Saturday, June 27, 2026 12:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦୀ, ନବୀନଙ୍କୁ ନିଶାନା କଲେ ଖଡ଼ଗେ

କଂଗ୍ରେସର 'ଓଡ଼ିଶା ବଞ୍ଚାଅ' ସମାବେଶ

by Our Correspondent
29 Jan, 2024- 07:01 PM
in Latest News, News, Politics
1 min read
0
ମୋଦୀ, ନବୀନଙ୍କୁ ନିଶାନା କଲେ ଖଡ଼ଗେ

ଭୁବନେଶ୍ୱର: ବାହାଘର ବେଳେ ବାଇଗଣ ରୁଆ ଭଳି ସାଧାରଣ ନିର୍ବାଚନକୁ ମଝିରେ ଆଉ ମାତ୍ର ଦୁଇମାସ ଥିଲା ବେଳେ ଓଡ଼ିଶାରେ ଦୁର୍ବଳ କଂଗ୍ରେସକୁ ସଜାଡ଼ିବା ପାଇଁ ଦିଲ୍ଲୀ ନେତୃତ୍ୱ ଆଗଭର ହୋଇଛନ୍ତି । ପ୍ରଭାରୀ ଅଜୟ କୁମାରଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଝାଡ଼ଖଣ୍ଡର ଏହି ପୂର୍ବତନ ଆଇପିଏସ୍ ଅଫିସର ଦଳୀୟ ସଂଗଠନ ସଜଡ଼ା କାମ ହାତକୁ ନେବା ସହ ବିରୋଧୀଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଛନ୍ତି । ଓଡ଼ିଶାରେ ନିରୁତ୍ସାହିତ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ଏହାର ପ୍ରଥମ ପଦକ୍ଷେପସ୍ୱରୂପ ଆଜି ଭୁବନେଶ୍ୱରର ଲୋୟର ପିଏମଜିରେ ‘ଓଡ଼ିଶା ବଞ୍ଚାଅ’ ନାଁରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇଥିଲେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସ ମୁଖିଆ ହେବା ପରେ ପ୍ରଥମ ଥର ଓଡ଼ିଶା ଆସିଥିବା ଖଡଗେ ତାଙ୍କ ଭାଷଣରେ କେନ୍ଦ୍ରର ମୋଦୀ ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କୁ ଜୋରଦାର ନିଶାନା କରିଥିଲେ । ଗରିବଙ୍କ ବିକାଶ ଏବଂ ଗଣତନ୍ତ୍ର ସୁରକ୍ଷା ପାଇଁ କଂଗ୍ରେସ ସପକ୍ଷରେ ଭୋଟ ମାଗିଥିଲେ ।

ଶ୍ରୀ ଖଡଗେ ତାଙ୍କ ଭାଷଣରେ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଫରକ୍ ବାଛିଥିଲେ । କହିଥିଲେ, ବିଜୁ ବାବୁଙ୍କ ସହ ନେହରୁଙ୍କର ଘନିଷ୍ଠ ସମ୍ପର୍କ ଥିଲା । ମାତ୍ର ନବୀନ ବାବୁଙ୍କର ବିଜେପି ସହ ନିବିଡ଼ ସମ୍ପର୍କ ରହିଛି । ବିଜେପି-ବିଜେଡି ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ଆମେ ବାହାଘର କରିଛୁ । ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ ଅମଳରେ ହୋଇଛି । ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ମଞ୍ଚେଶ୍ୱର ରେଳ ଡବା କାରଖାନା କଂଗ୍ରେସ କରିଛି । ମାତ୍ର ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ଓଡ଼ିଶାକୁ କ’ଣ ଦେଇଛନ୍ତି?

ଖଡ଼ଗେ କହିଥିଲେ ଯେ ମୋଦୀ ଲୋକତନ୍ତ୍ର ଓ ସମ୍ବିଧାନକୁ ବରବାଦ କରୁଛନ୍ତି । ଧନୀ ଲୋକ ବିଜେପି ସହ, ପଟ୍ଟନାୟକଙ୍କ ସହ ଅଛନ୍ତି । ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି । ରାହୁଲ ଗାନ୍ଧୀ ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି । କିନ୍ତୁ ବିଜେପି ଦେଶକୁ ଭାଙ୍ଗୁଛି । ସିବିଆଇ, ଇଡି ଲଗାଇ ଡରାଉଛନ୍ତି । ଡରରେ କିଏ ପାର୍ଟି ଛାଡୁଛି ତ କିଏ ମେଣ୍ଟ ଛାଡ଼ି ପଳାଉଛି । ଏହା ଗଣତନ୍ତ୍ରକୁ ବିପନ୍ନ କରିଛି । ଏଥର ଯଦି ମୋଦୀ ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ । ପୁଣି ଥରେ ଆପଣମାନେ ଗୁଲାମ ରହିବେ କି ନାହିଁ, ଆପଣଙ୍କ ପସନ୍ଦ ।

ଏନଡିଏରେ ପୁନର୍ବାର ସାମିଲ ହୋଇଥିବା ନୀତୀଶ କୁମାରଙ୍କ ନାଁ ନ ନେଇ ତାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ଖଡ଼ଗେ । ଜଣେ ବ୍ୟକ୍ତି ଚାଲିଗଲା ପରେ ମେଣ୍ଟ ଦୁର୍ବଳ ହୋଇଗଲା ବୋଲି କୁହାଯାଉଛି । କିନ୍ତୁ ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହେବା ଭାବିବାଟା ଭୁଲ୍ । ଆମେ ଏକାଠି ଅଛୁ, ମିଶିକି ମୋଦୀ-ନବୀନଙ୍କୁ ହରାଇବୁ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ ।

 

Previous Post

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

Next Post

Pandian visits Sundargarh District

Next Post
Pandian visits Sundargarh District

Pandian visits Sundargarh District

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA