Service Cadres

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA