Saturday, June 27, 2026 02:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମଲେଖା କେଳେଙ୍କାରୀ!

ବାଜିରେ ପିଲାଙ୍କ କ୍ୟାରିୟର୍

by Our Correspondent
11 Dec, 2023- 09:03 PM
in Latest News, News
1 min read
0
ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମଲେଖା କେଳେଙ୍କାରୀ!

ଭୁୁବନେଶ୍ୱର: ରାଜ୍ୟର ସର୍ବ ପୁରାତନ ସ୍ୱନାମଧନ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ସେହି ପୂର୍ବ ଗୌରବ ନାହିଁ । ଦୁର୍ନୀତି ଓ ଅବ୍ୟବସ୍ଥାର ଗନ୍ତାଘର ପାଲଟି ଗଲାଣି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ପଛଉ ନାହାନ୍ତି । ସବୁଠାରୁ ଭୟଙ୍କର କଥା ହେଉଛି, ଚଳିତବର୍ଷ ନାମଲେଖାରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ ଆସିଛି । ଇଣ୍ଟିମେସନ୍ ଲେଟର୍ ଧରି ନାମ ଲେଖାଇବାକୁ ଆସିଥିବା ଏକାଧିକ ଛାତ୍ରଛାତ୍ରୀଙ୍କୁ ନାମଲେଖାରୁ ବଞ୍ଚିତ କରାଯାଇଛି । ଏଥିରେ ବଡ଼ ଧରଣର ଗଫଲତି ହୋଇଥିବା ଗୁରୁତର ଅଭିଯୋଗ ଆସିଛି ।

ଅଭିଯୋଗ ଅନୁଯାୟୀ, ମନସ୍ୱିନୀ ଚିନାରା ନାମକ ଜଣେ ଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମଏସସି(ମାଥମେଟିକସ୍) ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟ ସିଲେକ୍ସନ୍ ରେ ତାଙ୍କୁ ନାମଲେଖା ପାଇଁ ମନୋନୀତ କରାଯାଇ ଇଣ୍ଟିମେସନ୍ ଲେଟର ପଠାଯାଇଥିଲା । ନଭେମ୍ବର ୨୦ ତାରିଖ ଦିନ ୧୦ଟାରୁ ୨୧ ତାରିଖ ଅପରାହ୍ନ ୫ଟା ଭିତରେ ସମସ୍ତ ଅର୍ଜିନାଲ୍ ଡକ୍ୟୁମେଣ୍ଟ ସହ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଥିଲା । ସେହି ଅନୁଯାୟୀ ମନସ୍ୱିନୀ ରିପୋର୍ଟ କରିବାକୁ ବିଶ୍ୱବିଦ୍ୟାଳୟ ଆସିଥିଲେ । ତେବେ ସେଠାରେ ଉପସ୍ଥିତ ବିଭାଗୀୟ ମୁଖ୍ୟ ତାଙ୍କୁ ସିଟ୍ ନାହିଁ କହି ଫେରାଇ ଦେଇଥିଲେ । ଇଣ୍ଟିମେସନ୍ ଦେଖାଇଥିଲେ ମଧ୍ୟ କିଛି ଶୁଣି ନ ଥିଲେ ।

ସାମସ୍ ୱେବସାଇଟ୍ ରେ ବିଶ୍ୱବିଦ୍ୟାଳୟର ମାଥମେଟିକସ୍ ପିଜିରେ ୪ ଟି ସିଟ୍ ଖାଲି ଦର୍ଶାଉଥିବା ଏବଂ ନାଁ ଲେଖିବା ପାଇଁ ସେ ଇଣ୍ଟିମେସନ୍ ଲେଟର ପାଇଥିବା ସତ୍ତ୍ୱେ କାହିଁକି ବିଭାଗୀୟ ମୁଖ୍ୟ ତାଙ୍କୁ ଫେରାଇ ଦେଲେ ସେ କିଛି ବୁଝିପାରି ନ ଥିଲେ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଗୁହାରି କରିବାକୁ ଯାଇଥିଲେ । କୁଳପତି ସବୁ ଶୁଣି ପିଜି କାଉନସିଲ୍ ଅଧ୍ୟକ୍ଷଙ୍କୁ ଡାକି ଆଲୋଚନା କରିବା ପରେ କାଲି ଆସ ବୋଲି ମନସ୍ୱିନୀଙ୍କୁ କହିଥିଲେ । ତେବେ ପରଦିନ ମନସ୍ୱିନୀ କୁଳପତିଙ୍କ ପାଖକୁ ଯାଇଥିଲେ ମଧ୍ୟ ଆଉ ସିଟ୍ ନାହିଁ ତେଣୁ ନାଁ ଲେଖା ହୋଇପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ । ତାଙ୍କୁ ତାହାହେଲେ ଇଣ୍ଟିମେସନ୍ କେମିତି ଦିଆଗଲା ତାହାର ଉତ୍ତର ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ପାଇ ନ ଥିଲେ ।

କେବଳ ମନସ୍ୱିନୀ ନୁହଁନ୍ତି, ସେହି ମ୍ୟାଥମେଟିକ୍ସ ପିଜି ଶ୍ରେଣୀରେ ଅନ୍ୟ ୩ ଜଣଙ୍କ ପାଖକୁ ଇଣ୍ଟିମେସନ୍ ଲେଟର୍ ପଠାଯାଇଥିଲେ ମଧ୍ୟ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିବା ଜଣାପଡ଼ିଛି । ଅନ୍ୟ ବିଭାଗରେ ମଧ୍ୟ ସମାନ ଅବସ୍ଥା ହୋଇଥିବ ବୋଲି ସେମାନଙ୍କ ଅଭିଭାବକମହଲ ଆଶଙ୍କା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଖେଳ ପଛରେ ବଡ଼ କେଳେଙ୍କାରୀ ରହିଛି ବୋଲି ସେମାନଙ୍କର ବିଶ୍ୱାସ । ସିଧାସଳଖ ମେରିଟ୍ ରେ ଆସୁ ନ ଥିବା କିଛି ପ୍ରଭାବଶାଳୀ ପିଲାଙ୍କ ପାଇଁ ଏହି ସିଟ୍ ସଂରକ୍ଷିତ ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି ।

ଏ ଅଭିଯୋଗ ସଂକ୍ରାନ୍ତରେ ଆମେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

ତେବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଧୂଳିସାତ୍ ହୋଇଯିବା ପରେ ମେଧାବୀ ଛାତ୍ରୀ ମନସ୍ୱିନୀ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କୁ ଇ-ମେଲ୍ କରି ସେମାନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି । ନ୍ୟାୟ ଭିକ୍ଷା କରି ଖୁବ୍ ଶୀଘ୍ର ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି ।

 

Previous Post

ନୟାଗଡ଼ ତହସିଲଦାରଙ୍କ ବଦାନ୍ୟତା

Next Post

CM Inaugurates EY Technology Hub

Next Post
CM Inaugurates EY Technology Hub

CM Inaugurates EY Technology Hub

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA