Monday, June 29, 2026 09:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ଆସିଲି-ଅରବିନ୍ଦ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍,

by Our Correspondent
07 Mar, 2024- 01:29 PM
in Latest News, News, Politics
1 min read
0
ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ବହୁଚର୍ଚ୍ଚିତ ‘ସ୍ୱାଭିମାନୀ’ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ନେଲା ପରେ ସେ ବିଧିବଦ୍ଧ ଭାବେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସମେତ ସମସ୍ତ ବିଧାୟକ ସେଠାରେ ଉପସ୍ଥିତ ରହି ବିଜୟ ବାବୁଙ୍କ ପୁଅର ଶୁଭ ମନାସିଛନ୍ତି । ନବୀନ ନିବାସରୁ ଶଙ୍ଖ ଭବନ ଯାଇ ସାମ୍ବାଦିକଙ୍କୁ ବିଜେଡିରେ ମିଶିବାର କାରଣ ଏବଂ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଅରବିନ୍ଦ ।

ସେ କହିଛନ୍ତି, ୨୦୧୯ ରୁ ମୁଁ ପାଟକୁରା ଲୋକଙ୍କ ସହ ରହି ଆସିଛି । ପାଟକୁରାର ବିକାଶ ପାଇଁ ଏକ ଉତ୍ତମ ପ୍ଲାଟଫର୍ମର ଆବଶ୍ୟକତା ଥିବା ମୁଁ ଅନୁଭବ କଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଥିଲା । ଅଞ୍ଚଳବାସୀଙ୍କ ପରାମର୍ଶ କ୍ରମେ ମୁଁ ତାଙ୍କ ଦଳରେ ଯୋଗଦେବାକୁ ମନସ୍ଥ କରିଥିଲି । ବାପାଙ୍କ ଆଶୀର୍ବାଦ ନେଲା ପରେ ବିଜେଡିରେ ଯୋଗଦେଇଛି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ଗ୍ରହଣ କରିବି ଏବଂ ତାଙ୍କ ନେତୃତ୍ୱରେ ପାଟକୁରାର ବିକାଶ ଆଗକୁ ନେବି ।

ରାଜନୀତିରେ କିଛି ଅସମ୍ଭବ ନୁହେଁ, ତାହା ବିଜୟ ମହାପାତ୍ରଙ୍କ ପୁଅଙ୍କ ବିଜେଡିରେ ଯୋଗଦେବା ଘଟଣା ପୁଣି ପ୍ରମାଣିତ କରିଛି । ଏକଦା ରାଜ୍ୟ ରାଜନୀତିର ସବୁଠାରୁ ଅଧିକ ପ୍ରଭାବଶାଳୀ ନେତା ଥିଲେ ବିଜୟ ମହାପାତ୍ର । ନବଗଠିତ ବିଜେଡିରେ ନବୀନଙ୍କ ପରେ ସେ ଥିଲେ ସେକେଣ୍ଡ୍ ଇନ୍ କମାଣ୍ଡ । ପାଟକୁରାରୁ ଚାରି ଚାରି ଥର ବିଧାୟକ ହୋଇ ସାରିଥିଲେ । ବିଜେଡି ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ ନବୀନ । ୨୦୦୦ ନିର୍ବାଚନ ପାଇଁ ବିଜେଡି ଟିକେଟ୍ ବାଣ୍ଟିବା ଦାୟିତ୍ୱ ପାଇଥିଲେ ।

ନିଜେ ପାଟକୁରାରୁ ଲଢ଼ିବା ପାଇଁ ବିଜେଡି ଟିକେଟ୍ ଧରି ନାମାଙ୍କନପତ୍ର ଦାଖଲ କରିଥିଲେ । ନାମାଙ୍କନପତ୍ରର ଶେଷଦିନରେ ଭୁବନେଶ୍ୱରରେ ଦଳର ସଂସଦୀୟ ବୋର୍ଡ ମିଟିଂରେ ବ୍ୟସ୍ତ ଥିଲେ । ମାତ୍ର ସେତିକିବେଳେ ନବୀନ ବାବୁ ତାଙ୍କର ପାଟକୁରା ବିଜେଡି ଟିକେଟ୍ କ୍ୟାନସଲ୍ କରି ଅତନୁ ସବ୍ୟସାଚୀ ନାୟକଙ୍କୁ ଟିକେଟ୍ ଦେଇଥିଲେ । କେନ୍ଦ୍ରାପଡ଼ା ଯାଇ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିବାର ସମୟ ବି ପାଇ ନ ଥିଲେ ବିଜୟ ।

ଓଡ଼ିଶା ରାଜନୀତିରେ ଏହା ଥିଲା ସବୁଠାରୁ ଅଧିକ ଚର୍ଚ୍ଚିତ ଘଟଣା । ନବୀନଙ୍କ ଚକ୍ରାନ୍ତର ଶିକାର ହୋଇଥିବା ବିଜୟ ମହାପାତ୍ର ସେହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରି ଜିତାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଭାଗ୍ୟ ଆକାଶରେ କେବଳ କଳା ବାଦଲ ଦେଖିବାକୁ ମିଳିଥିଲା ।

୨୦୦୧ରେ ଓଡ଼ିଶା ଗଣ ପରିଷଦ(ଓଜିପି) ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ୨୦୦୪ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମାତ୍ର ୪ଟି ବିଧାନସଭା ଆସନରେ ଲଢ଼ିବାର ସୁଯୋଗ ପାଇଥିଲେ । ସେଥିରୁ ଦୁଇଟି ଆସନରେ ତାଙ୍କ ପ୍ରାର୍ଥୀ ଜିତିଥିଲେ ମଧ୍ୟ ସେ ନିଜେ କିନ୍ତୁ ହାରିଥିଲେ ।

ପରବର୍ତ୍ତୀ ସମୟରେ ଆର୍ଥିକ ସଙ୍କଟ କାରଣରୁ ଦଳକୁ ଚଳାଇ ନ ପାରି ଏନସିପି ସହ ଓଜିପିକୁ ମିଶ୍ରଣ କରିଦେଇଥିଲେ । ତେବେ ୨୦୦୯ ରେ ଏନସିସି ସଭାପତି ବିଜେଡି ସହିତ ମେଣ୍ଟ କରିବାରୁ ସେ ତାହାକୁ ବିରୋଧ କରି ଏନସିପିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ । ମାତ୍ର ୨୦୦୯ରେ ପାଟକୁରାରୁ ଏବଂ ଏବଂ ୨୦୧୪ ରେ ମହାକାଳପଡ଼ାରୁ ନିର୍ବାଚନ ହାରିଥିଲେ ।

ପରବର୍ତ୍ତୀ ସମୟରେ ସେ ବିଜେପିରେ କିଛି ସମୟ ପାଇଁ ଗୁରୁତ୍ୱ ପାଇଥିଲେ ମଧ୍ୟ ୨୦୧୬ ରୁ ଦଳ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଲା । ଏଥିରେ ଅପମାନିତ ହୋଇ ୨୦୧୮ ନଭେମ୍ବରରେ ସେ ବିଜେପି ଛାଡ଼ିଦେଲେ । ମାତ୍ର ୨୦୧୯ ମାର୍ଚ୍ଚରେ ପୁଣି ବିଜେପିକୁ ଫେରିଥିଲେ । ୨୦୧୯ ପାଟକୁରା ଉପନିର୍ବାଚନରେ ସେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ୧୭, ୯୨୦ ଭୋଟରେ ପରାସ୍ତ ହୋଇଥିଲେ ।

ଅର୍ଥାତ୍ ୨୦୦୦ ପରଠାରୁ ଆଉ ବିଧାନସଭା ମାଟି ମାଡ଼ିପାରିଲେନି ବିଜୟ ମହାପାତ୍ର । ଏବେ ତାଙ୍କ ପୁଅକୁ ବିଜେଡିରେ ଛାଡ଼ି ସେ ରାଜନୀତିରୁ ଅବଶ୍ୟ ସନ୍ୟାସ ନେଇଥିବା କୁହାଯାଇପାରିବ ।

ମୋର ଆଶୀର୍ବାଦ ଅଛି, ବାପାଙ୍କୁ କହିବ- ନବୀନ

ବିଜେଡିରେ ମିଶିବା ଅବସରରେ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କ ପାଦଛୁଇଁ ପ୍ରଣାମ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳକୁ ସ୍ୱାଗତ କରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଅରବିନ୍ଦ ତମ ଉପରେ ମୋର ଆଶୀର୍ବାଦ ଅଛି । ଏକଥା ତମେ ତମ ବାପାଙ୍କୁ କହିଦେବ । ଏହାପରେ ତାଙ୍କ ସହ ଆସିଥିବା ସମର୍ଥକମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବିଜୁ ପରିବାରକୁ ସ୍ୱାଗତ କରୁଛି । ଅରବିନ୍ଦ ମହାପାତ୍ର, ବିଜୟ ବାବୁଙ୍କ ପୁଅକୁ ସ୍ୱାଗତ କରୁଛି । ଆପଣମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭଲ କାମ କରନ୍ତୁ । ଧନ୍ୟବାଦ । ନମସ୍କାର । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

Pandian interacts with public of Angul and Sambalpur Districts

Next Post

ଆଶା କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

Next Post
ଆଶା କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

ଆଶା କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA