Wednesday, July 1, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଲ୍‌ ଗେଟ୍‌ସଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

by Our Correspondent
28 Feb, 2024- 06:07 PM
in Latest News, News
1 min read
0
ବିଲ୍‌ ଗେଟ୍‌ସଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ସମାଜସେବୀ ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍‌ ଗେଟ୍‌ସଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‌ ଗେଟ୍‌ସଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଶ୍ରୀ ସାମନ୍ତ କହିଲେ, କିସ୍‍ ବିଲ୍‌ ଗେଟ୍‌ସଙ୍କୁ କିସ୍‍ ହ୍ୟୁମାନଟାରିଆନ୍‍ ପୁରସ୍କାର ପ୍ରଦାନ କରି ତାଙ୍କର ଉଲ୍ଲେଖନୀୟ ଅବଦାନକୁ କେବଳ ସମ୍ମାନ ପ୍ରଦାନ କରି ନାହିଁ ବରଂ ଏଥିସହ ଏହି ସ୍ୱୀକୃତିର ସମ୍ମାନ ବୃଦ୍ଧି କରିଛି। ତାଙ୍କର ଏହି ସମ୍ମାନ ଗ୍ରହଣ ବିଶ୍ୱରେ ମାନବିକ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବ। ବିଲ୍‌ ଗେଟ୍‌ସ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପ୍ରାପକଙ୍କ ତାଲିକାରେ ଯୋଡ଼ିହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ସମ୍ମାନ ଗ୍ରହଣ କରି ବିଲ୍‍ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଲେ ମୋ କାର୍ଯ୍ୟକୁ କିସ୍‍ ସ୍ୱୀକୃତି ପ୍ରଦାନ କରିଥିବାରୁ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଓ ତ୍ୟାଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବିକ କାର୍ଯ୍ୟ କରିଆସୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନକୁ ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ହେଉଛି କିସ୍‍ର ଶ୍ରେଷ୍ଠ ସମ୍ମାନ। ଶ୍ରୀ ସାମନ୍ତଙ୍କ ଦ୍ୱାରା ୨୦୦୮ ମସିହାରେ ଏହି ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଏହି ସମ୍ମାନରେ ସମ୍ମାନିତ ବ୍ୟକ୍ତିବିଶେଷ କିମ୍ବା ସଂଗଠନକୁ ଏକ ପ୍ରଶସ୍ତିପତ୍ର ସହ ଏକ ସ୍ୱର୍ଣ୍ଣ ପ୍ରଲେପିତ ଟ୍ରଫି ପ୍ରଦାନ କରାଯାଇଥାଏ। ଏହି ଟ୍ରଫିରେ ଶୁଦ୍ଧତା, ଦୟା, ସମୃଦ୍ଧି ଓ ଆଶାର ଗୁଣ ସହିତ ମାନବିକତାର ଏକ ହୃଦୟ ସ୍ଥାନୀତ ହୋଇଛି। ଏଥିରେ ଦୁଇଟି ହାତ ଗୋଟିଏ ହୃଦୟକୁ ଟେକି ଧରିଥାଏ ଏବଂ ଅନେକ ହାତ ତରଙ୍ଗାୟିତ ହୋଇଥାଏ, ଯାହାକି ଦୁଇଟି ଉତ୍ସର୍ଗୀକୃତ ହାତ କିପରି ଅସହାୟଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ଜୀବନ ଜିଇଁବା ପାଇଁ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରଣିତ କରିବା ସୂଚୀତ କରିଥାଏ। ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱର ବହୁ ବିଶିଷ୍ଟ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ରହିଛନ୍ତି, ଯାହାକି ଏହି ପୁରସ୍କାରର ବ୍ୟାପକ ଅନ୍ତର୍ଜାତୀୟ ଗ୍ରହଣୀୟତା ଓ ସମ୍ମାନକୁ ସୂଚୀତ କରୁଛି।

ଏହି ସମ୍ମାନ ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ଉତ୍ତର-ପଶ୍ଚିମ ରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏଡ଼ନା ବୋମୋ ମୋଲେୱା, ଦକ୍ଷିଣ କୋରିଆର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ହାନ୍‍ସେଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ହାମ୍‍ କି ସନ୍‍, ମରିସସ୍‍ର ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ, ବ୍ରିଟେନ୍‍ ସୁପ୍ରିମକୋର୍ଟର ସଭାପତି ରୋଟାରିଆନ୍‍ ଜଷ୍ଟିସ୍‍ ନିକୋଲାସ୍‍ ଆଡ଼ିସନ୍‍ ଫିଲିପସ୍‍, ଭୁଟାନ ପ୍ରଧାନମନ୍ତ୍ରୀ ଲ୍ୟାଞ୍ଚେନ୍‍ ଜିଗମେ ଥିନ୍‍ଲେ, ସୁଇଜରଲ୍ୟାଣ୍ଡ ଏଫ୍‍ଏକ୍ସବି ଇଣ୍ଟରନ୍ୟାସନାଲ୍‍ର ପ୍ରତିଷ୍ଠାତା ମ୍ୟାଡ଼ାମ୍‍ ଆଲବିନା ଡ଼ୁ ବୋଇସ୍ରୋଭ୍ରେ, ଆଧ୍ୟାତ୍ମିକ ଗୁରୁ ତଥା ୨୦୦୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା, ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ତଥା ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‍, ଗିନିର ନ୍ୟାସନାଲ୍‍ ଟ୍ରାନ୍‍ଜିସନ୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଦାନ୍‍ସା କୋରୁମା ଏବଂ କେନିଆର ଫାଷ୍ଟ ଲେଡ଼ି ମାମା ରାଚେଲ୍‍ ରୁଟୋ ରହିଛନ୍ତି।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

Next Post

ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ

Next Post
ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ

ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA