Tuesday, June 30, 2026 07:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ କଟାକ୍ଷ, ବବିଙ୍କ ଜବାବ

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ

by Our Correspondent
20 Jan, 2024- 10:24 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ କଟାକ୍ଷ, ବବିଙ୍କ ଜବାବ

ଭୁବନେଶ୍ୱର: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ରାଜନୈତିକ ମଇଦାନରେ ଉଷ୍ଣତା ଭରିଛି । ମାହଲ ମାଣ୍ଡା, ବାପାଙ୍କ ନାଁ ମାହଲ ମାଣ୍ଡା ପ୍ରୋ ନାମରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ, ଗୋଟିଏ ଆଡମିଡ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଇତ୍ୟାଦି ଭୁଲଭଟକାକୁ ନେଇ ସୋସିଆଲ୍ ମିଡିଆରେ ନାନା ଟାହି ଟାପରା ଚାଲିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି । ରାଜ୍ୟରେ ମାହଲ ମାଣ୍ଡାମାନେ ମାତିଛନ୍ତି କହି ଧର୍ମେନ୍ଦ୍ର ବର୍ଷିଛନ୍ତି । ତେବେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଆଜି ଭୁବନେଶ୍ୱରଠାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ‘ଶକ୍ତି ବନ୍ଦନ’ କର୍ମଶାଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ସେ କହିଥିଲେ, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସ୍ୱପ୍ନ ମାହଲ ମାଣ୍ଡା ଭଳି ବିଚିତ୍ର ନାଁ ମଧ୍ୟରେ ସୀମିତ । ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଓ ଅନିୟମିତତା ଖବର ଗଣମାଧ୍ୟମରେ ଆସିଛି । ପାରଦର୍ଶିତା, ଟେକ୍ନଲୋଜିର ଓକିଲାତି କରୁଥିବା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କହିବେ? ଓଡ଼ିଶାରେ ଖଳ ପ୍ରକୃତିର ଶାସନ କର୍ତ୍ତା ଅଛନ୍ତି । ମହିଳାମାନେ ଅପମାନିତ ହେଉଛନ୍ତି । ଶାସକ ଦଳର ଅଧିକରୁ ଅଧିକ ମନ୍ତ୍ରୀ ଓ ବିଧାୟକମାନେ ମହିଳା ନିର୍ଯ୍ୟାତନାରେ ସଂପୃକ୍ତି ଅଛନ୍ତି । ଏଠିକା ସରକାରଙ୍କୁ ସେବା ନୁହେଁ, ଭୋଟ ଦରକାର ବୋଲି ତାତ୍ସଲ୍ୟ କରିଥିଲେ ଧର୍ମେନ୍ଦ୍ର ।

ତେବେ ଧର୍ମେନ୍ଦ୍ରଙ୍କୁ ଏକ୍ସ(ପୂର୍ବ ଟୁଇଟ୍) ଯୋଗେ କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । ସେ ଲେଖିଛନ୍ତି, ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ?

ବବି ପୁଣି ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍‌, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି ? ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି ।

Previous Post

୧୩ ଜିଲ୍ଲାରେ ୧୯ଟି ନଦୀ ଜଳାଶୟ ପ୍ରକଳ୍ପ, ଖର୍ଚ୍ଚ ହେବ ୪୬୦୦ କୋଟି

Next Post

CM dedicates new campus of IMS & SUM Hospital at Phulanakhara

Next Post
CM dedicates new campus of IMS & SUM Hospital at Phulanakhara

CM dedicates new campus of IMS & SUM Hospital at Phulanakhara

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA