Friday, June 26, 2026 12:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚଟୁ ଆମିଷ, ବେଣ୍ଟ ନିରାମିଷ

କଂଗ୍ରେସ ଭବନରେ ସୁରଙ୍କ ପୁଅ-ପୁତୁରା ଲଢ଼େଇ

by Our Correspondent
08 Apr, 2024- 08:30 PM
in Latest News, News, Politics
1 min read
0
ଚଟୁ ଆମିଷ, ବେଣ୍ଟ ନିରାମିଷ

ଭୁୁବନେଶ୍ୱର: ଗୋଟିଏ ପରିବାର । କିନ୍ତୁ ଠିକଣା ଅଲଗା । କାହାର କଂଗ୍ରେସ ତ କିଏ ବିଜେଡି ଆଉ କିଏ ସ୍ୱାଧୀନ । କଂଗ୍ରେସିଆ ବାପା କହୁଛନ୍ତି, ବିଜେଡିର ଭୁବନେଶ୍ୱର ଏମପି ପ୍ରାର୍ଥୀ ମୋ ପୁଅ ପାଇଁ ମୁଁ ଭୋଟ ମାଗୁଛି । ହେଲେ ଭୁବନେଶ୍ୱର ବାହାରେ ଶଙ୍ଖ ପାଇଁ ମୁଁ ଭୋଟ ମାଗୁନି । ମୁଁ ସଚ୍ଚା କଂଗ୍ରେସିଆ ଲୋକ । ମଲା ଯାଏଁ କଂଗ୍ରେସରେ ରହିବି ।

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ଦୁଇ ପୁଅଙ୍କ କଥା ଆମେ କହୁଛୁ । ସୁର ରାଉତରାୟଙ୍କ ଟ୍ରିପଲ୍ ଭୂମିକାକୁ ନେଇ କଂଗ୍ରେସ ନେତୃତ୍ୱ ଏକାଧିକ ବାର କୈଫୟତ୍ ମାଗି ସାରିଲେଣି । ସୁର ତାହାର ଜବାବରେ ଏହା ହିଁ କହି ଚାଲିଛନ୍ତି । ତାଙ୍କା ଜବାବ ହେଲା- ମୁଁ ପିଟା କଂଗ୍ରେସିଆ ଲୋକ । ବିଜେଡିକୁ ଭୋଟ ଦେବାକୁ କାହାରିକୁ କହିନି କି କହିବି ନାହିଁ । ଖାଲି ପୁଅଟା ବିଜେଡିରୁ ଛିଡ଼ା ହୋଇଛି ବୋଲି, ଯିଏ ପଚାରୁଛି ପୁଅକୁ ଭୋଟ ଦେଇଦିଅ ବୋଲି କହୁଛି । ନାଁ ନାଁ.. ଶଙ୍ଖ ଚିହ୍ନରେ ଭୋଟ ଦେବା କଥା ମୋ ଆଡୁ କାହାରିକୁ କହିନି । କେବଳ ପୁଅକୁ ଭୋଟ ଦେବା କଥା କହିଛି ।

ପିସିସି ସୋ କଜ୍ ନୋଟିସ୍ ଉପରେ ସୁର ରାଉତରାୟଙ୍କ ଏଭଳି ଅଜବ ଉତ୍ତର ସମସ୍ତଙ୍କ ପାଇଁ ହସର ଖୋରାକ ହୋଇଛି । ସୋସିଆଲ୍ ମିଡିଆରେ ତାଙ୍କୁ ନାନା ଟାହି ଟାପରା କରାଯାଇଛି । ଅନେକଙ୍କ କହିବା କଥା- ସୁରଙ୍କ ଭାଷାର ମର୍ମ ହେଉଛି ଯେ ତାଙ୍କର ଚଟୁ ଆମିଷ, ବେଣ୍ଟ ନିରାମିଷ । ଡାଇଲଗ୍ ମାରି ଲୋକଙ୍କୁ ମନୋରଂଜନ କରନ୍ତୁ, ହେଲେ ଭକୁଆ ବନାନ୍ତୁନୁ । ଆଜିକାଲି ସୋସିଆଲ୍ ମିଡିଆ ଯୁଗରେ କେହି ବୋକା କି ଅଜ୍ଞାନୀ ନୁହଁନ୍ତି । ସମସ୍ତେ ଜାଣିବାର ।

ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ବାପାଙ୍କ ନୀତି ଆଦର୍ଶରେ କଂଗ୍ରେସ ରାସ୍ତାରେ ଚାଲୁଥିବା ଦାବି କରୁଥିଲେ ମଧ୍ୟ ନିଜକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଛନ୍ତି । ଜଟଣୀରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଯାହା ବି ହେଉ, ସେ ବାପାଙ୍କ ନୀତି ଆଦର୍ଶର ଡାଇଲଗ୍ ମାରି କଂଗ୍ରେସ ସପକ୍ଷରେ ଯୁକ୍ତି କରୁଥିଲେ ମଧ୍ୟ ତାଙ୍କର ଦାଦା ପୁଅ ଭାଇ ସଂଗ୍ରାମ ରାଉତରାୟଙ୍କ ସହ ତାଙ୍କର ପଡୁନି । ସଂଗ୍ରାମଙ୍କ କଠୋର ବିରୋଧୀ ତଥା ନିକଟରେ ବିଜେଡି ଛାଡ଼ିଥିବା ସନ୍ତୋଷ ଜେନାଙ୍କ ସହ ସେ ହାତ ମିଳାଇଛନ୍ତି ।

ଇତିମଧ୍ୟରେ ସନ୍ତୋଷଙ୍କୁ କଂଗ୍ରେସରେ ମିଶାଇବା ପାଇଁ ସିଦ୍ଧାର୍ଥ ରାଉତରାୟ ପିସିସି ସଭାପତିଙ୍କ ସହ କଥା ତୁଟାଇଥିଲେ । ଆଜି କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଥିଲା । ତେବେ ଏହି ଖବର ଆଗୁଆ ପାଇଁ ସଂଗ୍ରାମ ରାଉତରାୟ ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଭବନ ଆସି ବାଟ ଜଗିଥିଲେ । ସନ୍ତୋଷ ଜେନା ଜଣେ ଜାଗା ବେପାରୀ, ମାଫିଆ ବୋଲି ଚିଲ୍ଲାଇ ପ୍ରବଳ ନାରାବାଜି କରିଥିଲେ ।

ସିଦ୍ଧାର୍ଥ ତାଙ୍କ ପାଟି ଚୁପ୍ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ଫଳରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିଲେ । ଶେଷରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବକୁ ବାତିଲ କରି ନେତୃବର୍ଗ ସେଠାରୁ ଚାଲି ଯାଇଥିଲେ । ସଂଗ୍ରାମ ଗଣମାଧ୍ୟମକୁ ବାଇଟ୍ ଦେଇ ସିଦ୍ଧାର୍ଥ ଓ ସନ୍ତୋଷଙ୍କ ଉପରେ ପ୍ରବଳ ବର୍ଷି ନିଜକୁ କଂଗ୍ରେସର ସର୍ଚ୍ଚା କର୍ମୀ ଭାବେ ଦାବି କରିଥିଲେ । କଂଗ୍ରେସ ଟିକେଟ୍ ମୋର । ଏଠି କେହି ପଶିବାକୁ ଉଦ୍ୟମ କଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ଦମ୍ ଥିଲେ, ଜଟଣୀ ବଜାରକୁ ଆସ ଦେଖାଦେଖି ହେବା ବୋଲି ଅପର ଗୋଷ୍ଠୀକୁ ଆହ୍ୱାନ ଦେଇଥିଲେ ସଂଗ୍ରାମ ।

 

Previous Post

କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

Next Post

UN Praises Odisha Govt

Next Post
UN Praises Odisha Govt

UN Praises Odisha Govt

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA